ସ୍ଵାମୀଙ୍କ ବିଷୟରେ ଏମିତି କହିଲେ ଖୁସି , ମୋ ସ୍ବାମୀ ମୋ ପାଇଁ ଭଗବାନ

ସୋସିଆଲ ମିଡିଆରେ ବେଶ୍ ପରିଚିତ ଖୁସି । ନିଜର ମିଠା ମିଠା କଥା କହି ଦର୍ଶକ ମାନଙ୍କ ମନ କିଣି ନେଇଥିଲେ ଖୁସି । ସଦାବେଳେ ଦର୍ଶକ ମାନଙ୍କ ପାଇଁ ଉପସ୍ଥିତ ରହିଥାନ୍ତି ଖୁସି । କିନ୍ତୁ ଭାଗ୍ୟରେ ଆଉ କିଛି ଲେଖା ଥିଲା , ଯାହା କେବେ କେହି ଭାବି ନଥିଲେ ତାହା ହୋଇଗଲା । ହଠାତ୍ ଏପରି ପରିସ୍ଥିତି ଆସିଗଲା ଯେ , ଖୁସିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଲା ଆଉ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଲା । ଆଉ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁରା ଖରାପ ହୋଇ ହୋଇ ଗଲା ।

ତେବେ ସୂଚନା ଅନୁସାରେ , ଆମେ କହୁଛୁ ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧ ଖୁସି ଆଉ ତାଙ୍କ ସ୍ଵାମୀ ଅର୍ଜୁନଙ୍କ କଥା । ତେବେ ୩୭ ଦିନ ଆଗରୁ ବହୁତ ଭଲ ଥିଲେ ଖୁସି ଆଉ ହସ ଖୁସିର ମଧ୍ୟ ଜୀବନ ବିତିବାରେ ଲାଗିଥିଲା । କିନ୍ତୁ ହଠାତ୍ ଖୁସିଙ୍କ ପେଟରେ ରହିଥିବା ଛୁଆ ନଷ୍ଟ ହୋଇ ଯାଇଥିଲା ଆଉ ଯାହାକୁ ୱାଶ୍ କରିବା ପାଇଁ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ସ୍ଵାମୀ । କିନ୍ତୁ ୱାଶ କରିବା ପରେ ଖୁସିଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା । ଆଉ ତାଙ୍କୁ ଆଇସିୟୁ ରେ ଆଡ଼ମିଶନ କରିବାକୁ ପଡ଼ିଥିଲା ।

ତେବେ ଏଥିପାଇଁ ଅନେକ ଟଙ୍କାର ଆବଶ୍ୟକତା ଥିଲା ଆଉ ସାରା ଓଡ଼ିଶା ବାସୀଙ୍କୁ ସାହାଯ୍ୟ ମାଗିଥିଲେ ଅର୍ଜୁନ । ତେବେ ସେ ଯାହା ବି ହେଉ ଦୀର୍ଘ ୩୭ ଦିନ ପରେ ଚିକିତ୍ସିତ ହୋଇ ବର୍ତ୍ତମାନ ସମୟରେ ଘରକୁ ଫେରିଛନ୍ତି ଖୁସି । ନା ସେ ଭଲରେ ଖାଇ ପାରୁଛନ୍ତି ନା ଚାଲି ପାରୁଛନ୍ତି । ତେବେ ବର୍ତ୍ତମାନ ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ନିଜ ଦୁଃଖ ବଖାଣିବାରେ ଲାଗିଛନ୍ତି । ତେବେ ସେ ପ୍ରଥମେ ପୁରା ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ଏହା ପରେ ନିଜ ସ୍ଵାମୀଙ୍କ ପାଇଁ କାନ୍ଦିଛନ୍ତି ।

ସେ କହିଛନ୍ତି ଯେ , ମୋ ସ୍ବାମୀ ମୋ ପାଇଁ ଭଗବାନ । ସେ ନଥିଲେ ଆଜି ମୁଁ ଏଠାରେ ନଥାନ୍ତି । ଆଉ କେବଳ ଏତିକି ନୁହେଁ , ସେ କହିଛନ୍ତି ଯେ ମୋ ସ୍ଵାମୀଙ୍କୁ ମୁଁ ଏ ଜନ୍ମରେ ଭଲ ଭାବରେ ଜାଣି ପାରିନଥାନ୍ତି ଯଦି ମୋତେ ରୋଗ ହୋଇ ନଥାନ୍ତା । ମୋତେ ରୋଗ ହୋଇ ଭଲ ହୋଇଛି । ମୋ ସ୍ବାମୀଙ୍କ ଅସଲ ରୂପ ମୁଁ ଦେଖିଛି । ତାଙ୍କର ବହୁତ ଭଲ ପାଇବା ମୋତେ ମିଳିଛି । ଏପରି ସ୍ଵାମୀ ଭଗବାନ ସମସ୍ତଙ୍କୁ ଦିଅନ୍ତୁ ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ଖୁସିଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସଂଘ ଆଗେଇ ଆସିଛନ୍ତି ।

Leave a Reply

Your email address will not be published. Required fields are marked *