ଭାଉଜ ଦେହର ସୁଖ ପାଇଁ, ବଡ଼ ଭାଇର ଜୀବନ ନେଇଗଲା ସାନ ଭାଇ

ବଡ଼ ଭାଇର ଜୀବନ ନେଲା ସାନ ଭାଇ । ଦେହ ପାଇଁ ନିଜ ବଡ଼ ଭାଇକୁ ବି ପର କରିଦେଲା ଭାଇ । ଭାଇ ସାଜିଲା ଭାଇର ଶତ୍ରୁ ଆଉ ନିଜର ଟିକିଏ ଖୁସି ପାଇଁ ସବୁ ଭୁଲି ଗଲା ଭାଇ । ନିଜ ଭାଉଜଙ୍କ ଦେହ ଉପରେ ରଖିଥିଲା ନଜର ଆଉ ମନକୁ ସନ୍ତୁଷ୍ଟ କରି ପାରୁନଥିଲା ସାନ ଭାଇ । ତା ପ୍ରେମ ମଝିରେ ବଡ଼ ଭାଇ ସାଜୁଥିଲା ବାଧକ । ସେଥିପାଇଁ ଏଭଳି କଲା ସାନ ଭାଇ ।

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା । ବଡ଼ ଭାଇର ଜୀବନ ନେଇଛି ସାନ ଭାଇ । ବର୍ତ୍ତମାନ ସମୟରେ ଥାନାରେ ଅଭିଯୋଗ କରିଛନ୍ତି ବଡ଼ ଭାଇଙ୍କ ପତ୍ନୀ ଆଉ ଶଳା । ତେବେ ସୂଚନା ମୁତାବିକ , ନରିଲୋ ଗ୍ରାମର ଦୀପକ ମିଶ୍ରଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ପରିବାର ଲୋକ ଆଦୌ ପସନ୍ଦ କରୁନଥିଲେ । ସେଥିପାଇଁ ଦୀପକଙ୍କ ପତ୍ନୀ ଦୀର୍ଘ ୬ ମାସ ଧରି ଶାଶୁ ଘରେ ରହୁଥିଲେ ।

ଏପଟେ ଗାଁରେ ତାଙ୍କ ସ୍ୱାମୀ ନିଜ ପରିବାର ଲୋକଙ୍କ ସହିତ ରହୁଥିଲେ । କିନ୍ତୁ ପରିବାର ଲୋକଙ୍କ ସହ ପାରିବାରିକ କଳହ ଲାଗି ରହୁଥିଲା ଏବଂ କିଛି ବ୍ୟକ୍ତିଗତ ବିବାଦ ପାଇଁ ତାଙ୍କ ସ୍ୱାମୀଙ୍କୁ ପରିବାର ଲୋକ ତଣ୍ଟି ଚିପି ହତ୍ୟା କରିଦେଇଛନ୍ତି ବୋଲି ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଲୋକମାନଙ୍କର କହିବା ଅନୁଯାୟୀ , ସାନ ଭାଇ ଶିବାନନ୍ଦ ନିଜ ବଡ଼ ଭାଉଜଙ୍କୁ ଭଲ ପାଉଥିଲେ ଆଉ ସେଥିରେ ବାଧକ ସାଜୁଥିଲେ ବଡ଼ ଭାଇ ।

ତେଣୁ ସାନ ଭାଇ ତାଙ୍କ ବଡ଼ ଭାଇଙ୍କୁ ହତ୍ୟା କରିଥିବାର କୁହାଯାଉଛି । ତେବେ ଗତକାଲି ଦୀପକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଛି । ତାଙ୍କ ସାନ ଭାଇ କହିଛନ୍ତି କି , ବଡ଼ ଭାଇ ମାନସିକ ରୋଗୀ ଥିଲେ ତେଣୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ବର୍ତ୍ତମାନ ଦୀପକଙ୍କ ପତ୍ନୀ ନିବେଦିତା ପୁରାପୁରି ଭାଙ୍ଗି ପଡିଛନ୍ତି ଆଉ ସ୍ୱାମୀଙ୍କୁ ଝୁରୁଛନ୍ତି । ତେବେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *