“ଜେଜେ ଆମକୁ ବହୁତ ଭଲ ପାଉଥିଲେ । ଟିଉସନ ଟିଚର ଟିକେ ପାଟି କଲେ ଦୌଡ଼ି ଆସୁଥିଲେ..” ।

ବନ୍ଧୁଗଣ ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ୮୩ ବର୍ଷ ବୟସରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳ ୫ଟା ୨୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଦାମୋଦର ରାଉତ । ସେ ୭ ଥରର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୭୭ ମସିହାରୁ ୨୦୧୯ ମସିହା ପର୍ୟ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦାମଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ।

ତେବେ ଦାମ ରାଉତଙ୍କ ମୃତ୍ୟୁକୁ ନେଇ ସମସ୍ତେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ମଧ୍ୟ ଦୁଃଖରେ ବୁଡ଼ି ଯାଇଛନ୍ତି । ଇତି ମଧ୍ୟରେ ଦାମ ରାଉତଙ୍କ ନାତୁଣୀ କହିଛନ୍ତି ଯେ ସେ ଯାହା ଶୁଣିଛନ୍ତି ସେ ଯେତେବେଳେ ପ୍ରଥମେ ଜନ୍ମ ହେଲେ ଜେଜେ ସେତେବେଳେ ହେଇଥିଲେ ନୂଆ ନୂଆ ମନ୍ତ୍ରୀ । ଆଉ ତାଙ୍କ ଜେଜେ ତାଙ୍କ ମୁହଁ ନଦେଖିକି ତାଙ୍କ ଦିନ ଆରମ୍ଭ କରନ୍ତି ନାହିଁ । ସେ ତାଙ୍କ ବୋହୂଙ୍କୁ କୁହନ୍ତି ନାତୁଣୀକୁ ଆଣିବା ପାଇଁ ।

ତାପରେ ଦାମ ନାତୁଣୀଙ୍କ ମୁହଁ ଦେଖିବା ପରେ ତାପରେ ଯିବେ ତାଙ୍କ କାମ ଆରମ୍ଭ କରିବେ । ତାପରେ ଧୀରେ ଧୀରେ ତାଙ୍କ ନାତି ଭି ଆସିଲେ । ତାଙ୍କୁ ମଧ୍ୟ ସେ ବହୁତ୍ ଭଲ ପାଆନ୍ତି । ନିଜର ପ୍ରତିଛବି ବୋଲି ଦାମ ଭାବନ୍ତି ତାଙ୍କ ନାତିକୁ । ଏମିତି କି ତାଙ୍କର ଶେଷ ସମୟ ପର୍ଯ୍ୟନ୍ତ ନାତି ନାତୁଣୀ ସମସ୍ତେ ତାଙ୍କ ପାଖରେ ଥିଲେ । ହାର୍ଟ ଅଟାକ୍ ହେବା ପୂର୍ବ କଥା ନାତୁଣୀ କହିଥିଲେ ଯେ ସେ ଚିହ୍ନିଲେ କଥାବାର୍ତ୍ତା କଲେ । ଆଉ ଆଶ୍ଚର୍ଯ୍ୟର କଥା ଯେ ସେ ସେହି ଦିନ ହସ୍ପିଟାଲ୍ ରୁ ଫେରି ଏତେ ଆକ୍ଟିଭ ଥିଲେ ଯେମିତି ଆଗରୁ ଥିଲେ।

ନାତି ନାତୁଣୀ ଘର ଲୋକଙ୍କୁ ଦାମ ପାଖରେ ବସେଇଲେ କଥାବାର୍ତ୍ତା କଲେ ଯେ ଏଇଟା କରିବା ସେଇଟା କରିବା । ଇଲେକ୍ସନ ଆସୁଛି ସେ ସେଠି ମିଟିଂ କରିବେ ଏଠି ମିଟିଂ କରିବେ । ଏମିତି କଥାବାର୍ତା ଦାମ ସେଦିନ କହୁଥିଲେ ତା ପରଦିନ ନାତୁଣୀକୁ ଡ଼ାକି କହିଥିଲେ ଯେ ତାଙ୍କ ଇଚ୍ଛା ଖର୍ଚ ପାଇଁ ସେ ତାଙ୍କ ନାତୁଣୀକୁ ପଇସା ଦେବେ । ଆଉ ସେହି ରାତିରେ ହିଁ ସେ ଅସୁସ୍ଥ ହୋଇ ପଡିଥିଲେ ତାପରେ ଚାଲିଗଲେ । ଦାମଙ୍କ ନାତୁଣୀ ଆହୁରି ମଧ୍ୟ କହିଛନ୍ତି ତାଙ୍କର କି ତାଙ୍କ ଭାଇର ଟିଉସନ ଟିଚର ଯଦି ଟିକେ ପାଟି କଲେ ତାଙ୍କ ଜେଜେ ଦୌଡ଼ି ଆସୁଥିଲେ ।

Leave a Reply

Your email address will not be published. Required fields are marked *