ଋଷର ରାଷ୍ଟ୍ରପତିଙ୍କ ସହ ସବୁବେଳେ ରହିଥାଏ ଏହି ବ୍ରିଫକେସ , ଧ୍ବଂସ କରିପାରେ ସାରା ଦୁନିଆଁ

ପ୍ରାୟତଃ ଅନେକ ସମୟରେ ଦେଶ ଦେଶ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥାଏ । ଏହାଦ୍ବାରା ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥାଏ । ତେବେ ଋଷର ମଧ୍ୟ ୟୁକ୍ରେନ ସହିତ ତିକ୍ତତା ଚାଲିଅଛି । ତେବେ ଏହି ସମୟ ମଧ୍ୟରେ ଋଷ ଏକ ପରମାଣୁ ପରୀକ୍ଷଣ କରିବାକୁ ଯାଉଅଛି । ଭୟଙ୍କର ବାଲିଷ୍ଟିକ ଏବଂ କ୍ରୁଜ କ୍ଷେପଣାସ୍ତ୍ର ଋଷ ଏହି ସମୟ ମଧ୍ୟରେ ପରୀକ୍ଷଣ କରିପାରେ । ଋଷର ପରମାଣୁ ଏବଂ ଅସ୍ତ୍ରଶସ୍ତ୍ରର ଦୃଢତା ଏହି ସମୟ ମଧ୍ୟରେ ପରୀକ୍ଷଣ କରାଯିବ । ତେବେ ଏକ ଆଶ୍ଚର୍ଯ୍ୟର କଥା ଯେ , ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉପସ୍ଥିତ ରହିବେ । ତେବେ ଏହି ସମୟ ମଧ୍ୟରେ ପୁଟିନର ସୁଟକେସ କିମ୍ବା ବ୍ରିଫକେସ ମଧ୍ୟ ଉପସ୍ଥିତ ରହିବ ବୋଲି କୁହାଯାଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଏହି ସୁଟକେସର ତୃତୀୟ ବିଶ୍ଵଯୁଦ୍ଧ କରାଇବା ଭଳି ଶକ୍ତି ରହିଛି । ତେବେ ଏହା ବିଷୟରେ ବିସ୍ତୃତ ଭାବରେ ଆସନ୍ତୁ ଜାଣିବା ।

ଗୋଟିଏ ମୁହୂର୍ତ୍ତରେ ପୃଥିବୀକୁ ଅନେକ ଥର ଧ୍ୱଂସ କରି ପାରୁଥିବା ଭଳି ପରମାଣୁ ବୋମା ଋଷ ପାଖରେ ଉପସ୍ଥିତ ରହିଛି । ଏକ ବ୍ରିଫକେସ ବା ସୁଟକେସ ସାହାଯ୍ୟରେ ପରମାଣୁ ବୋମା ଚଳାଇବା ପାଇଁ ଋଷର ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥାନ୍ତି । ତେବେ ଏକ ସାଧାରଣ ସୁଟକେସ ଭଳି ଲାଗିଥାଏ । ତେବେ ୨୦୧୯ ମସିହାରେ ଏହି ବ୍ରିଫକେସର ରହସ୍ୟକୁ ସାରା ଦୁନିଆଁ ଦେଖିଥିଲା । ଆଉ ଏହାକୁ ଦେଖି ଆଶ୍ଚର୍ଯ୍ୟଚକିତ ମଧ୍ୟ ହୋଇ ଯାଇଥିଲା । ତେବେ ଜାଣିରଖନ୍ତୁ ଯେ , ଏହି ପରମାଣୁ ବ୍ରିଫକେସର ନାଲି ଏବଂ ଧଳା ରଙ୍ଗର ବଟନ ରହିଛି । ଆଉ ଯାହାକୁ ଦବାଇ ଦେଇ ପୁଟିନ ସାରା ବିଶ୍ୱରେ ପରମାଣୁ ଆକ୍ରମଣ ପାଇଁ ଆଦେଶ ମଧ୍ୟ ଦେଇପାରିବେ ।

ତେବେ ଏହି ସୁଟକେସ କେବଳ ଏକ ସିକ୍ରେଟ କୋଡ଼ ମାଧ୍ୟମରେ ଖୋଲିଥାଏ ବୋଲି ଋଷର ଗଣମାଧ୍ୟମ ଅନୁଯାୟୀ ସୂଚନା ମିଳିଅଛି । ଏହା ପୁଟିନଙ୍କ ସହ ଛାଇ ଭଳି ମଧ୍ୟ ରହିଥାଏ । ଆଉ ଏହା ୨୪ ଘଣ୍ଟାର କଡାକଡି ସୁରକ୍ଷା କବଳରେ ରହିଥାଏ । ଋଷର ୬ ହଜାରରୁ ଅଧିକ ପରମାଣୁ ବୋମା ଏହା ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ ବୋଲି କୁହାଯାଏ । ଏହି ସୁଟକେସକୁ ପୁଟିନଙ୍କର ଜଣେ ସୁରକ୍ଷା କର୍ମଚାରୀ ତାଙ୍କ ସହ ଚାରିଆଡେ ନେଇଯାଆନ୍ତି ବୋଲି କୁହାଯାଏ । ତେବେ ପରମାଣୁ ଆକ୍ରମଣ ଭଳି ପରିସ୍ଥିତିରେ ପୁଟିନଙ୍କୁ ସାହାଯ୍ୟ କରିବାପାଇଁ ଏହି ଅଧିକାରୀ ତାଲିମପ୍ରାପ୍ତ ଅଟନ୍ତି । ତେବେ ଏକ ପର୍ବତ ନାମରେ ଏହି ବ୍ରିଫକେସର ନାମକୁ ଚେଗେଟ ବୋଲି ରଖାଯାଇଛି ।

ତେବେ ଏହି ବ୍ରିଫକେସର ଆବିଷ୍କାର ୧୯୮୦ ମସିହାରେ ହୋଇଥିଲା । ଆପଣ ଗୋଟିଏ କଥା ଜାଣି ଆଶ୍ଚର୍ଯ୍ୟ ହେବେ କି , ପୁଟିନଙ୍କ ସହ କେବଳ ଗୋଟିଏ ବ୍ରିଫକେସ ଦେଖାଯାଏ କିନ୍ତୁ ଏହାର ମୋଟ ସଂଖ୍ୟା ୩ ଅଟେ । ଋଷର ବରିଷ୍ଠ ଅଧିକାରୀ ମାନେ କେବଳ ଏହି ବ୍ରିଫକେସକୁ ଖୋଲିପାରିବେ । ଆଉ ସେମାନେ ହେଉଛନ୍ତି ଋଷର ପ୍ରତିରକ୍ଷା ମନ୍ତ୍ରୀ , ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ । ଏଥିରେ ରହିଥିବା ନାଲି ଏବଂ ଧଳା ବଟନ ମଧ୍ୟରୁ ଧଳା ବଟନ ଦବାଇଲେ ପରମାଣୁ ଆକ୍ରମଣ କରାଯାଇପାରିବ ବୋଲି କୁହାଯାଇଥାଏ ।

ଏହି ବ୍ରିଫକେସକୁ ସଦା ସର୍ବଦା ନୌସେନା ସୈନିକ ମାନେ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଏହାକୁ ଭିଡ଼ ମଧ୍ୟରେ ସହଜରେ ଚିହ୍ନଟ କରାଯାଇଥାଏ । ଏହାକୁ ଏଭଳି ଭାବରେ ଡିଜାଇନ କରାଯାଇଛି କି , ଋଷର ବୃଦ୍ଧ ନେତା ମାନେ ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିବେ । ଋଷରେ ପରମାଣୁ ବ୍ରିଫକେସର କାମ ୧୯୮୩ ମସିହାରେ ଆରମ୍ଭ ହୋଇଥିଲା । ଋଷ ପାଖରେ ପରମାଣୁ ଆକ୍ରମଣ ପାଇଁ ହାଇପରସୋନିକ କ୍ଷେପଣାସ୍ତ୍ର ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ପର୍ଯ୍ୟନ୍ତ ସବୁ ଜିନିଷ ଉପଲବ୍ଧ ରହିଛି । ତେବେ ଋଷ ବ୍ୟତୀତ ଆମେରିକାର ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ପରମାଣୁ ଆକ୍ରମଣ ପାଇଁ ଏକ ବ୍ରିଫକେସ ରହିଛି ।

ତେବେ ଋଷ ପାଖରେ ରହିଥିବା ହାଇପରସୋନିକ କ୍ଷେପଣାସ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ଅଟେ । ଏହାକୁ କୌଣସି ଏୟାର ଡିଫେନ୍ସ ଦ୍ୱାରା ଅଟକା ଯାଇପାରିବ ନାହିଁ । ଋଷ ନିକଟରେ ବିଶ୍ୱର ଯେକୌଣସି ଦେଶକୁ ଆକ୍ରମଣ କରିବାର ଶକ୍ତି ରହିଛି । ଏହାବ୍ୟତୀତ ଏକ ପାଣି ତଳର ଦ୍ରୋନ ମଧ୍ୟ ଋଷ ବିକଶିତ କରିଛି । ଏହାର ପରମାଣୁ ଆକ୍ରମଣ କରିବାର କ୍ଷମତା ରହିଛି ।

Leave a Reply

Your email address will not be published. Required fields are marked *