ଭିଜିଲାନ୍ସ ଟିମକୁ ଦେଖି ୪୦ହଜାର ଗିଳିଦେଲେ ଶିକ୍ଷକ…ପାଟିରେ ୪୦ହଜାର ପୁରାଇ ଛାନିଆରେ ଦୌଡ଼ିଲେ।

ଏଇ ଫୋଟରେ ଯେଉଁ ଭଦ୍ରବ୍ୟକ୍ତିଙ୍କୁ ଦେଖୁଛନ୍ତି ଏ ହେଉଛନ୍ତି ଜଣେ ଶିକ୍ଷକ। ତାଙ୍କର ଭଦ୍ର ମୁଖା ତଳେ ଲୁଚି ରହିଥିବା କାରନାମା ଜାଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ। ଭିଜିଲାନ୍ସ ଟିମକୁ ଦେଖି ଛାନିଆରେ ୪୦ ହଜାରକୁ ଗିଳି ଦେଇ ଦୌଡ଼ିଲା ଶିକ୍ଷକ। ଶିକ୍ଷକଙ୍କ ହାତରେ ଥିଲା ୪୦ ହଜାର। ଆଉ ଭିଜିଲାନ୍ସ ଟିମକୁ ଦେଖି ଛାନିଆରେ ହାତରେ ଥିବା ୪୦ ହଜାରକୁ ଗିଳି ଦେଇ ବଂଚିବାକୁ ଛାନିଆରେ ଦୌଡ଼ିଲେ ଶିକ୍ଷକ।

ଆଜ୍ଞା ହଁ ବନ୍ଧୁଗଣ ଜଣେ ଶିକ୍ଷକ ଆମ ସମାଜକୁ ଗଢିବା ପାଇଁ ଶପଥ ନେଇଥାଏ। ସମାଜକୁ ଶିକ୍ଷିତ କରିବା ପାଇଁ ଶପଥ ମଧ୍ୟ ନେଇଥାନ୍ତି। ଲାଞ୍ଚ କାରବାର ଆମ ସମାଜ ଆମ ପରିବେଶ ପାଇଁ କ୍ଷତିକାରକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିବା ଜଣେ ଶିକ୍ଷକର କାମ ହେଲେ ସେ ଶିକ୍ଷକ ଯେତେବେଳେ ଦୁର୍ନୀତି କରିବେ ଲାଞ୍ଚ ନେବେ ତ ଆମ ଆସନ୍ତା ପିଢ଼ି କ’ଣ ଶିକ୍ଷା ପାଇବ ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହେଉଛି। ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଲାଞ୍ଚୁଆ ଶିକ୍ଷକ ଯିଏକି ୪୦ ହଜାରକୁ ପାଟିରେ ପୁରାଇ ଗିଳି ଦେଇଛନ୍ତି। ଆଉ ଛାନିଆରେ ଭିଜିଲାନ୍ସ ଟିମଙ୍କ ହାତରୁ ପଳେଇଯିବା ପାଇଁ ଦୌଡିଥିଲେ।

ହଁ ଆଜ୍ଞା ଏମିତି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଏତରା ଗାଁରୁ। ଗାଁରେ ଥିବା ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର 5T ରେ ଅନ୍ତର୍ଭୁକ୍ତ କରି ସ୍କୁଲର ଉନ୍ନତି କରଣ ପାଇଁ ଅର୍ଥ ମଞ୍ଜୁରୀ କରିଥିଲେ। ଆଉ ସ୍କୁଲର କୋଠା ନିର୍ମାଣ ପାଇଁ ଜୟ ରାମ ସାହୁ ନାମକ ଠିକାଦାର କାର୍ଯ୍ୟଦେଶ ପାଇଥିଲେ। କୋଠା ନିର୍ମାଣ ସହ କେସ ବିଲ କରାଇଦେବା ପାଇଁ ଠିକାଦାର ସେହି ସ୍କୁଲର ପ୍ରଧାନ ଶିକ୍ଷକ ଦୃଣ କୁମାର ତାଣ୍ଡିଙ୍କୁ କହିଥିଲେ। ହେଲେ ଲାଞ୍ଚୁଆ ଶିକ୍ଷକ ଜଣକ ୧୦ ଲକ୍ଷ ଟଙ୍କାର ବିଲ କରାଇ ଦେବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଠିକାଦାର ଜୟରାମ ସାହୁ ଭିଜିଲାନ୍ସ ଟିମ ବିଭାଗର ଦ୍ୱାରସ୍ତ ହୋଇଥିଲେ ଆଉ ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗ ଲାଞ୍ଚୁଆ ଶିକ୍ଷକଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ। ଆଜି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଲାଞ୍ଚ ଟଙ୍କା ଠିକାଦାରଙ୍କ ଠାରୁ ଗ୍ରହଣ କରିବା ପାଇଁ ମନା କରିବା ସହ ଅଭିଯୁକ୍ତ ଶିକ୍ଷକ ତୃଣ ତାଣ୍ଡି ତାଙ୍କ ବାପା ମନୋଧଳ ତାଣ୍ଡିଙ୍କ ବ୍ୟାଙ୍କ ଖାତାରେ ଡିପଜିଟ କରିକି ରସିଦ ଆଣିଦେବା ପାଇଁ କହିଥିଲେ।

ଏହା ପରେ ସମ୍ପୃକ୍ତ ଠିକାଦାର ଅଭିଯୁକ୍ତ ଶିକ୍ଷକଙ୍କ ବାପାଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ଡିପଜିଟ କରି ରସିଦ ନେଇ ପ୍ରଧାନ ଶିକ୍ଷକଙ୍କୁ ଦେବା ସମୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ଠିକ ଏହି ସମୟରେ ଭିଜିଲାନ୍ସ ଟିମକୁ ଦେଖି ପ୍ରଧାନ ଶିକ୍ଷକ ଜଣକ ରସିଦକୁ ପାଟିରେ ପୁରାଇ ଚୋବାଇ ଚୋବାଇ ଖାଇ ଦେଇଥିଲେ। ଏହା ପରେ ଭିଜିଲାନ୍ସ ବିଭାଗ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ଆଉ ଗୋଟେ ରସିଦ ଆଣି ଲାଞ୍ଚୁଆ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ଏବଂ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଜେରା କରୁଛି ବୋଲି ଜଣା ପଡୁଛି। ସେପଟେ ଭିଜିଲାନ୍ସ ଟିମ ପ୍ରଧାନ ଶିକ୍ଷକଙ୍କ ଘରେ ଚଢ଼ାଉ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *