ମଣିଷକୁ ଏପରି ଆକ୍ରମଣ କଲା ଗାଈ , ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ :-

ସମୟ ସମୟରେ ସୋସିଆଲ ମିଡିଆରେ ଏପରି ସବୁ ଭିଡ଼ିଓ ଭାଇରଲ ହୋଇଥାଏ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି । କାରଣ ସେହି ସବୁ ଭିଡ଼ିଓ ଏପରି ହୋଇଥାଏ ଯାହା ଦେଖିଲେ ଆମ ଆଖି ବିଶ୍ୱାସ କରିପାରେ ନାହିଁ ଏବଂ ଅସମ୍ଭବ ଲାଗିଥାଏ । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଭିଡ଼ିଓ ବିଷୟରେ କହିବୁ ଯାହା ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ ।

ସାଧରଣତଃ ଗୋଟିଏ ଗାଈ କୁ ଦେଖିଲେ ଆପଣ ତାହାକୁ କେତେ ଆକ୍ରମକ ଭାବନ୍ତି ? ଏହା ସତ କଥା ଯେ ପଶୁ ମାନଙ୍କ ମଧ୍ୟରୁ ସବୁଠାରୁ ଶାନ୍ତ ରହୁଥିବା ପଶୁ ହେଉଛି ଗାଈ ଏବଂ ଅଧିକାଂଶ ଲୋକେ ଗାଈ ଘରେ ରଖନ୍ତି । କିନ୍ତୁ କିଛି ଗାଈ ଏତେ ଆକ୍ରମକ ହୋଇଥାଏ ଯେ ମଣିଷ ବି ତା ସାମ୍ନାରେ ତିଷ୍ଠି ପାରେ ନାହିଁ । ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଏହିପରି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ରାସ୍ତାରେ ବୁଲୁଥିବା ଏକ ଗାଈ ମଣିଷ ଉପରେ ଭାରୀ ପଡ଼ିଛି ଏବଂ ମଣିଷ ଉପରେ ହଠାତ ଆକ୍ରମଣ କରିଛି

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଟି ବିହାରର କଟରଗାମ ର ଅଟେ । ତେବେ ନିକଟରେ ସେହି ସ୍ଥାନର ଏକ ଭିଡ଼ିଓ ବେଶ ଭାଇରଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ରାସ୍ତାରେ ବୁଲୁଥିବା ଗାଈ ହଠାତ ଏକ ମଣିଷ ଉପରକୁ ଖୁବ ଜୋରରେ ଆକ୍ରମଣ କରିଛି ଏବଂ ନିଜ ଶିଙ୍ଗରେ ଆକ୍ରମଣ କରିବାରେ ଲାଗିଛି । ଲୋକଟି ନିଜକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରୁଛି । ତଥାପି ସେ ବିଫଳ ହୋଇ ଗୋଟିଏ ସ୍ଥାନରେ ବସି ରହିଛି । ଗାଈ ଟି ଏତେ ଆକ୍ରମକ ଭାବରେ ଆକ୍ରମଣ କରିଛି ଯେ ଲୋକଟି ଆହତ ମଧ୍ୟ ହୋଇଛି ।

ସେହି ସମୟରେ ପାଖରେ ଥିବା ଲୋକେ ଗାଈ କୁ ଘଉଡ଼ାଇବାରେ ଚେଷ୍ଟା ଚଳାଇଛନ୍ତି ଏବଂ ଗାଈ ଉପରକୁ ପାଣି ଚାଟିଛନ୍ତି । କିଛି ସମୟ ପରେ ଗାଈଟି ଲୋକଙ୍କ ଦିଗରେ ଦୌଡ଼ିବାର ଦେଖି ବ୍ୟକ୍ତି ଜଣକ ଦୌଡ଼ି ପଳାଇ ଯାଇଛନ୍ତି ଏବଂ ଯାହା ଦ୍ୱାରା ତାଙ୍କର ଜୀବନ ବଞ୍ଚି ଯାଇଛି । କିନ୍ତୁ ଆହତ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାର ଲାଇଭ ଭିଡ଼ିଓ ଦେଖିଲେ ଆପଣଙ୍କ ହୃଦୟ ବି ଭୟରେ ଥରି ଉଠିବ । ଆପଣ ବି ବିଶ୍ୱାସ କରି ପାରିବେ ନାହିଁ ଯେ ଗୋଟିଏ ଗାଈ କିପରି ଏକ ମଣିଷ ଜୀବନ ପ୍ରତି ଭୟଙ୍କର ହୋଇପାରେ ।

Leave a Reply

Your email address will not be published. Required fields are marked *