ନବ ଦାସଙ୍କ ହ-ତ୍ୟା ଗୁମର ପାଇଖାନା ଟାଙ୍କିରେ ଲୁଚିଛି !

ପାଇଖାନା ଟାଙ୍କିକୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ପାଇଖାନା ଟାଙ୍କିରୁ କୁଆଡେ ମିଳିବ ନବ ଦାସଙ୍କ ହତ୍ୟାକାଣ୍ଡର ବଡ଼ ଗୁମର । ହେଲେ ବନ୍ଧୁଗଣ ଆପଣ ମାନଙ୍କ ମନରେ ବର୍ତ୍ତମାନ ବଡ଼ ପ୍ରଶ୍ନ ଉଙ୍କି ମାରୁଥିବ କି କାହିଁକି ପାଇଖାନା ଟାଙ୍କିକୁ ଖୋଜୁଛି କ୍ରାଇମବ୍ରାଞ୍ଚ କେଉଁ ବଡ଼ ରହସ୍ୟ ଲୁଚି ରହିଛି ସେହି ଅପରିଷ୍କାର ମଇଳା ଜାଗାରେ ।

ହେଲେ ହଁ ସେହି ଅପରିଷ୍କାର ପାଇଖାନା ଟାଙ୍କି ଭିତରେ ଲୁଚିଥିଲା ବଡ଼ ରହସ୍ୟ । ଯାହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା ନବ ଦାସଙ୍କ ହତ୍ୟାକାରୀ ଗୋପାଳ । ଗୋପାଳ ନବ ଦାସଙ୍କୁ ମାରିଥିବା ଏହା ତ ଘଟଣାର ପ୍ରଥମ ଦିନରୁ ସମସ୍ତେ ଜାଣିଛନ୍ତି । ହେଲେ ପାଇଖାନା ଟାଙ୍କିରେ ଗୋପାଳ କଣ ଲୁଚାଇଥିଲା ଜାଣିବା ପାଇଁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ ।

କାଲି ରାତି ସାରା କ୍ରାଇମବ୍ରାଞ୍ଚ ଅନିଦ୍ରା ରହି । ରାତି ସାରା କ୍ରାଇମବ୍ରାଞ୍ଚ ଲାଇଟ ଲଗାଇ ପାଇଖାନା ଟାଙ୍କିକୁ ଘାଣ୍ଟୁଥିଲା କାରଣ ସେହି ଟାଙ୍କି ଭିତରେ ଚତୁର ଗୋପାଳ ଫୋପାଡ଼ି ଦେଇଥିଲା ନିଜ ପକେଟରେ ରଖିଥିବା 15 ପୃଷ୍ଠା ବିଶିଷ୍ଟ କାଗଜ । ଝାଡା ଲାଗୁଛି କହି ଗୋପାଳ ପାଇଖାନା ଘର ଭିତରକୁ ଯାଇଥିଲା ଆଉ ତା ପରେ ଗୋପାଳ ନିଜ ପକେଟରେ ରଖିଥିବା ସେହି 15 ପୃଷ୍ଠା ବିଶିଷ୍ଟ କାଗଜକୁ ପ୍ୟାନରେ ପକାଇ ପାଣି ଢାଳି ଦେଇଥିଲା । ଆଉ ସେହି କାଗଜ ପ୍ୟାନରୁ ଖସି ଯାଇ ସିଧା ଯାଇ ପହଞ୍ଚିଥିଲା ପାଇଖାନା ଟାଙ୍କିରେ ।

ବାସ ତା ପରେ କ୍ରାଇମବ୍ରାଞ୍ଚ ର ସନ୍ଦେହ ସୃଷ୍ଟି ହୋଇଥିଲା ଗୋପାଳ ଉପରେ । କାରଣ ପାଇଖାନାକୁ ଯିବା ପୂର୍ବରୁ ଗୋପାଳର ପକେଟ ଉଚ୍ଚା ଦେଖା ଯାଉଥିଲା । ହେଲେ ପାଇଖାନାରୁ ଆସିବା ପରେ ଗୋପାଳର ପକେଟ ନିଚା ଦେଖା ଗଲା ।ତା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ଗୋପାଳକୁ ବାରମ୍ବାର ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ ।

ପକେଟରେ କଣ ଥିଲା ଆଉ ତୁମେ କଣ ଫୋପାଡ଼ି ଆସିଲ । ଏହା ପରେ ପୋଲିସର ପ୍ରଶ୍ନରେ ଝାଳ ନାଳ ହୋଇ ସତ ମାନିଥିଲା ଗୋପାଳ । କହିଥିଲା କି ମୁଁ 15 ପୃଷ୍ଠା ବିଶିଷ୍ଟ କାଗଜ ପାଇଖାନା ଟାଙ୍କିରେ ଫୋପାଡ଼ି ଦେଇଛି ଏହା ପରେ କ୍ରାଇମବ୍ରାଞ୍ଚ ରାତିରେ ପାଇଖାନା ଟାଙ୍କି ଘଣ୍ଟିବାକୁ ଯୋଜନା ଆରମ୍ଭ କରିଥିଲା । ରାତିରେ ଲାଇଟ ଲଗାଇ ରାତି ସାରା ଅନିଦ୍ରା ରହି କ୍ରାଇମବ୍ରାଞ୍ଚ ପାଇଖାନାର ସେ ମଇଳା ଟାଙ୍କି ଘାଣ୍ଟି ଚାଲିଥିଲା । ଆଉ ତାହା ଭିତରୁ 15 ପୃଷ୍ଠା ବିଶିଷ୍ଟ କାଗଜ ପାଇଥିଲା । ତେବେ ସେହି କାଗଜରେ କଣ ହୋଇଛି ଲେଖା ତାକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା । ଲୋକେ କହୁଛନ୍ତି କଣ ସତରେ ସେହି ପାଇଖାନା ଟାଙ୍କିରେ ଲୁଚିଛି ନବ ଦାସଙ୍କ ହତ୍ୟା ଗୁମର ।

ସେପଟେ କାଗଜରେ କଣ ଲେଖା ହୋଇଛି ତାହା କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ପଷ୍ଟ କରି ନଥିଲେ ସୁଦ୍ଧା ଯାହା ଶୁଣିବାକୁ ମିଳୁଛି କି ନବ ଦାସଙ୍କ ହତ୍ୟା ଗୁମର ଗୋପାଳର ସେହି ହାତ ଲେଖା ଚିଠି ହିଁ କୁଆଡେ ସାମ୍ନାକୁ ଆଣିବ । ସେପଟେ ଏହି ଚିଠିରୁ କୁଆଡେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚ କୁ ମିଳିଥିବା ସାରା ଓଡ଼ିଶାରେ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚା ଆଉ ଆଲୋଚନା ଭିତରେ ଗୋପାଳର ଚିଠି ସତରେ କଣ ନବ ଦାସଙ୍କ ହତ୍ୟା ର ଗୁମର ଖୋଲିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *