ରଥଯାତ୍ରା ଦେଖୁଥିବା ସମୟରେ ଭୁଶୁଡ଼ି ପଡ଼ିଲା ବିଲ୍ଡିଂ, ମାଟି ତଳେ ଚାପି ହୋଇଗଲେ ମହିଳା ଓ ଶିଶୁ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ରଥଯାତ୍ରା ସାରା ବିଶ୍ୱରେ ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ଆଉ ବିଶେଷ କରି ରଥଯାତ୍ରା ପାଇଁ ପୁରୀ ପ୍ରସିଦ୍ଧ । ଦେଶ ବିଦେଶରୁ ଏକାଧିକ ଭକ୍ତ ଧାଇଁ ଆସିଥାନ୍ତି ସେହି ତିନି ଦିଅଁଙ୍କୁ ଦର୍ଶନ କରିବା ପାଇଁ । ଚାରିଆଡ଼େ ରଥ ଟଣା ହୋଇଥାଏ ଆଉ ତିନି ଦିଅଁ ଆଜି ନିଜ ମାଉସୀ ଘରକୁ ଯାଇଥାନ୍ତି । ତେବେ ଅନେକ ସମୟରେ ଆପଣ ଶୁଣିବାକୁ ପାଇଥିବେ କି , ରଥଯାତ୍ରା ସମୟରେ ଅନେକ ଅଘଟଣ ଘଟିଥାଏ ।

ତେବେ ପୁଣିଥରେ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା , ଯାହା ଆପଣଙ୍କ ଆଖିରୁ ଲୁହ ଆଣି ଦେଇପାରେ । ଏତେ ଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲୋକେ ଯେମିତି ହେଉ ପଛକେ ରଥ ଦେଖିବା ପାଇଁ ବାହାରି ଯାଇଥାନ୍ତି । ଆପଣ ଦେଖିଥିବେ କେହି କେହି ନିଜ ଘରର ଛାତ ଉପରେ ଛିଡା ହୋଇ ରଥଯାତ୍ରା ଦେଖିଥାନ୍ତି । ତେବେ ଏହିପରି କାର୍ଯ୍ୟକୁ ଜଗନ୍ନାଥ ଧାମ ପୁରୀରେ ସିଧାସଳଖ ଭାବରେ ମନା କରା ଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକେ ଏହାକୁ ମାନୁ ନାହାଁନ୍ତି , ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ କରୁଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଏପରି ଏକ ଅଘଟଣ ଘଟି ଯାଇଥିବାର ଶୁଣିବାକୁ ମିଳିଛି । ତେବେ ଏହି ଅଘଟଣ ଓଡ଼ିଶାରେ ନୁହେଁ ବରଂ ବାହାରେ ଘଟି ଯାଇଛି । ତେବେ ସୂଚନା ଅନୁଯାୟୀ , ଗୁଜରାଟର ଅହମ୍ମଦାବାଦ ଠାରେ ରଥଟଣା ଚାଲିଥିବା ସମୟରେ ଅଚାନକ ଏକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ଘଟଣାସ୍ଥଳରେ ୧୧ ଜଣ ଭକ୍ତ ଆହତ ହୋଇଥିଲେ । ଏହା ବ୍ୟତୀତ ବାଲକୋନୀ ଉପରେ ଛିଡା ହୋଇ ଦେଖୁଥିବା କିଛି ମହିଳା ଆଉ ଶିଶୁ ମାନେ ମାଟି ତଳେ ଚାପି ହୋଇ ରହି ଯାଇଥିଲେ ।

ତେବେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆହତ ମାନଙ୍କର ଚକିତ୍ସା ଚାଲିଛି । ଏହା ବ୍ୟତୀତ ଶ୍ରୀକ୍ଷେତ୍ରରେ ପୁରୀରେ ମଧ୍ୟ ଆଜି ଏକ ଅଘଟଣ ଘଟିଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ଫଳରେ ଏକାଧିକ ଭକ୍ତ ଆହତ ହୋଇଥିଲେ । ଏହାପରେ ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *