ନନ୍ଦିଘୋଷ ରଥରେ ସେବକଙ୍କର ବର୍ବର ଆଚରଣ । ପାର୍ଶ୍ଵ ଦେବଦେବୀଙ୍କ ଉପରେ ରଖିଥିଲେ ଗୋଡ଼ ଆଉ ……….

ଓଡ଼ିଶାର ରଥଯାତ୍ରା ସାରା ବିଶ୍ବପ୍ରସିଦ୍ଧ ଅଟେ । ଦେଶ ଭିତରେ ବିଭିନ୍ନ ସ୍ଥାନରେ ଏହି ରଥ ଯାତ୍ରା ପାଳିତ ହେଉଥିବା ସହିତ ଦେଶ ବାହାରେ ଭିନ୍ନ ଭିନ୍ନ ଦେଶରେ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ । ମାତ୍ର ସବୁଠି ପ୍ରଣୟନ କରାଯାଉଥିବା ନିୟମ ଠାରୁ ପୁରୀ ରଥଯାତ୍ରାର ନିୟମ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

ପୁରୀ ରଥଯାତ୍ରାରେ ଭିନ୍ନ ପ୍ରକାରର କଟକଣା ରହିଛି । ଯେମିତିକି ରଥ ଉପରକୁ ଫୋନ ନନେବା , ନଡ଼ିଆ ତୁଳସୀ ଇତ୍ୟାଦି ଭକ୍ତଙ୍କ ଉପରକୁ ନଫିଙ୍ଗିବା ଇତ୍ୟାଦି ଅନେକ କଟକଣା । କୌଣସି ବିଦେଶୀ ଲୋକ ଯଦି ମନ୍ଦିରକୁ ପ୍ରବେଶ କରିବାକୁ ଅନୁମତି ମାଗନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ ।

କିନ୍ତୁ ଏଠାରେ ଖୋଦ ସେବାୟତଙ୍କ ଆଚରଣ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ । ସେବକଙ୍କର ଏଭଳି ଆଚରଣ ଖୁବ ନିନ୍ଦନୀୟ ବାସ୍ତବରେ । ବର୍ତ୍ତମାନ ସମୟରେ ଏକ ଫୋଟ ଏବଂ ଭିଡ଼ିଓ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । କାରଣ ରଥଯାତ୍ରା ସମୟରେ ରଥରେ ଉପସ୍ଥିତ ଥିବା ସେବକଙ୍କଙ୍କ ମଧ୍ୟରୁ ଜଣେ ସେବକଙ୍କର ବର୍ବର ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ବାସ୍ତବରେ ସେହି ସେବକ ଜଣନକୁ ରଥର ପାର୍ଶ୍ଵରେ ଥିବା ଦେବାଦେବୀଙ୍କ ଉପରେ ଗୋଡ଼ ରଖିଥିବାର ଦେଖା ଯାଇଥିଲା । ଏହାବ୍ୟତୀତ ସେ ରଥ ଉପରକୁ ମୋବାଇଲ ଫୋନ ନେଇ ଫୋଟ ଉଠାଉ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ବାସ୍ତବରେ ନିନ୍ଦନୀୟ ଅଟେ ।

ଏସବୁ ସତ୍ତ୍ୱେ ସେହି ସେବକ ତଥାପି ଅଟକି ନଥିଲେ ଏବଂ ନଡ଼ିଆ ଆଣି ସେହି ରଥ ଉପରେ ଫଟାଇ ଭକ୍ତଙ୍କ ଉପରକୁ ଫିଙ୍ଗୁଥିବାର ମଧ୍ୟ ଦେଖାଯାଇଥିଲା । ଏହାବ୍ୟତୀତ ଫୁଲ ଏବଂ ତୁଳସୀ ପତ୍ର ମଧ୍ୟ ସେବକ ଜଣକ ଭକ୍ତଙ୍କ ଉପରେ ପକାଉଥିଲେ । ଯାହା ବେଶ ଲଜ୍ଜାଜନକ ଅଟେ ।

ଏଠାରେ କହି ରଖିବୁ ଯେ ଯେଉଁ ଶ୍ରୀମନ୍ଦିରରେ ବିଦେଶୀ କହି ଧର୍ମ ବିଭେଦ ଦେଖି ଭକ୍ତଙ୍କୁ ମନ୍ଦିରକୁ ଭଗବାନଙ୍କ ଦର୍ଶନ ନିମିତ୍ତ ଯିବାକୁ ବାରଣ କରାଯାଏ ସେଠାରେ ପୁଣି ଏଭଳି ସେବକଙ୍କୁ କିଭଳି ନିୟୋଜିତ କରାଯାଇ ପାରୁଛି । ଖୋଦ ସେବକ ମାନେ ଏହିସବୁ ନିୟମ ବାହାର କରି ନିଜେ ଏହି ସବୁ ନିୟମ ଉଲଂଘନ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ଅନେକ ଲୋକ ବିରୋଧ ମଧ୍ୟ କରୁଥିବା ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *