ଜାତିବାଦକୁ ନେଇ ମୁଁହ ଖୋଲୁଛନ୍ତି ଜଣକ ପରେ ଜଣେ , କହୁଛନ୍ତି ଝିଲିକ୍ ମାଡାମ ଆସି କ୍ଷମା ମାଗନ୍ତୁ

ଦୀର୍ଘ ଦିନ ଧରି ଆମ ଭାରତ ବର୍ଷରେ ଚାଲି ଆସିଛି ଜାତି ପ୍ରଥା ଆଉ ଛୁଆଁଁ ଅଛୁଆଁ ଭେଦଭାବ ଆଜି ବି ଲୋକଙ୍କ ମନରେ ଉଜ୍ଜୀବିତ ହୋଇ ରହିଛି । ଲୋକେ ଏହାକୁ ସହଜରେ ଛାଡି ପାରୁ ନାହାନ୍ତି । କାହିଁକି ନା ସବୁ କ୍ଷେତ୍ରରେ ଏହାକୁ ନେଇ ଚାଲିଛି ବି-ବାଦ । ସେ ପାଠ୍ୟ କ୍ଷେତ୍ରରେ ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ । ତେବେ ଏହାର ସ୍ପଷ୍ଟ ଚିତ୍ର ଅନେକ ଚଳଚିତ୍ରରେ ମଧ୍ୟ ଦେଖିବାକୁ ମିଳିଛି ଆଉ ଅନେକ ଥର ଏହି କାରଣ ପାଇଁ ଫିଲ୍ମ ସିନେମା ହଲ୍ ରୁ ହଟିଛି ଆଉ ନିର୍ଦ୍ଦେଶକ ମଧ୍ୟ କ୍ଷମା ମାଗିଛନ୍ତି ।

ତେବେ ଏହାରି ମଧ୍ୟରେ ଆପଣ ସମସ୍ତେ ଜାଣିଥିବେ କି , କିଛି ଦିନ ଆଗରୁ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା “ପ୍ରିୟେ ତୁ ମୋର ସିଏ” । ଯେଉଁଥିରେ ଜାତି ପ୍ରଥା ଆଉ ଭେଦଭାବକୁ ନେଇ କିଛି ଚିତ୍ର ପରିବେଷଣ କରା ଯାଇଥିଲା । ଆଉ ଯାହା ପରେ ଲୋକେ ଆଗେଇ ଆସିଥିଲେ ଧାରଣା ଦେବା ପାଇଁ । କହିଥିଲେ କି , ଝିଲିକ୍ ମାଡାମ ଆସି ସେମାନଙ୍କୁ କ୍ଷମା ମାଗନ୍ତୁ । ହରିଜନ ଶବ୍ଦ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭୁଲ୍ ଆଉ ଏହି ଭୁଲ୍ ସେ କରିଛନ୍ତି ତେଣୁ ସେ ନିଜ ଫିଲ୍ମକୁ ମଧ୍ୟ ଉଠାଇ ନିଅନ୍ତୁ । ନଚେତ୍ ଆମେ ସଂଘର୍ଷ କରିବୁ ଆଉ ଆନ୍ଦୋଳନ ଜାରି ରଖିବୁ ବୋଲି କହିଥିଲେ ।

ଅନ୍ୟ ପକ୍ଷରେ ଜାତି ପ୍ରଥାକୁ ନେଇ କିଛି ଲୋକ ମଧ୍ୟ ମତ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ , ବ୍ଲଡ ବ୍ୟାଙ୍କରେ କାହିଁକି ଦେଖା ଯାଉ ନାହିଁ ଜାତି ପ୍ରଥା ଆଉ ଛୁଆଁ ଅଛୁଆଁ ଭେଦଭାବ। ସେଠାରେ ତ ସମସ୍ତେ ରକ୍ତ ନେଇ ଯାଉଛନ୍ତି । କାହାକୁ କିଛି ଫରକ୍ ପଡୁ ନାହିଁ । ତେବେ ବାସ୍ତବ ଜୀବନରେ କାହିଁକି ଏହାକୁ ନେଇ ସବୁବେଳେ ଚର୍ଚ୍ଚା । କଣ ଉଚ୍ଚ ଶ୍ରେଣୀର ଲୋକ ମାନେ ଏହାକୁ ଦେଖି ସହି ପାରୁ ନାହାଁନ୍ତି କି , ଯେଉଁ ମାନେ ଦିନେ ପାଦ ତଳେ ଥିଲେ ଆଉ କାମ କରୁଥିଲେ ଆଜି ସେମାନେ ବଡ ବଡ଼ ପଦବୀରେ ବସି ପଡିଛନ୍ତି । ଆଉ ସେମାନଙ୍କ ଆଦେଶ ମାନି କାମ କରିବାକୁ ପଡୁଛି ।

ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି କି , ଆଜି ବି ସମାଜରେ ଏପରି ଅଛି କି , ଜାତି ଦେଖି ଘରେ ରହିବା ପାଇଁ ଦିଆ ଯାଉଛି । ଯଦି ସେ ମଣିଷ ଜଣକ ନୀଚ୍ଚ ଶ୍ରେଣୀର , ତେବେ ତାଙ୍କୁ କୁହାଯାଉଛି କି ଘର ଖାଲି ନାହିଁ । ତେବେ ଏମିତି କେତେ ଦିନ ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏମିତି ହେଲେ ଆଗକୁ ସବୁ ଜାତିକୁ ଭାଗ ଭାଗ କରିବାକୁ ପଡ଼ିବ । ଆଉ ଏ ସମାଜ ଆଗକୁ ଯାଇପାରିବ ନାହିଁ । ଆଉ କେବେ ମଧ୍ୟ ଭାଇଚାରା ଭାବ ସୃଷ୍ଟି ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *