ରାସ୍ତାରେ ଲିଫ୍ଟ ମାଗୁଥିଲେ ସାବଧାନ ହୋଇ ଯାଆନ୍ତୁ , ନହେଲେ ଆପଣଙ୍କୁ ଲୁଟି ପାରନ୍ତି ଦୁର୍ବୁତ୍ତ :-

ପ୍ରାୟତଃ ଲୋକେ ରାସ୍ତାରେ ଯିବା ସମୟରେ ଶୀଘ୍ର କୌଣସି ସ୍ଥାନକୁ ଯିବା ପାଇଁ କିମ୍ବା ଯଦି ନିଜର ଯାନ ବାହନ ନଥାଏ ତେବେ ସେମାନେ ରାସ୍ତାରେ ଯାଉଥିବା ଯେ କେହି ଲୋକଙ୍କୁ ଲିଫ୍ଟ ମାଗିଥାନ୍ତି । ଏମିତିକି ଏପରି ଲୋକ ବି ଅଛନ୍ତି ଯେଉଁମାନେ ନିଜ ତରଫରୁ ଅନ୍ୟକୁ ଲିଫ୍ଟ ଯାଚିଥାନ୍ତି । କିନ୍ତୁ ଏହାବି ଆଜିକାଲି ଯୁଗରେ ଲୋକଙ୍କୁ ବେଶ ମହଙ୍ଗା ପଡ଼ିଛି । ହୁଏତ ସବୁ ଲୋକ ସେପରି ହୋଇ ନଥାନ୍ତି କିନ୍ତୁ ଯାହାବି ହେଉ କିଛି ଲୋକଙ୍କ ଏପରି କାର୍ଯ୍ୟ ପାଇଁ କେହିବି କାହାକୁ ଲିଫ୍ଟ ନେବେ ନାହିଁ ।

ଯେମିତିକି ଅନେକ ସମୟରେ ସୋସିଆଲ ମିଡ଼ିଆରେ ଟଙ୍କା ପଇସା ଗହଣା ଲୁଟ ହେଉଛି ତାହା ପୁଣି ବିଚ ରାସ୍ତାରେ ସେହିପରି ଲିଫ୍ଟ ଦେବା ବାହାନାରେ ମଧ୍ୟ ଦୁର୍ବୁତ୍ତ ମାନେ ଆଜିକାଲି ଲୁଟ କରୁଛନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବୁ । ଯେଉଁ ଘଟଣା ଅନୁଯାୟୀ ଜଣେ ଶିକ୍ଷକଙ୍କୁ କିଛି ଦୁର୍ବୁତ୍ତ ଲିଫ୍ଟ ଦେବା ବାହାନାରେ ତାଙ୍କ ତାଙ୍କ ଠାରୁ ଟଙ୍କା ପଇସା ଲୁଟି ନେଇଛନ୍ତି । ଏହି ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ରାଜଧାନୀ ଭୁବନେଶ୍ବର ରେ କ୍ରା-ଇ-ମ ବର୍ତ୍ତମାନ ଅଧିକ ବଢ଼ି ଯାଇଛି । ସେହିପରି ଠକା-ମୀ ଏବଂ ଲୁଟ ମଧ୍ୟ ବଢ଼ି ଯାଇଛି । ତେବେ ସୂଚନା ଅନୁଯାୟୀ ଜଣେ ଶିକ୍ଷକଙ୍କୁ ଲିଫ୍ଟ ଦେବା ନାଁ ରେ ନିଶା ଦେଇ ଲୁଟ ହୋଇଥିବା ଅଭି-ଯୋଗ ହୋଇଛି । ଶିକ୍ଷକଙ୍କ ନାମ ଅଖିଲ କୁମାର ପାଳ ଏବଂ ସେ ନବପଲ୍ଲୀ ହାଇସ୍କୁଲ ର ଶିକ୍ଷକ ଭାବରେ କାମ କରୁଥିଲେ । କିଛିଦିନ ତଳେ ସେ ତାଙ୍କ ଘର ଢେଙ୍କାନାଳ ଯିବାକୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଅପେକ୍ଷା କରିଥିଲେ ବସ ପାଇଁ । କିନ୍ତୁ ଅନେକ ସମୟ ଅପେକ୍ଷା କରିବା ପରେ ବି ବସ ଆସି ନଥିଲା ।

କିଛି ସମୟ ପରେ କାର ରେ ଦୁଇ ଜଣ ବ୍ୟକ୍ତି ଆସିଥିଲେ ଏବଂ ଅଖିଲ ଙ୍କୁ ଲିଫ୍ଟ ଦେବେ ବୋଲି କହିଥିଲେ ଏବଂ ଗାଡ଼ି ଅନୁଗୁଳ ଯିବ ବୋଲି ମଧ୍ୟ କହିଥିଲେ । ତେଣୁ ସେ ଖୁସି ହୋଇ ଗାଡ଼ିରେ ବସି ଯାଇଥିଲେ । କିଛି ଦୂର ଯିବା ପରେ ଡମଣା ଛକରେ ଶିକ୍ଷକଙ୍କୁ ଥଣ୍ଡା ପିଇବାକୁ ଯାଚି ଥିଲେ । ଶିକ୍ଷକ ମଧ୍ୟ ବିଶ୍ୱାସ କରି ପିଇଦେଇଥିଲେ । ଏହାପରେ ତାଙ୍କୁ ନିଦ ଆସି ଯାଇଥିଲା । ସୁଯୋଗ ଉଠାଇ ଦୁଇ ଦୁର୍ବୁତ୍ତ ଶିକ୍ଷକଙ୍କ ଠାରୁ ସବୁ ଟଙ୍କା ପଇସା ଏବଂ ଗହଣା ଲୁଟି ନେଇଥିଲେ ଏବଂ ତାଙ୍କୁ ଧବଳେଶ୍ବର ଘାଟି ରେ ଫିଙ୍ଗି ଦେଇଥିଲେ ।

ଶିକ୍ଷକଙ୍କ ହୋସ ଆସିବା ପରେ ସେ ଶହୀଦ ନଗର ଥାନାରେ ଦୁଇ ଦୁର୍ବୁତ୍ତ ଙ୍କ ନାମରେ ଅଭିଯୋଗ କରିଛନ୍ତି ଏବଂ ପୁରା ଘଟଣାକୁ ବଖାଣିଛନ୍ତି । ତାଙ୍କ କହିବା ଅନୁଯାaୟୀ ଦୁର୍ବୁତ୍ତ ତାଙ୍କ ଠାରୁ ୬୦୦୦ ଟଙ୍କା , ଗୋଟିଏ ସୁନା ମୁଦି ଏବଂ ସ୍ମାର୍ଟ ଫୋଟ ଲୁଟି ନେଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *