ପୁଣି ସାମ୍ନା ସାମ୍ନା ହେଲେ ଅନୁଭବ ଏବଂ ମନୋଜ , ଭାଇରାଲ ହେଉଛି ସୋସିଆଲ ମିଡ଼ିଆ ପୋଷ୍ଟ

ଦୀର୍ଘ ଦିନ ଧରି ଓଲିଉଡରେ ବାଦ ବି-ବାଦ ଲାଗି ରହିଛି । ଆଉ ଏହି ବିବାଦ ବନ୍ଦ ହେବା ନାମ ନେଉ ନାହିଁ । ଯେଉଁଠି ଦେଖିବ ସେଇଠି ଏହାକୁ ନେଇ ଚର୍ଚ୍ଚା । ଏଥିପାଇଁ କେତେ କଣ ଝଡ଼ ସୃଷ୍ଟି ହୋଇ ଗଲାଣି । ଅରିନ୍ଦମଙ୍କ ଅଭିନୀତ “ରାମ୍” ଚଳଚିତ୍ର ପଶ୍ଚିମ ଓଡ଼ିଶାରେ ବ୍ୟାନ ହେବା ପରେ ସାମ୍ନାକୁ ଆସିଥିଲା ଅନେକ କଥା । ଆଉ ଯାହା ପାଇଁ ସମସ୍ତେ ମନୋଜ ମିଶ୍ରଙ୍କୁ ଦୋ-ଷୀ ବୋଲି ସଜାଇ ଦେଇଥିଲେ ।ଯାହା ପରେ ମୁହାଁମୁହିଁ ହୋଇଥିଲେ ଅଭିନେତା।

ଗୋଟିଏ ପରେ ଗୋଟିଏ ବଡ ବି-ବାଦ ସାମ୍ନାକୁ ଆସିଥିଲା । ତେବେ ବର୍ତ୍ତମାନ ଆଉ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇ ଯାଇଛି । କାହିଁକି ନା ସୁବର୍ଣ୍ଣପୁର ଯୁବ କୋଶଳ କମିଟି ପକ୍ଷରୁ ଆଜି ଜିଲ୍ଲା ବନ୍ଦ ଡାକରା ଦେଇଛି । ଆଉ ଜିଲ୍ଲାରେ ଗାଡ଼ି ଚଳାଚଳ ବନ୍ଦ ଆଉ ଶାନ୍ତି ପୂର୍ଣ୍ଣ ବାତାବରଣ ପାଇଁ ଆହ୍ଵାନ ଦିଆଯାଇଛି । କେବଳ ଏତିକି ନୁହେଁ , ଏଥିରେ ଅନେକ ପୋଲିସ ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ତେବେ ଏହାରି ମଧ୍ୟରେ ଭାଇରାଲ ହେବାରେ ଲାଗିଛି ଅନୁଭବ ଏବଂ ମନୋଜ ମିଶ୍ରଙ୍କ ଫେସବୁକ୍ ପୋଷ୍ଟ । ଯେଉଁଥିରେ ମନୋଜ ମିଶ୍ର ଲେଖିଛନ୍ତି ମୋତେ ଅପମାନିତ କରିବା କଥାକୁ ସହିଲି କିନ୍ତୁ ମା ସମଲେଶ୍ଵରୀ , ପଶ୍ଚିମ ଅଞ୍ଚଳର କଳାକାର ଏବଂ ଭାଷାକୁ ଅପ-ମାନିତ କରିବା ମୁଁ ବର-ଦାସ୍ତ କରିପାରିବି ନାହିଁ । ଏପରି କାମକୁ ମୁଁ ଦୃଢ଼ ଭାବରେ ପ୍ରତି-ବାଦ କରିବି । ଅନ୍ୟ ପକ୍ଷରେ ଅନୁଭବ ମହାନ୍ତି ମଧ୍ୟ ଏପରି କିଛି ପୋଷ୍ଟ କରିଛନ୍ତି ।

ଯେଉଁଥିରେ ସେ ଲେଖିଛନ୍ତି ଯେ , ବର୍ଷ ବର୍ଷ ଧରି ପରସ୍ପର ପ୍ରତି ରହିଥିବା ଭଲ ପାଇବା ଏବଂ ସମ୍ମାନକୁ ବୁଝିବାର ସମୟ ଆସିଗଲାଣି । କାହାର ବ୍ୟକ୍ତିଗତ ସ୍ବାର୍ଥ ମାଟି ମାର ସ୍ବାର୍ଥ ଠାରୁ କଦାପି ବଡ ନୁହେଁ । ଏ ମାଟିର ସ୍ବାର୍ଥ ପାଇଁ କେତେ ଯେ ବ-ଳିଦା-ନ ଦେବାକୁ ପଡ଼ିଛି । ତେଣୁ ଏକତା ହିଁ ବଳ ଅଟେ । ଆମର ଏକତା ହିଁ ଆମର ପରିଚୟ । ତେବେ ଏପରି ପୋଷ୍ଟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ମନ ଦୁଃ-ଖ କରିବାରେ ଲାଗିଛନ୍ତି କେବେ ଏହି ଷ୍ଟାର କ-ଳି ଶେଷ ହେବ ।

Leave a Reply

Your email address will not be published. Required fields are marked *