ଟଙ୍କା ପାଇ ବଦଳିଗଲେ କି ରାଜବୀର ଙ୍କ ବାପା ମା , ଦେଖନ୍ତୁ ଭାଇରଲ ଭିଡ଼ିଓ :-

ବର୍ତ୍ତମାନ ସମୟରେ ଓଡ଼ିଶାରେ ଏକ ଘଟଣା ବେଶ ଭାଇରଲ ହେବାରେ ଲାଗିଛି । ପୁଅ ରାଜବୀର କୁ ବଞ୍ଚାଇବା ପାଇଁ ବାପା ମା ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ସବୁଠି ଗୁହାରି କରୁଛନ୍ତି । କିନ୍ତୁ ଏସବୁ ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ରାଜବୀର ଙ୍କ ବାପା ମା ଙ୍କର ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ଯାହାକୁ ନେଇ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ଯେ ଟଙ୍କା ପାଇଁ ଆଉ ରାଜବୀର ଙ୍କ ବାପା ମା ବଦଳି ଯାଇ ନାହାଁନ୍ତି ତ ? ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ଭାଇରଲ ଭିଡ଼ିଓ ସମ୍ପର୍କରେ କହିବୁ ।

ତେବେ ଭାଇରଲ ହୋଇଥିବା ଭିଡ଼ିଓ ରେ ଆପଣ ମାନେ ସ୍ପଷ୍ଟ ଭାବରେ ଶୁଣି ପାରିବେ ଯେ ରାଜବୀର ଙ୍କ ବାପା ଏବଂ ମା ଙ୍କ ମଧ୍ୟରେ ଟଙ୍କା କୁ ନେଇ କଥାବାର୍ତ୍ତା ହୋଇଛି । ସେଥିରେ ରାଜବୀର ଙ୍କ ବାପା କହିଛନ୍ତି ନିଜ ମା ଙ୍କୁ ପାଖରେ ରଖିବାକୁ କିନ୍ତୁ ରାଜବୀର ଙ୍କ ମା ତାହା ଚାହିଁ ନାହାଁନ୍ତି । ସେ କହିଛନ୍ତି ଯେ ତାଙ୍କ ମା କୌଣସି କାମ ଠିକ ଭାବରେ କରି ପାରୁ ନାହାଁନ୍ତି ବରଂ କାମକୁ ବିଗାଡ଼ି ଦେଉଛନ୍ତି ।

ପୁଣି ଏହା ମଧ୍ୟ କହିଛନ୍ତି ଯେ ନିଜ ମା ଆସିଲେ ଏସବୁ କାମକୁ ଠିକ ଭାବରେ କରି ପାରିବେ । ଏହି ଭିଡ଼ିଓ ଟି କୌଣସି ଏକ ହୋଟେଲ ର ବୋଲି ପ୍ରତୀତ ହୋଇଛି । ପୁଣି ଆଉ ଏକ ଭିଡ଼ିଓ ମଧ୍ୟ ଏହା ସହିତ ଭାଇରଲ ହୋଇଛି ଯେଉଁଥିରେ ରାଜବୀର ଙ୍କ ବାପା ଖୁବ କ୍ରୋଧରେ ଥିବାର ଦେଖା ଯାଇଛି । ସେ କହିଛନ୍ତି ଯେ ସେ ଘରକୁ ଯିବାକୁ ଚାହୁଁଛନ୍ତି ଏବଂ ତାଙ୍କର ଆଉ କୌଣସି ଫଣ୍ଡିଂ ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ତାହା ବି ଏକ ହୋଟେଲର ଭିଡ଼ିଓ ଅଟେ । ସେହି ଭିଡ଼ିଓ ରେ କେବଳ ରାଜବୀର ଙ୍କ ପରିବାର ନୁହେଁ ବରଂ ଅନ୍ୟ ଲୋକ ଥିବାର ମଧ୍ୟ ଜଣା ଯାଇଛନ୍ତି । ରାଜବୀର ଙ୍କ ବାପା କହିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ଯୋଗ୍ୟ ନୁହଁନ୍ତି ଏବଂ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଘରକୁ ଯିବାକୁ ଚାହୁଁଛନ୍ତି ଏବଂ ତାଙ୍କ ସ୍ତ୍ରୀ ଯଦି ତାଙ୍କ ସହ ନଯାଆନ୍ତି ତେବେ ସେ ରାଜବୀର ଙ୍କର କୌଣସି ଦାୟିତ୍ୱ ବହନ କରିବେ ନାହିଁ । ତେବେ ଏପରି ଭିଡ଼ିଓ ଆସିବା ପରେ ଲୋକେ ବର୍ତ୍ତମାନ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବର୍ତ୍ତମାନ ଲୋକେ ଏହା ସନ୍ଦେହ କରୁଛନ୍ତି ଯେ ଟଙ୍କା ପାଇଯିବା ପରେ ରାଜବୀର ଙ୍କ ବାପା ମା ଆଉ ବଦଳି ଯାଇ ନାହାଁନ୍ତି ତ ?

Leave a Reply

Your email address will not be published. Required fields are marked *