ନିଜ ସ୍ତ୍ରୀ ପିଲାକୁ ଛାଡ଼ି ଚାରୋଟି ପିଲାର ମା ସହିତ ଫେରାର ହେଲେ ବ୍ୟକ୍ତି :-

ବିବାହ ପରେ ଏକ୍ସଟ୍ରା ମେରିଟାଲ ମାମଲା ବର୍ତ୍ତମାନ ଏକ ସାଧାରଣ କଥା ଅଟେ । କାରଣ ପ୍ରାୟ ୫୦ କେସ ମଧ୍ୟରେ ଗୋଟିଏ କେସ ନିଶ୍ଚିତ ଭାବରେ ସେହି ଅନୈତିକ ସମ୍ପର୍କ ମାମଲା ଉପରେ ହିଁ ପର୍ଯ୍ୟବେସିତ ଅଟେ । ତେବେ ଏହାକୁ ରୋକିବା ମଧ୍ୟ ସମ୍ଭବ ନୁହେଁ । ପ୍ରତ୍ୟେକ ଦିନ ଏହିଭଳି ଘଟଣା ପାଇଁ ଅନେକ ସଂସାର ଉଜୁଡ଼ି ଯାଉଛି । ପୁଣି ସମୟ ସମୟରେ ଏପରି ପରିସ୍ଥିତିରେ ସବୁ ମାମଲା ସାମ୍ନାକୁ ଆସେ ଯାହାକୁ କେହିବି କଳ୍ପନା କରିବା ମଧ୍ୟ ଅସମ୍ଭବ । ଯେଉଁଭଳି ଭାବରେ ବର୍ତ୍ତମାନ ସମୟରେ ଏକ ଘଟଣା ସାମ୍ନାକୁ ଆସୁଛି ଯେ ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଏବଂ ପିଲାଛୁଆ ଥିବା ସତ୍ତ୍ୱେବି ଚାରୋଟି ପିଲାର ମା ସହିତ ଫେରାର ହୋଇ ଯାଇଛି ।

ସୂଚନା ଅନୁଯାୟୀ ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଅଟେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଘମନା ଗ୍ରାମରେ ଏପରି ଏକ ଘଟଣା ଘଟିଯାଇଛି । ତେବେ ସେହି ଗ୍ରାମର ବନସ୍ମିତା ଶତପଥୀଙ୍କ ସ୍ୱାମୀ ଅଶୀତ ଶତପଥୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିବା କହିଛନ୍ତି । ଆଉ ବର୍ତ୍ତମାନ ନିଜ ସ୍ୱାମୀ ହତ୍ୟାକାରୀ ବୋଲି ମଧ୍ୟ ସମଗ୍ର ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ତେବେ ବନସ୍ମିତା ଶତପଥୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ଅଶୀତ ଶତପଥୀ ବିବାହର କିଛି ଦିନ ପରେ ଯାଜପୁରରେ ଜଣେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ ଭାବରେ କାମ କରୁଥିଲେ । ସେହି ସମୟରେ ହିଁ ସେଠାକାର କୁନି ସହିତ ତାଙ୍କର ସମ୍ବନ୍ଧ ସ୍ଥାପନ ହୋଇଥିଲା ।

କୁନି ଚାରୋଟି ପିଲାର ମା ପୁଣି ତାର ସ୍ୱାମୀ ମଧ୍ୟ ଅଛି । ତେବେ କୁନିର ସ୍ୱାମୀ ଥାଉ ଥାଉ ସେ ଅନେକ ମହିଳାଙ୍କର ଏପରି ସଂସାର ଭାଙ୍ଗୁଥିବା କଥା ବନସ୍ମିତା କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ମାମଲା ପଦାକୁ ଆସିବାର ଏକମାତ୍ର କାରଣ ହେଉଛି କୁନିର ସ୍ୱାମୀଙ୍କ ହତ୍ୟା । ଯାହାକୁ ନେଇ ଦୋଷାରୋପ ହୋଇଛି କୁନି ଏବଂ ଅଶୀତ ଉପରେ । ଏମିତିରେ ତ ଅଶୀତ କୁନିର ସ୍ୱାମୀ ଏବଂ ଚାରି ପିଲା ଥିବା ସତ୍ତ୍ୱେବି ତାଙ୍କ ଘରକୁ ଯାଉଥିଲା । ଯେଉଁ ବିଷୟରେ ଗାଁ ଲୋକେବି ଜାଣିଥିଲେ ।

କିଛି ଦିନ ପୂର୍ବରୁ ଅଶୀତ କୁନିକୁ ନେଇ ଫେରାର ମଧ୍ୟ ହୋଇ ଯାଇଥିଲା । ମାତ୍ର କିଛି ଦିନ ପରେହିଁ କୁନିର ସ୍ୱାମୀଙ୍କ ମୃତ ଦେହ ନଦୀରୁ ମିଳିଥିଲା । ଯାହାକୁ ନେଇ ଲୋକେ କହୁଛନ୍ତି ଯେ ଅଶୀତ ସହିତ ରହିବା ପାଇଁ କୁନି ଅଶୀତ ସହିତ ମିଶି ନିଜ ସ୍ୱାମୀର ହତ୍ୟା କରିଛି । ଏପଟେ ବନସ୍ମିତା ନିଜ ଝିଅର ଦୁଃଖ ଦେଖି ପାରୁ ନାହାଁନ୍ତି ।

କୁନି ଝିଅଟି ବାପାଙ୍କ ଆସିବା ବାଟକୁ ଅନାଇ ବସିଛି । ସେ ଜାଣିନାହିଁ ଯେ ତା ବାପା ଜଣେ ଏତେ ନିଚ୍ଚ ଲୋକ ଥିଲେ ବୋଲି । ତେବେ ଏହି ମାମଲା ଉପରେ ବନସ୍ମିତାଙ୍କ କହିବା କଥା ଯେ ପୋଲିସ ହତ୍ୟାକାରୀଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ । ପୁଣି କୁନି ଭଳି ମହିଳାକୁ ଉପଯୁକ୍ତ ଦଣ୍ଡ ନଦେଲେ ସେ ଆଗକୁ ଆହୁରି ଏମିତି ଅନେକ ଲୋକର ସଂସାର ଭାଙ୍ଗିବ ବୋଲି କହିଛନ୍ତି ବନସ୍ମିତା ।

Leave a Reply

Your email address will not be published. Required fields are marked *