ରାଇମୋହନଙ୍କ ଆତ୍ମହତ୍ୟା ରହସ୍ୟ ଖୋଲିଲେ ପୁଅ । ସେଦିନ ମହାପ୍ରୟାଣ ଗାଡି ଟଙ୍କା କେହିବି ଦେଲେ ନାହିଁ …..

ଅଲିଉଡ଼ର ଲୋକପ୍ରିୟ ଖଳନାୟକ ତାଲିକାରେ ରାଇମୋହନ ଏବଂ ହର ପଟ୍ଟନାୟକଙ୍କ ନାମକୁ ଯେ ସାମିଲ କରାଯିବ ନାହିଁ ତାହା ହୋଇପାରିବ ନାହିଁ । ହୁଏତ ରାଇମୋହନ ଆଉ ଏ ଦୁନିଆରେ ନଥାଇ ପାରନ୍ତି । କିନ୍ତୁ ତଥାପି ସେ ନିଜ ପ୍ରଶଂସକଙ୍କ ମନରେ ଆଜିବି ଜୀବିତ ଅଛନ୍ତି ।

ତାଙ୍କ ମୃତ୍ୟୁକୁ ହୁଏତ ଏକ ବର୍ଷ ପରେ ହେଲାଣି । କିନ୍ତୁ ତଥାପି ଲୋକେ ତାଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରୁଛନ୍ତି । ଗତ ବର୍ଷ ଥିଲା ଏହି ମାସରେ ହଠାତ ଏକ ଘଟଣା ଶୁଣିବାକୁ ମିଳିଥିଲା ଯାହାକି ସାରା ଓଡ଼ିଶାବାସୀଙ୍କୁ ଦୁଃଖରେ ଭସାଇ ଦେଇଥିଲା । ଲୋକପ୍ରିୟ ଅଲିଉଡ଼ ଫିଲ୍ମ ଖଳନାୟକ ରାଇମୋହନ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ ।

ଆଉ ସେହି ଆତ୍ମହତ୍ୟା ରହସ୍ୟ ଏବେ ସୁଦ୍ଧା ହିଁ ରହସ୍ୟ ହୋଇ ରହି ଯାଇଛି । କହିରଖିବୁ ଯେ ରାଇମୋହନଙ୍କ ପରଲୋକକୁ ଏକ ବର୍ଷ ବିତି ଯାଇଥିଲେ ହେଁ ତାଙ୍କ ପୁଅଙ୍କ ତରଫରୁ ଗଣମାଧ୍ୟମରେ କିଛି ବୟାନ ଶୁଣିବାକୁ ମିଳୁଛି । କିଭଳି ରାଇମୋହନଙ୍କ ଆତ୍ମହତ୍ୟା ପରେ ଜନସାଧାରଣ ଏବଂ ମିଡ଼ିଆ ପ୍ରଭାବରେ ପେଷି ହୋଇଯାଇଥିଲେ ତାଙ୍କ ପରିବାର ।

ତାହା ବର୍ତ୍ତମାନ ଗୋଟି ଗୋଟି କରି ତାଙ୍କ ପରିବାର ଲୋକେ କହିଛନ୍ତି । କିଭଳି ତାଙ୍କ ପରିବାର ଆଜି ପର୍ଯ୍ୟନ୍ତ ଖୁବ କଷ୍ଟରେ ବଞ୍ଚି ଆସିଛି ସେହି ବିଷୟରେ କହିଛନ୍ତି । ଆଉ ବର୍ତ୍ତମାନ ରାଇମୋହନଙ୍କ ପୁଅ କହିଛନ୍ତି ଯେ ତାଙ୍କର ମୃତ୍ୟୁ ପରେ କେହିବି କଳାକାର ଥରୁଟିଏ ଘରକୁ କଲ କରି ପରିବାର ଲୋକଙ୍କର ଭଲ ମନ୍ଦ ବିଷୟରେ ପଚାରି ନାହାଁନ୍ତି । ସେ କହିଛନ୍ତି ଯେ ପୂର୍ବରୁ ଅର୍ଥାତ ରାଇମୋହନ ବଞ୍ଚିଥିବା ବେଳେ ଅସୁର ମୋଚନ ଆସି ତାଙ୍କ ସହିତ କଥା ହେଉଥିଲେ ।

କିନ୍ତୁ ତାଙ୍କ ମୃତ୍ୟୁ ଠାରୁ ଥରେବି ଘରକୁ ଆସି ନାହାଁନ୍ତି କିମ୍ବା ଥରୁଟିଏ କଲ କରି ପରିବାରର ପରିସ୍ଥିତି ପଚାରି ନାହାଁନ୍ତି । ଆଉ ଏହାକୁ କହି ରାଇମୋହନଙ୍କ ପୁଅ ମିଡ଼ିଆ ସାମ୍ନାରେ କାନ୍ଦି ପକାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଭଳି ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ନେଇ ସତ୍କାର କରିବାକୁ ସବୁ ଲୋକ କହିଥିଲେ ସତ କିନ୍ତୁ କେହିବି ସାଥିରେ ଆସି ନଥିଲେ ।

ବରଂ ସେଦିନ ତାଙ୍କ ପୁଅ ଏବଂ ଅନ୍ୟ ତିନି ଜଣ ସବୁ କାମ କରିଥିଲେ । ଏସବୁ ମଧ୍ୟରେ ଏହା ଜାଣିବାକୁ ମିଳୁଛି ଯେ ରାଇମୋହନଙ୍କ ଯିବା ପରେ ତାଙ୍କର ପୁରା ପରିବାର ଅତ୍ୟନ୍ତ ଦୁଃଖ କଷ୍ଟରେ ଚଳି ଆସୁଛନ୍ତି । କିନ୍ତୁ ସେଦିନ ରାଇମୋହନଙ୍କର ଏଭଳି ହଠାତ ଆତ୍ମହତ୍ୟା ଆଜିବି ଏକ ରହସ୍ୟ ହୋଇ ରହିଛି , ଯାହାକୁ କେହିବି ଜାଣିବାକୁ ଚେଷ୍ଟା କରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *