ରାସନ କାର୍ଡ଼ଧାରୀଙ୍କ ପାଇଁ ଆସିଲା ବଡ଼ ନିୟମ, ରାସନ କାଡ଼ର୍ରେ ହେବ ଏହି ବଡ ପରିବର୍ତ୍ତନ :-

ଦେଶରେ ରାସନ କାର୍ଡ଼ ହିତାଧିକାରୀ ପାଇଁ ରାସନ ସୁବିଧା ଥିଲେ ହେଁ ସେଥିରେ ସମୟ ସମୟରେ କିଛି କିଛି ପରିବର୍ତ୍ତନ କରାଯାଇ ଥାଏ । ତେଣୁ ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ବିଭାଗ ତରଫରୁ ଏଥିରେ ଆଉ ଏକ ପରିବର୍ତ୍ତନ କରାଯାଇଥିବାର ଶୁଣାଯାଇଛି । ଏହି ନିୟମ ଅନୁଯାୟୀ ସରକାରୀ ରାସନ ଦୋକାନରୁ ରାସନ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ମାନଦଣ୍ଡ ରେ ପରିବର୍ତ୍ତନ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା କେତେକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଯାହାକୁ ନେଇ ନୂତନ ନିୟମର ଘୋଷଣା କରାଯାଇଛି ।

ତେବେ ଏହି ମାନଦଣ୍ଡରେ ପରିବର୍ତ୍ତନ ଆଣିବାର ଏକମାତ୍ର କାରଣ ଏହା ଯେ ଦେଶରେ ପ୍ରାୟ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ଲାଭ ଉଠାଉଛନ୍ତି । ତାହା ମଧ୍ୟରୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଥିବା ସତ୍ତ୍ୱେ ବି ଏହାର ଲାଭ ଉଠାଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାନଦଣ୍ଡରେ ପରିବର୍ତ୍ତନ ଅଣାଯାଇଛି ଏବଂ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ସ୍ବଚ୍ଛ ହେବ ଏବଂ କୌଣସି ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି ।

ଏହି ପରିବର୍ତ୍ତନ ନିମନ୍ତେ ରାଜ୍ୟ ସରକାର ଙ୍କ ଦ୍ଵାରା ଗତ ଛଅ ମାସ ହେବ କେତେକ ବୈଠକ ଅନୁଷ୍ଠିତ ହୋଇ ଯୋଗ୍ୟ ବ୍ୟକ୍ତି ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ଯାହାଦ୍ୱାରା କେବଳ ଯୋଗ୍ୟ ବ୍ୟକ୍ତି ହିଁ ଏହାର ଲାଭ ଉଠାଇ ପାରିବେ ଏବଂ ଅଯୋଗ୍ୟ ବ୍ୟକ୍ତି ଏହାର ସୁବିଧା ପାଇ ପାରିବେ ନାହିଁ । ଆଉ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ହିଁ ଏହି ମାନକର ଚୂଡ଼ାନ୍ତ ହୋଇ କାର୍ଯ୍ୟକାରୀ ହେବ ।

ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ‘ ୱନ ନ୍ୟାସନ ୱନ ରାସନ କାର୍ଡ଼ ‘ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହାଦ୍ବାରା ପ୍ରାୟ ୯୬ କୋଟି ହିତାଧିକାରୀଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି ଯେଉଁମାନେ NFSA ର ଜନସଂଖ୍ୟା ଅଧୀନରେ ଆସୁଛନ୍ତି । ଏହା ବ୍ୟତୀତ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଲାଭ ଉଠାଉଛନ୍ତି ।

Leave a Reply

Your email address will not be published. Required fields are marked *