ପୁଣି ଟ୍ରେନରେ ଧୁଆଁ ଜୀବନ ବିକଳେ ଦୌଡିଲେ ଯାତ୍ରୀ ।

ଦିନକୁ ଦିନ ବୃଦ୍ଧି ପାଉଛି ଟ୍ରେନ ଦୁର୍ଘଟଣା । ବାହାନଗା ରେଳ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏହାରି ଭିତରେ ଘଟିଗଲାଣି ଅନେକ ଛୋଟ ବଡ଼ ଦୁର୍ଘଟଣା । ତେବେ ପୁଣି ଆଜି ଟ୍ରେନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ଏକ ଯାତ୍ରୀ ବାହି ଟ୍ରେନରୁ ଧୁଆଁ ବାହାରିବା ଫଳରେ ଲାଗିବା ଯାତ୍ରୀ ମାନେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ ଟ୍ରେନରେ କାହାର କିଛି କ୍ଷତି ଘଟିଛି କି ନାହିଁ । କାହିଁକି ଓ କେଉଁ ପରିସ୍ଥିତିରେ ଟ୍ରେନ ଭିତରେ ନିଆଁ ଲାଗିଥିଲା ଆସନ୍ତୁ ତାହା ଉପରେ ନଜର ପକେଇବା ।

ପୁଣି ଟ୍ରେନ ଭିତରୁ ବାହାରିଲା ଧୁଆଁ । ଆଉ ଏହାକୁ ଦେଖି ଯାତ୍ରୀ ମାନେ ଭୟରେ ଥରି ଉଠିଥିବା ବେଳେ ଟ୍ରେନ ଭିତରେ ଖେଳିଗଲା ଏକ ସାଙ୍ଘାତିକ ଆତଙ୍କ । ଜୀବନ ବିକଳରେ ଯାତ୍ରୀ ମାନେ ଟ୍ରେନ ଅଟକିବା କ୍ଷଣି କିଏ କୁଆଡେ ଦୌଡ଼ି ପଳାଇ ଯାଇଥିଲେ । ହଁ ବନ୍ଧୁଗଣ ଏଭଳି ଘଟଣା ଘଟିଛି ବର୍ହ୍ମପୁର୍ ରେଳ ଷ୍ଟେସନ ନିକଟରେ । ଏହି ଷ୍ଟେସନ ନିକଟରେ ପହଞ୍ଚିବା ପୂର୍ବରୁ ବିବେକ ଟ୍ରେନ ରୁ ବାହାରି ଥିଲା ନିଆଁ । ଟ୍ରେନ ଭିତରେ ଯାତ୍ରା କରୁଥିବା ଶହ ଶହ ଯାତ୍ରୀ ନିଜ ଜୀବନ ବିକଳରେ କିଏ କୁଆଡେ ଯିବେ କିଛି ବୁଝି ପାରିଲେ ନାହିଁ ।

କିଛି ବ୍ୟକ୍ତି ଭୟଭୀତ ହୋଇ ପଡିଥିବା ବେଳେ ଟ୍ରେନର ଚେକ୍ ଟାଣି ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଆଉ କିଛି ବୁଦ୍ଧିମାନ ବ୍ୟକ୍ତିଙ୍କ ଏହି ପଦକ୍ଷେପ ପରେ ଟ୍ରେନ ଟି ଅଟକି ଯାଇଥିଲା । ଯାହା ଫଳରେ କିଛି ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ଟ୍ରେନ ଟି ଅଟକି ଯାଇଥିଲା । ହେଲେ ଭୟଙ୍କର ଭାବେ ଅଚାନକ ଭାବରେ ବାହାରୁଥିବା ଧୁଆଁରେ କିଛି ଲୋକେ ଅଣ ନିଶ୍ବାସୀ ହୋଇ ପଡୁଥିଲେ । ତେବେ ଏନେଇ ଟ୍ରେନ ମାଷ୍ଟର କହିଛନ୍ତି କି ଟ୍ରେନ ଚକାରେ ଅଖା ଲାଗିଯିବା କାରଣରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସେପଟେ ବାହାନଗା ଟ୍ରେନ ଦୁର୍ଘଟଣା ପରେ ଲୋକେ ଟ୍ରେନରେ ଯାତ୍ରା କରିବାକୁ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ବାଧ୍ୟ ବାଧକତାରେ ଟ୍ରେନରେ ଯାତ୍ରା କରୁଥିବା ବେଳେ । ବାହାନଗା ଟ୍ରେନ ଦୁର୍ଘଟଣା ପର ଠାରୁ ଅନେକ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଯାଉଛି । ତେବେ ଆଜିର ଏହି ଅଘଟଣ ମଧ୍ୟ ଲୋକଙ୍କ ମନରେ ଅନେକ ଆତଙ୍କ ସୃଷ୍ଟି କରି ଦେଇଛି । ସେପଟେ କାହାର କିଛି ଅଘଟଣ ଘଟି ନଥିବାରୁ ଲୋକେ ଭଗବାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ବର୍ତ୍ତମାନ ଟ୍ରେନକୁ ରେଳ କର୍ମଚାରୀ ମାନେ ଯାଞ୍ଚ କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *