୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷ ପାଲଟି ଗଲା କୁକୁର…

ସମସ୍ତଙ୍କର ଅନେକ ସ୍ବପ୍ନ ରହିଥାଏ । ପିଲା ଦିନେ ଆମେ ସମସ୍ତେ ଏହା ଭାବିଥାନ୍ତି କି , ବଡ ହୋଇ ଆମେ ଏହା କରିବା କି ଡାକ୍ତର ବନିବା କି ଇଞ୍ଜିନିୟର ବନିବା । ସମସ୍ତଙ୍କର ଭିନ୍ନ ଭିନ୍ନ ଇଚ୍ଛା ରହିଥାଏ । ସମସ୍ତେ ନିଜ ଜୀବନକୁ ଅଲଗା ଭାବରେ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି । କିନ୍ତୁ ଏହି ଇଚ୍ଛା ମଧ୍ୟରେ ବର୍ତ୍ତମାନ ସମୟରେ ସାମ୍ନାକୁ ଏକ ଅଜବ ଇଚ୍ଛା ଆସିଛି , ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ । ଆଉ ଯାହାକୁ ନେଇ ବର୍ତ୍ତମାନ ସମୟରେ ଜୋରଦାର ଆଲୋଚନା ହେଉଛି । ସମସ୍ତେ କହିବାରେ ଲାଗିଛନ୍ତି କି ଅଜବରେ ବାବା ।

ଆଉ ସେହି ଅଜବ ଇଚ୍ଛା ହେଉଛି , ଜଣେ ମଣିଷ ନିଜ ଜୀବନରେ ଗୋଟିଏ କୁକୁର ହେବା ପାଇଁ ଇଚ୍ଛା ରଖିଥିଲେ । ତେବେ ଏପରି ଏକ ଘଟଣା ଜାପାନରେ ଦେଖିବାକୁ ମିଳିଛି । ଜାପାନର ଟାକୋସା ନାମକ ଜଣେ ବ୍ୟକ୍ତି ଏପରି ଏକ କାଣ୍ଡ କରି ଦେଖାଉଛନ୍ତି । ପେଷାରେ ଜଣେ ବ୍ୟବସାୟୀ ଟାକୋସା । ତେବେ ପିଲା ଦିନରୁ ସେ କୁକୁର ଭଳି ଜୀବନ ବଞ୍ଚିବା ପାଇଁ ମନରେ ଚିନ୍ତା କରି ରଖିଥିଲେ । ଆଉ ତାହାକୁ ପୁରା କରିବା ପାଇଁ ସେ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ । ଆଉ ଶେଷରେ ସେ ଏହା କରିଥିଲେ ।

ସେ ଏପରି ଯୋଜନା କରିଥିଲେ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ଆପଣ ସମସ୍ତେ ଭାବୁଥିବେ କି , ଜଣେ ମଣିଷ କିପରି କୁକୁର ପାଲଟି ଗଲା । ସେ ସର୍ଜରୀ କଲା ନା ଆଉ କଣ କଲା । ତେବେ ଆଜ୍ଞା ହଁ ଟାକୋସା କୌଣସି ସର୍ଜରୀ କରି ନାହାଁନ୍ତି ବରଂ ସେ ନିଜ ପାଇଁ କୁକୁର ଭଳି ଏକ ପୋଷାକ ତିଆରି କରିଛନ୍ତି । ଆଉ ଯାହାକୁ ଜାପାନର ଜେପେଟମେଣ୍ଟ ଏଜେନ୍ସି ତିଆରି କରିଛନ୍ତି । ଏହି ପୋଷାକକୁ ତିଆରି କରିବା ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

କେବଳ ଏତିକି ନୁହେଁ , ଏଥିପାଇଁ ୪୦ ଦିନ ସମୟ ମଧ୍ୟ ଲାଗିଛି । ତେବେ ଏହି ପୋଷାକକୁ ପିନ୍ଧିବା ପାଇଁ ଟାକୋସାଙ୍କୁ ବହୁତ ଭଲ ଲାଗୁଛି । ସେ ଆହୁରି ମଧ୍ୟ କହିଛନ୍ତି କି , ଏହି ପୋଷାକ ପିନ୍ଧିବା ପରେ ଆଉ ସେ ବ୍ୟବସାୟକୁ ଯାଉ ନାହାଁନ୍ତି । ଦିନ ରାତି ୨୪ ଘଣ୍ଟା ସେ କୁକୁର ଭଳି ଜୀବନ ବଞ୍ଚିବାକୁ ଲାଗିଛନ୍ତି । ଏପରିକି ଲୋକ ମାନେ ତାଙ୍କ ସହିତ ସେଲଫି ନେଉଛନ୍ତି ଆଉ ଫୋଟ ଉଠାଉଛନ୍ତି , ଯାହା ତାଙ୍କୁ ବହୁତ ଖୁସି ଦେଉଛି ।

Leave a Reply

Your email address will not be published. Required fields are marked *