ଦୋକାନୀ ହେବେ ଉପକୃତ:- ପ୍ରଧାନମନ୍ତ୍ରୀ ଙ୍କ ନୂଆ ଯୋଜନାରେ ଦୋକାନୀଙ୍କୁ ମିଳିବ ପେନସନ, ଜାଣନ୍ତୁ କିପରି କରିବେ ଆବେଦନ।

ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ତାହା କୃଷକ ମାନଙ୍କ ପାଇଁ ହେଉ ଅବା ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣି ଉପକୃତ କରାଇଛନ୍ତି। ସେହିଭଳି କେନ୍ଦ୍ରସରକାର ଗରିବ ଏବଂ ମୂଲିଆ ଶ୍ରେଣୀର ଲୋକମାନଙ୍କୁ ସହାୟତା ଯୋଗେଇ ଦେବା ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଯାହାଫଳରେ ଗରିବ ଏବଂ ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେଉଛନ୍ତି। ଯେପରିକି ଇ ଶ୍ରମ କାର୍ଡ ଯୋଜନା ଦ୍ୱାରା ଅନେକ ମୂଲିଆ ଶ୍ରେଣୀର ଲୋକମାନେ ଉପକୃତ ହେବାକୁ ଯାଉଛନ୍ତି। କୃଷକ ମାନଙ୍କ ପାଇଁ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଅନେକ ସହାୟତା କରିଛନ୍ତି।

ବର୍ତ୍ତମାନ ସମୟରେ କେନ୍ଦ୍ରସରକାର ଦୋକାନୀ ବା ଷ୍ଟ୍ରିଟ ଭେଣ୍ଡର୍ସ ମାନଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯେପରିକି ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ତେବେ ଏହି ଯୋଜନାରେ ଦୋକାନୀ ମାନଙ୍କୁ ଆର୍ଥିକ ସହାୟତା ଯୋଗେଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଦ୍ୱାରା ଦୋକାନୀ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ। ଏହି ଯୋଜନାକୁ ଉପଭୋଗ କରିବା ପାଇଁ ଆପଣଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ। ତେବେ କିପରି କରିବେ ଆସନ୍ତୁ ଜାଣିବା ଏହି ବିଷୟରେ।

କେଉଁମାନେ କରି ପାରିବେ ଆବେଦନ

ନ୍ୟାସନାଲ ପେନସନ ସ୍କିମ ଉପଭୋଗ କରିବା ପାଇଁ କେନ୍ଦ୍ରସରକାର କିଛି ନିୟମ ରଖିଛନ୍ତି। ପ୍ରଥମେ ହେଉଛି ଆବେଦକ ଙ୍କ ବାର୍ଷିକ ଟର୍ଣ୍ଣଓଭର ଦେଢ଼ କୋଟି ଟଙ୍କାରୁ କମ ହେବା ଆବଶ୍ୟକ। ଦ୍ଵିତୀୟତଃ ବୟସ ୬୦ ବର୍ଷ କିମ୍ବା ତା’ ଠାରୁ ଉର୍ଦ୍ଧ୍ୱ ହେବା ଦରକାର। ତୃତୀୟରେ ଆବେଦକ ଇନକମ ଟାକ୍ସ payee ହୋଇନଥିବେ। ଯଦି ଏହି ତିନୋଟି ଯୋଗ୍ୟତା ରହିଛି ତାହାଲେ ଆପଣ ରେଜିଷ୍ଟ୍ରେସନ କରି ପାରିବେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ଯୋଜନା ଅଧୀନରେ ଥିବା ହିତାଧିକାରୀ ମାନଙ୍କୁ ମାସିକ ୩ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ। ଆବେଦନ ସମୟରେ ବ୍ୟକ୍ତିଙ୍କୁ ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏହି ବିଷୟରେ ଅଧିକା ଜାଣିବା ପାଇଁ ଆପଣ Labor.gov.in ଏବଂ maandhan.in ୱେବସାଇଟକୁ ଯାଇ ଚେକ କରି ପାରିବେ।

Leave a Reply

Your email address will not be published. Required fields are marked *