ସରକାରୀ ବାବୁ ଏବଂ ଲେଡିଜ ପାର୍ଲରର ଝିଅ ଭିତରେ ସାକ୍ଷାତ କିପରି ହେଲା….?

ମଧୁମିତା ରଥଙ୍କର ଅନେକ ବୟାନ ପ୍ରାୟ ଗଣମାଧ୍ୟମରେ ପ୍ରକାଶ ପାଇଥାଏ । ସବୁ ଚର୍ଚ୍ଚିତ ମାମଲା ଉପରେ ସେ ନିଜର ମତ ରଖୁଥିବାର ଦେଖା ଯାଇଛି । ଆଉ ବର୍ତ୍ତମାନ ସମୟରେ ଓଡ଼ିଶାରେ ଚର୍ଚ୍ଚାରେ ରହିଥିବା ମାମଲା ଯେଉଁଠି ଜଣେ ଅଭିନେତ୍ରୀ ଜଣେ ସରକାରୀ ବାବୁଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସରକାରୀ ବାବୁ ଜଣକ ମଧ୍ୟ ଅଭିନେତ୍ରୀଙ୍କ ସୁଲଭ ନାମରେ ଅଭିଯୋଗ ଆଣୁଛନ୍ତି ।

ତାହା ଉପରେ ମଧ୍ୟ ମଧୁମିତା ନିଜର ବୟାନ ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ଅନୁମାନ କରିବା କଷ୍ଟକର ହୋଇ ଯାଉଛି । ତାହାର ତଦନ୍ତ ମଧ୍ୟ ଚାଲିଛି । ତେବେ ଅଭିନେତ୍ରୀଙ୍କ ଅଭିଯୋଗ ଏହା ଥିଲା ଯେ ସେହି ବାବୁ ଜଣକ ତାଙ୍କୁ ଏଲବମ ପାଇଁ ଟଙ୍କା ଦେଇ କୁଆଡ଼େ ତାଙ୍କ ସହିତ ଶୋଇବାକୁ କହୁଥିଲେ ।

ଆଉ ଅଭିନେତ୍ରୀ ରାଜି ନେହେବାରୁ ତାଙ୍କ ନାମରେ ଏପରି ଆରୋପ ଆଣିଛନ୍ତି । ଏହାଛଡ଼ା ଅଭିନେତ୍ରୀ ଜଣକ କୁଆଡ଼େ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଖାଇଛନ୍ତି । ଏପଟେ ସରକାରୀ ବାବୁ ଜଣକ କହୁଛନ୍ତି ଯେ ଅଭିନେତ୍ରୀ ଜଣକ କୁଆଡ଼େ ତାଙ୍କ ଠାରୁ ଟଙ୍କା ନେଇଥିଲେ । ଆଉ ଯେତେବେଳେ ସେ ଟଙ୍କା ଫେରାଇବାକୁ କହିଲେ ସେତେବେଳେ ଅଭିନେତ୍ରୀ ଜଣକ କୁଆଡ଼େ କହିଛନ୍ତି ଯେ ଟଙ୍କା ନନେଇ ତାଙ୍କ ସହ ଶୋଇବାକୁ ।

ତେବେ ଏହା ମଧ୍ୟରେ କିଏ ସତ କହୁଛି କିଏ ମିଛ କହୁଛି ଜାଣିବା ଅସମ୍ଭବ ମନେ ହେଉଛି । ତେଣୁ ଏହାକୁ ନେଇ ମଧୁମିତା ନିଜର ମତ ଦେଇଛନ୍ତି । ତାଙ୍କ ଅନୁଯାୟୀ ସରକାରୀ ବାବୁ ଜଣକ ଚାକିରୀ କରି ଏଲବମ କାହିଁକି କରୁଛନ୍ତି ? ଯଦି ତାଙ୍କ ସ୍ତ୍ରୀ ଏଲବମ କରୁଛନ୍ତି ତେବେ କେବଳ ସେ ହିଁ କରିବା ଉଚିତ ।

ଏହାରି ମଧ୍ୟରେ ଆଉ ଏକ କଥା ଯେ ଉଭୟଙ୍କର ଦେଖା କିପରି ହୋଇଥିଲା । ସରକାରୀ ବାବୁ ଜଣକ ଜଣେ ଓଏଏସ ଏବଂ ବୟସ୍କ ମଧ୍ୟ । ଏହାବ୍ୟତୀତ ଅଭିନେତ୍ରୀ ଜଣକ ମଧ୍ୟ ୧୮ ବର୍ଷରୁ ଉର୍ଦ୍ଧ୍ବ । ତେଣୁ ଏଥିରେ ଉଭୟଙ୍କର ଭୁଲ ଥିବା ସେ କହିଛନ୍ତି ।

ଏପଟେ ଏହି ମାମଲା ମହିଳା ଥାନାରେ ବିଚାରାଧୀନ ରହିଛି । ମଧୁମିତାଙ୍କ ଅନୁଯାୟୀ ଯଦି ଜଣେ ସରକାରୀ ଚାକିରୀରେ ହୋଇ ଜଣେ ଅଭିନେତ୍ରୀଙ୍କ ଏଲବମ କରି ତାଙ୍କୁ ଏକ୍ସପ୍ଲଏଟ କରୁଛନ୍ତି ତେବେ ସେ ଦଣ୍ଡ ପାଇବା ଜରୁରୀ । ତେବେ ପ୍ରଥମ କଥା ହେଉଛି ଯେ ଉଭୟଙ୍କ ସାକ୍ଷାତ କିଭଳି ହେଲା । ଯେହେତୁ ଅଭିନେତ୍ରୀ ଜଣକ ଲେଡିଜ ପାର୍ଲର ଚଳାଉଛନ୍ତି ତେଣୁ ସରକାରୀ ବାବୁ ଲେଡିଜ ପାର୍ଲରକୁ କାହିଁକି ଯାଇଥିଲେ ।

ଜେନଷ୍ଟସ ସେଲୁନର କୌଣସି ଅଭାବ ନାହିଁ । ଏହି ବିଷୟରେ ହିଁ ପ୍ରଥମେ ତଦନ୍ତ ହେବା ଆବଶ୍ୟକ । ଉଭୟେ ସତ କହୁଛନ୍ତି କି ମିଛ କହୁଛନ୍ତି ଯାହାକୁ ଦୃଷ୍ଟିପାତ କରିବା ଉଚିତ । କାରଣ ଏହା ସ୍ୱଳ୍ପ ଦିନରେ ହୋଇନାହିଁ । ଉଭୟଙ୍କ ଚିହ୍ନା ପରିଚୟ ୨୦୨୦ ମସିହାରୁ ଅଛି । ତାଙ୍କ କହିବା ଅନୁଯାୟୀ ଆଜିକାଲି ପାର୍ଲରରେ ମଧ୍ୟ ଅନେକ ଅନୈତିକ କାର୍ଯ୍ୟ ହେଉଛି । ତେଣୁ ଏହି ମାମଲାକୁ କେବଳ ପାର୍ଲର କହି ଫାଙ୍କି ଦିଆଯାଇ ପାରିବ ନାହିଁ । ତେଣୁ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ସରକାରୀ ବାବୁ ଜଣକ ଲେଡିଜ ପାର୍ଲର କାହିଁକି ଯାଉଥିଲେ । ତାହାର ତଦନ୍ତ ସର୍ବପ୍ରଥମେ ହେବା ଉଚିତ ।

Leave a Reply

Your email address will not be published. Required fields are marked *