ସାମ୍ନାକୁ ଆସିଲା ଶ୍ଵେତାଙ୍କ ହ୍ଵାଟ୍ସଆପ ଚାଟ, ମା ଜାଣିଥିଲା ପୁଅର ଗୁମର

ଭୁବନେଶ୍ବରର ଚର୍ଚ୍ଚିତ ଇଞ୍ଜିନିୟର ଶ୍ଵେତାଙ୍କ ମୃତ୍ୟୁ ମାମଲାକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସିବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୋଷୀ ବୋଲି ଜଣାଥିବା ଶ୍ଵେତାଙ୍କ ପ୍ରେମିକଙ୍କୁ ଗିରଫ କରା ଯାଇନାହିଁ । ପୋଲିସ ତାଙ୍କୁ ଆଣି ପଚରାଉଚରା କରିବାରେ ଲାଗିଛି । ଅନ୍ୟପକ୍ଷରେ ସମସ୍ତେ ଜାଣିଛନ୍ତି ଯେ , ଶ୍ଵେତା ତାଙ୍କ ପ୍ରେମିକ ପାଇଁ ଆତ୍ମ-ହତ୍ୟା କରିଛନ୍ତି କିନ୍ତୁ ସେଦିନ ପ୍ରକୃତରେ କଣ ଘଟିଥିଲା , ଯାହା ପାଇଁ ଶ୍ଵେତା ଏଭଳି ପଦକ୍ଷେପ ନେଲେ ।

ତେବେ ପ୍ରକୃତ ସତ୍ୟ କଣ ସାମ୍ନାକୁ ଆସିପାରି ନାହିଁ । ପ୍ରକୃତ କାରଣ କଣ , ସେଦିନ ଶ୍ଵେତା ଏବଂ ସୌମ୍ୟଜିତଙ୍କ ମଧ୍ୟରେ କେଉଁ କଥାକୁ ନେଇ ଝଗଡା ହୋଇଥିଲା କି ସେମାନଙ୍କ ମଧ୍ୟରେ ଆଉ କଣ ଥିଲା , ତାହା ଜଣା ପଡିନାହିଁ । ଏହି ମଧ୍ୟରେ ଆମେ ଶ୍ଵେତା ଏବଂ ସୌମ୍ୟଙ୍କର ଅଡିଓ କଲ ଶୁଣିବାକୁ ପାଇ ସାରିଛନ୍ତି । କିପରି ସୌମ୍ୟଜିତ ଶ୍ଵେତାଙ୍କୁ ଧମକ ଦେଉଥିଲେ । କିପରି ତାଙ୍କୁ ପ୍ରତାରଣା କରୁଥିଲେ ।

ଶ୍ଵେତାଙ୍କ ପରିବାର ଲୋକ ବର୍ତ୍ତମାନ ସମୟରେ ପୁରାପୁରି ଭାଙ୍ଗି ପଡିଥିବା ବେଳେ ସାମ୍ନାକୁ ଆସିଛି ଶ୍ଵେତା ସୌମ୍ୟଙ୍କର ମାଆଙ୍କ ସହିତ କରିଥିବା ଶେଷ ହ୍ଵାଟ୍ସଆପ ଚାଟ । ଯାହା ସମସ୍ତ ଗୁମର ଖୋଲି ଦେଉଛି । ଯେଉଁଥିରୁ ଜଣା ପଡୁଛି ପ୍ରକୃତରେ ଶ୍ଵେତାଙ୍କୁ କେତେ କଷ୍ଟ ସହିବାକୁ ପଡୁଥିଲା । ତେବେ ହ୍ଵାଟ୍ସଆପ ଚାଟରେ ଶ୍ଵେତା ଲେଖିଛନ୍ତି କି , ଆପଣଙ୍କ ପୁଅକୁ କହିଦେବେ ସେ ଯେଉଁ ଜୋତା ଡ୍ରେସ ପିନ୍ଧୁଛି ସବୁ ମୋ ପଇସାରେ ପିନ୍ଧୁଛି ।

ଏହାପରେ ସେ ଲେଖିଛନ୍ତି କି , ଏତେ ଟଙ୍କା ନେବା ପରେ ବି ସେ ମୋ ସହିତ ସମ୍ପର୍କ ଭାଙ୍ଗି ଦେଲେ । ତେଣୁ କହିବେ ମୋ ଟଙ୍କା ସବୁ ଫେରାଇ ଦେବେ । ତେବେ ବର୍ତ୍ତମାନ ଏହି ହ୍ଵାଟ୍ସଆପ ଚାଟ ଚାରିଆଡ଼େ ହଇଚଇ ସୃଷ୍ଟି କରୁଛି । ହ୍ଵାଟ୍ସଆପ ଚାଟରୁ ଜଣା ପଡୁଛି କି , ସୌମ୍ୟଜିତଙ୍କର ମାଆ ମଧ୍ୟ ଜାଣିଥିଲେ କି , ତାଙ୍କ ପୁଅ ଏଭଳି କାଣ୍ଡ କରୁଛି , ଜଣେ ଝିଅକୁ ହଇରାଣ କରୁଛି । ତେବେ ଦେଖାଯାଉ ଶ୍ଵେତାଙ୍କୁ କେବେ ନ୍ୟାୟ ମିଳୁଛି ।

Leave a Reply

Your email address will not be published. Required fields are marked *