କୁଆଖାଇ ନଦୀରେ ଗଲା ଚାରି ଜୀବନ । ୩ ମାଙ୍କ କୋଳ ପୁରା ଶୂନ୍ୟ ହେଇଗଲା…

ନଦୀରେ ଗାଧୋଇବା ଯେ କାହା ପାଇଁ କାଳ ସାଜିବ ତାହା ସମସ୍ତଙ୍କ କଳ୍ପନା ବାହାରେ ଅଟେ । ଖୁବ ଖୁସିରେ ମଉଜ ମସଲିସ କରି କେହି ନଦୀକୁ କିମ୍ବା ସମୁଦ୍ରକୁ ଗାଧୋଇବା ପାଇଁ ଯାଉଛି କିନ୍ତୁ ଆଉ ଘରକୁ ଫେରୁ ନାହିଁ । ଏଭଳି ଘଟଣା ପରିବାର ପାଇଁ ଏକ ଶାସ୍ତି ଠାରୁ କମ ନୁହେଁ । ଅକାଳ ମୃତ୍ୟୁ ଲୋକଙ୍କୁ ଅଧିକ କଷ୍ଟ ଦେଇଥାଏ । ଏଇ ଯେମିତି ଚାରି ସାଙ୍ଗଙ୍କ ସହିତ ହୋଇଛି । ଏକା ଥରକେ ଚାରି ସାଙ୍ଗର ଜୀବନ ଯିବା ସହିତ ଚାରି ମା’ଙ୍କ କୋଳ ମଧ୍ୟ ଶୁନ୍ୟ ହୋଇ ଯାଇଛି । ବାସ୍ତବରେ ନଦୀ ଗାଧୁଆ ଯେ ଏତେ ଭୟଙ୍କର ହୋଇପାରେ ତାହା ଆପଣ ଏହି ଘଟଣାରୁ ବେଶ ଭଲଭାବରେ ଜାଣି ପାରିବେ ।

ସୂଚନା ଅନୁଯାୟୀ ଗୋଟିଏ କଲେଜରେ ପଢ଼ୁଥିବା ଚାରି ସାଙ୍ଗଙ୍କ ଜୀବନ ନଦୀ ଗାଧୁଆ ସମୟରେ ଚାଲି ଯାଇଛି । ଆଉ ଏଭଳି ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପରିବାର ଲୋକଙ୍କ ଛାତି ଫଟା କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର । ଘଟଣା ଏହା ଯେ ଚାରି ଜଣ ସାଙ୍ଗ ଆଜି କୁଆଖାଇ ନଦୀରେ ବୁଡ଼ି ଯାଇଛନ୍ତି । ଏକା ସାଥିରେ ଚାରି ଜଣ ମା’ଙ୍କ କୋଳ ଶୁନ୍ୟ ହୋଇ ଯାଇଛି । ସେଥିମଧ୍ୟରୁ ତିନି ଜଣ ମା’ଙ୍କର ଗୋଟିଏ ଲେଖାଏଁ ପୁଅ ଥିବା ବେଳେ ଜଣେ ମା’ଙ୍କର ଦୁଇ ଜଣ ପୁଅ । ତେବେ ସେମାନଙ୍କ ମଧ୍ୟରେ ହେଲେ ବାଲେଶ୍ୱରର ରୋହିତ ପରିଡ଼ା , କଟକର ଅବିନାଶ କୁମାର , ଜାମସେଦପୁରର ଆରୟନ କୁମାର ଏବଂ କଟକର ପ୍ରତୀକ ଧଳ ସାମନ୍ତ ।

ସେମାନେ ସମସ୍ତେ ହେଉଛନ୍ତି ଏମବିଏ ଛାତ୍ର ଏବଂ ଗୋଟିଏ କଲେଜରେ ପାଠ ପଢ଼ୁଥିଲେ । କଲେଜରୁ ଛୁଟି ବେଳ ନେଇ ଭୋଜି ଖାଇବାକୁ ଆସିଥିଲେ । କୁଆଖାଇରେ ମସ୍ତି କରି ଭୋଜି ଖାଇ କଲେଜକୁ ଫେରି ଯାଇଥାନ୍ତେ । କିନ୍ତୁ ନଦୀ ଗାଧୁଆ ତାଙ୍କ ପାଇଁ କାଳ ପାଲଟି ଗଲା । ନଦୀରେ ଗଣ୍ଡ ଥିବାରୁ ଚାରି ସାଙ୍ଗ ବୁଡ଼ି ଯାଇଥିଲେ ଏବଂ ପାଖରେ କେହି ନଥିବାରୁ କେହିବି ବଞ୍ଚାଇ ପାରି ନଥିଲେ ଏବଂ ଚାରି ସାଙ୍ଗଙ୍କ ଜୀବନ ଚାଲି ଯାଇଥିଲା ।

Leave a Reply

Your email address will not be published. Required fields are marked *