ବର୍ଷାଙ୍କ ଆଖିରେ ଆଖି ମିଶାଇଲେ ଅନୁଭବ ମହାନ୍ତି ।

ଅନେକ ଦିନ ପରେ ସାମ୍ନା ସାମ୍ନି ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପୁଣିଥରେ ଅନୁଭବଙ୍କ ଆଖି ସାଥିରେ ବର୍ଷାଙ୍କ ଆଖି ମିଶିଥିଲା । ହେଲେ ସମଥିଙ୍ଗ ସମଥିଙ୍ଗ ହେଲା କି ନାହିଁ ତା ପ୍ରଶଂସକ ମାନେ ଜାଣିବାକୁ ଚାହାଁନ୍ତି । ଆଜି ହେଉଛି ବାହୁଡ଼ା ଆଉ ଗତକାଲି ଯେତେବେଳେ ବର୍ଷା ଅନୁଭବ ଦୁହେଁ ଦୁହିଁଙ୍କୁ ଦେଖିଥିଲେ ସେତେବେଳେ ମହାପ୍ରଭୁ ଜଗନ୍ନାଥ ବର୍ଷା ଅନୁଭବଙ୍କୁ ଏକାଠି କରିଦେବେ ବୋଲି ସାରା ଓଡ଼ିଶା ବାସୀ ଭାବିଥିଲେ । ଆଉ ଅନୁଭବଙ୍କ ସାମ୍ନାରେ ବର୍ଷା ପ୍ରାୟ ଦେଢ଼ ଘଣ୍ଟା ଧରି ରହିଥିଲେ ।

ଯେବେ ଯେବେ ବର୍ଷା ଅନୁଭବ ଦେଖା ସାକ୍ଷାତ ହୁଅନ୍ତି ସେବେ ସେବେ ପ୍ରଶଂସକ ମାନଙ୍କ ମନରେ ଏକ ଅଦ୍ଭୁତ ଆନନ୍ଦ ସୃଷ୍ଟି ହୁଏ । କାରଣ ଏହି ଯୋଡିକୁ ଏବେ ବି ହଜାର ହଜାର ପ୍ରଶଂସକ ଭଲ ପାଇବା ଦିଅନ୍ତି । ଏହି ଯୋଡିକୁ ସାରା ଓଡ଼ିଶା ବାସୀ ବେଶ୍ ଭଲ ପାଇବା ଦେଇଥାନ୍ତି । ହେଲେ ବର୍ଷା ଅନୁଭବଙ୍କ ଛା-ଡ଼ପ-ତ୍ର କଥା ଶୁଣିଲେ ଓଡ଼ିଶା ବାସୀଙ୍କ ମନରେ ଆଲୋଡନ ସୃଷ୍ଟି ହୁଏ । ତେବେ ଯେବେ ଯେବେ ବର୍ଷା ଅନୁଭବଙ୍କ ତାରିଖ ଆସେ ସେବେ ସେବେ ବର୍ଷା ଅନୁଭବ ମିଶିଯିବେ ଭାବି ଖୁସି ହୁଅନ୍ତି ଓଡ଼ିଶା ବାସୀ ।

ଆଉ ଗତକାଲି ଯେତେବେଳେ ଦୁହେଁ ଦୁହିଁଙ୍କ ପାଖରେ ଦେଢ଼ ଘଣ୍ଟା ଧରି ରହିଥିଲେ ସେତେବେଳେ ସମସ୍ତଂକ ମନରେ ଏକ ନୂଆ ଆଶା ସଞ୍ଚାର ହୋଇଥିଲା । କାରଣ କାଲି ଥିଲା ବର୍ଷା ଅନୁଭବଙ୍କ ତାରିଖ । କୋର୍ଟରେ ତାରିଖ ଥିବା ବେଳେ ଉପସ୍ଥିତ ହୋଇଥିଲେ ଦୁହେଁ । ଆଉ ଅନୁଭବଙ୍କ ସାମ୍ନାରେ ବର୍ଷାଙ୍କୁ ଗତକାଲି ଦେଢ଼ ଘଣ୍ଟା ଧରି ଜେ-ରା କରାଯାଇଥିଲା । ତେବେ ସୂଚନା ଅନୁଯାୟୀ ଗତକାଲି ୩ ଟା ରୁ ଅପରାହ୍ନ ସାଢେ଼ ଚାରିଟା ପର୍ଯ୍ୟନ୍ତ ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ଙ୍କୁ ଅନୁଭବଙ୍କ ଓକିଲ ଜେ-ରା କରିଥିଲେ ।

ହେଲେ କେବେ ବାହାରିବ ସମାଧାନର ରାସ୍ତା । ନା ସବୁ ଦିନ ପାଇଁ ଦୁହିଁଙ୍କ ରାସ୍ତା ହେବ ଅଲଗା ଅଲଗା ତାହା ଜାଣିବାକୁ ସମସ୍ତେ ଚାତକ ଭଳି ଚାହି ରହିଛନ୍ତି । ତେବେ ଏହାରି ଭିତରେ ଅନୁଭବ ଛା-ଡ଼ପ-ତ୍ର ଚାହୁଥିବା ବେଳେ ବର୍ଷା ଚାହାଁନ୍ତି ଅନୁଭବଙ୍କ ସାଥିରେ ରହିବାକୁ । ତେବେ ଦେଖିବାକୁ ବାକି ରହିଲା ଅନୁଭବ ବର୍ଷାଙ୍କୁ ଭଗବାନ ଏକାଠି କରୁଛନ୍ତି ନା ଆଗକୁ ସବୁଦିନ ପାଇଁ ଦୁହିଁଙ୍କ ରାସ୍ତା ହେଉଛି ଅଲଗା ଅଲଗା । ହେଲେ ଲୋକେ ଚାହାଁନ୍ତି କି ଏହି ଯୋଡ଼ି ସବୁ ରାଗ ରୁଶା ଭୁଲିଯାଇ ପୁଣି ଥରେ ଏକାଠି ହୁଅନ୍ତୁ । ହେଲେ ସମୟ କହିବ ଆଗକୁ କଣ ହେବ

Leave a Reply

Your email address will not be published. Required fields are marked *