ସାପ ଧରୁ ଧରୁ ଧରିନେଲେ ଯୁବତୀଙ୍କ ହାତ, ସାପ ଧରିବାକୁ ଆସି ବାହା ହେଇ ପଡିଲେ…

ସାପ ନା ଶୁଣିଲେ ସମସ୍ତେ ଡରି ଯାଆନ୍ତି। ସାପ ଯେତେ ଦୂରରେ ଥିଲେବି ଲୋକ ସାପ ଠାରୁ ଦୂରେଇ ରୁହନ୍ତି। କିନ୍ତୁ ବେଳେବେଳେ ଜାଣିଶୁଣି ହଉ କିମ୍ବା ଅଜାଣତରେ ହଉ ଆମେ ସାପ ଆଗକୁ ଚାଲିଆସୁ। ଯଦି ବେଳା ଖରାପ ଥାଏ ତେବେ ସାପ କାମୁଡି ଦିଏ। ଯଦି ଘରେ ଆମର ସାପ ପଶିଯାଏ ତେବେ ଆମେ ସାପ ଧରୁଥିବା ଲୋକଙ୍କୁ ଡ଼ାକୁ ସେମାନେ ଘରକୁ ଆସି ସାପ ଧରିକି ନେଇ ଯାଆନ୍ତି। କିନ୍ତୁ ସାପ ଧରୁ ଧରୁ ଝିଅ ହାତ ଧରିବା ଆପଣ ବହୁତ୍ କମ୍ ଶୁଣିଥିବେ। ହଁ ଆଜ୍ଞା ବିହାରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ସାପ ଧରାଳିଙ୍କର ଅନେକ ଭିଡିଓ ଆପଣ ମାନେ ଦେଖିଥିବେ। ସେମିତି ଝାଡ଼ଖଣ୍ଡ ବୋକାର ନାଥ ନଗରର ସୋନମ୍ କୁମାରୀ ସୋସିଆଲ ମିଡିଆରେ ବିହାର ଭାଗଲପୁରର ବାଦଲଙ୍କୁ ସାପ ଧରିବାର ଦେଖିଥିଲେ। ବାଦଲଙ୍କ ସାପ ଧରିବା ଶୈଳୀ ସୋନମ୍ ଙ୍କୁ ବହୁତ୍ ପସନ୍ଦ ଆସିଲା। ଏମିତି ସବୁଦିନ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଏବଂ ଫଟୋ ଦେଖି ସେ ତାଙ୍କୁ ଭଲ ପାଇ ବସିଲେ। କିଛି ଦିନ ଯିବାପରେ ସୋନମ୍ ନିଜ ଆଡୁ ବାଦଲଙ୍କୁ ପ୍ରେମ ନିବେଦନ କରିଥିଲେ। ବାଦଲ ମଧ୍ୟ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ।

ସୋନମଙ୍କ ଘର ଲୋକ ରାଜି ନ ହେବାରୁ ବାଦଲ ସାପ ଧରିବା ପାଇଁ ନେଇକି ଯାଇଲୁଥିବା ବାଇକରେ ସୋନମଙ୍କୁ ବସେଇ କାଳି ମନ୍ଦୀର କୁ ଆଣିଥିଲେ। ସେଠି ସୋନମ୍ ଏବଂ ବାଦଲ ଘର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବାଦଲଙ୍କ ବାହାଘରରେ ଘର ଲୋକ ବହୁତ୍ ଖୁସିଥିଲି ସେଥିପାଇଁ ସୋନମ୍ ଘରେ ପହଞ୍ଚିବା ପରେ ସେ ବନ୍ଦାପନା କରି ବୋହୂର ଗୃହପ୍ରବେଶ କରିଥିଲେ।

Leave a Reply

Your email address will not be published. Required fields are marked *