କାହିଁକି ଶ୍ରୀମନ୍ଦିରରେ ପୂଜା ପାଏ କୁକୁର ? ଜାଣନ୍ତୁ କଣ ରହିଛି କାରଣ…

ଶ୍ରୀମନ୍ଦିରରେ ପୂଜା ପାଉଛି କୁକୁର । ବନ୍ଧୁଗଣ ଆମେ ସାଧାରଣତଃ କୁକୁରକୁ ଅଶୁଭ ବୋଲି ମାନି ଥାଉ । ଯଦି କୁକୁର ଟିଏ ଘର ଭିତରେ ପଶିଯାଏ ତାହାଲେ ଗାଁ ଗହଳିରେ ସଙ୍ଗେ ସଙ୍ଗେ ଗୋବର ପାଣି ଗଙ୍ଗା ଜଳ ଘରେ ସିଞ୍ଚନ କରାଯାଏ । ବୁଲା କୁକୁର ମାନଙ୍କ ପ୍ରବେଶ ଘରକୁ ନିଷେଦ୍ଧ ହୋଇଥାଏ । ହେଲେ ଆପଣ ଜାଣି ଚକିତ ହେବେ ଯେ ପୁରୀ ଶ୍ରୀମନ୍ଦିରରେ ପୂଜା ପାଉଛି କୁକୁର । ହଁ ଏହା ବିଶ୍ୱାସ ନହେଲେ ମଧ୍ୟ କଥା ଟା କିନ୍ତୁ ସତ । ତେବେ କାହିଁକି ପୁରୀ ଶ୍ରୀମନ୍ଦିରରେ କୁକୁର ପୂଜା ପାଉଛି ଆସନ୍ତୁ ତାହା ଉପରେ ନଜର ପକେଇବା ।

ଶ୍ରୀମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ କୁକୁର ପୂଜା ପାଉଛି ଏହା ଶୁଣିବାକୁ ସମସ୍ତଙ୍କୁ ନିହାତି ଭାବରେ ଚକିତ କରୁଥିବ । ହେଲେ ଏହା କିନ୍ତୁ ବାସ୍ତବରେ ସତ ବୋଲି କୁହାଯାଉଛି । ପୂର୍ବ କାଳରେ ଲୋକେ ମାନେ କୁକୁରକୁ ସାଧାରଣ ଅଛୁଆଁ ବୋଲି କହିଥାନ୍ତି । ଆଉ ଏବେ ମଧ୍ୟ ଏହି କଥାକୁ ଗାଆଁ ଗହଳିର ଲୋକେ ବିଶ୍ୱାସ କରିଥାନ୍ତି ।

ହେଲେ ଯେଉଁଠି ବ୍ରହ୍ମାଣ୍ଡ ଠାକୁର, ଚାରି କୋଟି ଓଡିଆଙ୍କ ମଉଡ ମଣି ନିଜେ ପୂଜା ପାଉଛନ୍ତି ସେହି ସ୍ଥାନରେ କୁକୁର ପୂଜା ପାଉଛି ଏହା ଶୁଣିବାକୁ ସମସ୍ତଙ୍କୁ ଚକିତ କରିବ ନିହାତି ଭାବେ । ତେବେ କୁହାଯାଏ ଯେତେବେଳେ ପୁରୀ ଶ୍ରୀମନ୍ଦିର ପ୍ରତିଷ୍ଠା ହେଲା ସେତେବେଳେ ରାଜା ଇନ୍ଦ୍ର୍ୟୁମ୍ନ ଙ୍କ ଅନୁରୋଧ ରକ୍ଷା କରି ବ୍ରହ୍ମଦେବ ଜଗନ୍ନାଥଙ୍କ ପ୍ରତିଷ୍ଠା ପାଇଁ ଆସିଥାନ୍ତି ।

ଠିକ୍ ଏହି ସମୟରେ ବାହାରୁ ଏକ କୁକୁର ଜୋରେ ଭୂକୁ ଥିବାର ଶବ୍ଦ ସୁଭିବାକୁ ଲାଗିଲା । ବାରମ୍ବାର କୁକୁର ଭୁକିବାରୁ ବେଦ ପାଠରେ ବାଧା ଉପୁଜିଲା । ଫଳରେ ସମସ୍ତେ ବିରକ୍ତ ହୋଇ ଯେତେବେଳେ କୁକୁର ନିକଟକୁ ଯାଇ ପଚାରିଲେ କି ତୁମେ କଣ ଚାହୁଁଛ କାହିଁକି ଏପରି ଭାବରେ ଭୁକୁଛ ସେହି ସମୟରେ କୁକୁର ଟି କହିଲା ସମସ୍ତଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ସେବା କରିବାକୁ ଅନୁମତି ଦେଉଛ । ମତେ ବି ପ୍ରଭୁ ଜଗନ୍ନାଥଙ୍କ ସେବା କରିବା ପାଇଁ ଅନୁମତି ଦିଅନ୍ତୁ ।

କୁକୁରର ଏହି କଥା ଶୁଣି ସମସ୍ତେ ବେଶ୍ ଚକିତ ହେଲେ ଆଉ କେହି କେହି କୁକୁରର ଏହି କଥା ଶୁଣି କୁକୁରକୁ କେଉଁ କାର୍ଯ୍ୟ ଦେବେ ଭାବି ଚିନ୍ତାରେ ପଡିଲେ । ତେବେ ଏହି ସମୟରେ କୁହାଗଲା କି ତମେ ପ୍ରଭୁ ଜଗନ୍ନାଥଙ୍କ ରୋଷ ଶାଲା ଆଗରେ ରହି ରୋଷ ଶାଳାକୁ ଜଗିବ । ଯଦି ମହାପ୍ରଭୁଙ୍କ ରୋଷ ଶାଳାରେ କୌଣସି ବିଘ୍ନ ଉପୁଜେ ତାହାଲେ ତୁମେ ଭୂକି ସମସ୍ତଙ୍କୁ ସଙ୍କେତ ଦେବ । ତେବେ ଏହା ପର ଠାରୁ ରୋଷ ସାଲାରେ କୁକୁର ଟି ଜଗିବା ଆରମ୍ଭ କଲା । ଆଉ ଏହା ପରେ କୁକୁର ଟି ପୂଜା ମଧ୍ୟ ପାଇଲା ।

Leave a Reply

Your email address will not be published. Required fields are marked *