ସାତ ଜନମର ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ , ଆଉ ଏକାଠି ଚାଲି ଗଲେ ଆରପାରିକୁ

ସେଦିନର ଦେଇଥିବା କଥାକୁ ଆଜି ସତରେ ପ୍ରମାଣିତ କରିଦେଲେ । ସେଦିନ ଯେଉଁ ବାହା ବେଦୀରେ କହିଥିଲେ ଆମେ ସାତ ଜନ୍ମର ସାଥି ହେବା ଆଉ ଏକାଠି ଜିଇଁବା ଏକାଠି ମ-ରିବା । ତେବେ ଏହି କଥାର ମାନ ରଖିଗଲେ ଏହି ସ୍ଵାମୀ ସ୍ତ୍ରୀ । ସ୍ଵାମୀଙ୍କ ପଛେ ପଛେ ଆରପାରିକୁ ଚାଲିଗଲେ ସ୍ତ୍ରୀ । ସ୍ଵାମୀ ଦେହାନ୍ତ ସ୍ତ୍ରୀକୁ ଏତେ ବଡ ଝଟକା ଦେଇଥିଲା ଯେ , ଶେଷରେ ସ୍ତ୍ରୀର ମଧ୍ୟ ପ୍ରାଣ ବାୟୁ ଉଡିଗଲା । ଆଉ ଏକାଠି ସେମାନେ ଦୁନିଆଁ ଛାଡି ଚାଲିଗଲେ ।

ତେବେ ହଁ ଆଜ୍ଞା ବର୍ତ୍ତମାନ ସମୟରେ ଏପରି ଏକ ଘଟ-ଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ସ୍ଵାମୀ ସ୍ତ୍ରୀର ଏତେ ଭଲ ପାଇବା ଯାହାକୁ ପୁରା ଦୁନିଆଁ ଦେଖିଛି । ସ୍ଵାମୀକୁ ଗୋଟିଏ ମୁହୂର୍ତ୍ତ ଛାଡି ବଞ୍ଚି ପାରିଲେ ନାହିଁ ବିଚରା ସ୍ତ୍ରୀ । ଆଉ ସେହି ଭଗବାନଙ୍କୁ ଗୋଟିଏ କଥା କହିବାରେ ଲାଗିଥିଲେ ମୋ ସ୍ବାମୀଙ୍କୁ ମୋ ଠାରୁ ଛଡ଼ାଇ ନେଇ ଗଲୁ ମୋତେ ବି ନେଇ ଯାଆ । ଆଉ ତାହା ହିଁ ହୋଇଥିଲା , ସ୍ଵାମୀ ସ୍ତ୍ରୀଙ୍କ ଜୀବନ ଆଗ ପଛ କରି ଯାଇଥିଲା ଆଉ ଏକାଠି ସେମାନଙ୍କ ଜୁଇ ଗାଆଁ ମଶା-ଣିରେ ଜ-ଳି ଉଠିଥିଲା ।

ତେବେ ଏପରି ଏକ ହୃଦୟ ବିଦା-ରକ ଘ-ଟଣା ହେଉଛି ଉପାନ୍ତ ଜିଲ୍ଲା ମାଲକାନାଗିରିର ବାଲିମେଳା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ୱର ୧୨ ର କଥା । ଏହି ୱାର୍ଡରେ ରହୁଥିଲେ ହରି ଗୁଦିବ ଆଉ ତାଙ୍କ ପତ୍ନୀ କମଳା ସହିତ ତିନି ପିଲା । ବାପା ହରି ଦିନ ମଜୁରିଆ ଭାବରେ କାମ କରି ପରିବାର ପୋଷଣ କରୁଥିଲେ । ଆଉ ସେଥିରେ ଖୁସି ଖୁସିରେ ଚଳି ଯାଉଥିଲେ ପରିବାର ଲୋକ । ଯାହା ଦୁଇ ବେଳା ଖାଇବାକୁ ମିଳିଲା ସେଥିରେ ନିଜ ପେଟ ପୋଷି ଦେଉଥିଲେ ।

କିନ୍ତୁ ହଠାତ୍ ପରିବାରରେ ଦୁଃ-ଖର ଛାୟା ଖେଳି ଯାଇଥିଲା । କାହିଁକି ନା ହରିଙ୍କର ହଠାତ୍ ହୃ-ଦଘା-ତରେ ଜୀବନ ଚାଲି ଯାଇଥିଲା । ଆଉ ଏହାକୁ ସହି ପାରି ନଥିଲେ ତାଙ୍କ ସ୍ତ୍ରୀ କମଳା । ସ୍ଵାମୀଙ୍କ ଶ-ବ ଘରକୁ ଆସିବା ପରେ ତାଙ୍କ ପାଦକୁ ମୁଣ୍ଡିଆ ମା-ରିଥିଲେ ଆଉ ବେହୋସ ହୋଇ ଯାଇଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷିତ କରିଥିଲେ ଆଉ ହୃ-ଦଘା-ତରେ ତାଙ୍କର ମଧ୍ୟ ଜୀବନ ଯାଇଛି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *