ନିଜେ ଉପାସ ରହି ସ୍ତ୍ରୀକୁ କନେଷ୍ଟବଳ କରିବା ପରେ ସ୍ୱାମୀକୁ ଛାଡ଼ି ଚାଲିଗଲା ସ୍ତ୍ରୀ ।

ଏବେ ସ୍ବାମୀ ମାନେ ସ୍ତ୍ରୀକୁ ପାଠ ପଢ଼ାଇବାକୁ ଭୟ କରୁଛନ୍ତି । ଗୋଟିଏ ସମୟ ଥିଲା ସ୍ବାମୀ ମାନେ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ସ୍ତ୍ରୀଙ୍କୁ ପାଠ ପଢ଼ାଇ ତାଙ୍କ ଅଧା ଅଧୁରା ସ୍ୱପ୍ନକୁ ପୁରା କରୁଥିଲେ । ହେଲେ ବର୍ତ୍ତମାନ ଗଣମାଧ୍ୟମରେ ପ୍ରମୁଖ ଖବର ସାଜିଥିବା ଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଉତ୍ତରପ୍ରଦେଶର ପ୍ରୟାଗରାଜରେ ସଫେଇକର୍ମଚାରୀ ଅଲୋକ ମୌର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ମଧ୍ୟରେ ବିବାଦ ପରେ ସ୍ବାମୀଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି । ଆଉ ଏହି କାରଣରୁ ସ୍ବାମୀ ମାନେ ସ୍ତ୍ରୀଙ୍କୁ ଅଧିକ ପାଠ ପଢ଼ାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି ।

କାରଣ ସ୍ବାମୀ ମାନଙ୍କ ମନରେ ବର୍ତ୍ତମାନ ଭୟ ସୃଷ୍ଟି ହୋଇଛି କି ଯଦି ସ୍ତ୍ରୀ ମାନଙ୍କୁ ଅଧିକ ପାଠ ପଢାଯାଏ ତେବେ ସେମାନେ ଅଧିକ ପାଠ ପଢ଼ିବା ପରେ ସ୍ବାମୀ ମାନଙ୍କୁ ଛାଡ଼ି ତାଙ୍କ ଯୋଗ୍ୟତା ଅନୁଯାୟୀ ନିଜର ଆଉ ଏକ ଜୀବନ ସାଥୀ ଖୋଜି ନେବେ । ତେବେ ଏହି କେବଳ ଗୋଟିଏ ଘଟଣା ନୁହେଁ । ଏହି ଭଳି ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସୁଛି କି ସ୍ବାମୀ ସ୍ତ୍ରୀଙ୍କ ପାଠ ପଢା ପାଇଁ ଜମି ବିକ୍ରି କରିଦେଇଥିଲେ । ଆଉ ସ୍ବାମୀ ଅନେକ ପରିଶ୍ରମ ମଧ୍ୟ କରୁଥିଲେ । ତେବେ କେବଳ ସେତିକି ନୁହେଁ ସ୍ବାମୀ ନିଜେ ଉପାସ ରହି ସ୍ତ୍ରୀଙ୍କୁ କନଷ୍ଟେବଳ କରିଥିଲେ ।

ହେଲେ ସ୍ତ୍ରୀ ଯେତେବେଳେ ଉଚ୍ଚ ଶିକ୍ଷିତ ହୋଇ ସରକାରୀ ଚାକିରି ଖଣ୍ଡିକ ପାଇଲେ । ଏହା ପରେ ସ୍ତ୍ରୀ ସ୍ବାମୀଙ୍କୁ ଛାଡ଼ି କାହାକୁ କିଛି ନ ଜଣାଇ ନିଜ ବାପାଙ୍କ ଘରକୁ ଚାଲିଗଲେ । ଆଉ ଏହି ଘଟଣା ପ୍ରୟାଗରାଜରୁ ୫୦କିମି ଦୂର ମେଜାର ଜରାର ଗ୍ରାମରେ ଘଟିଛି। ଆଉ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ସେପଟେ ଏହି ଘଟଣାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ପତ୍ନୀ । ପତ୍ନୀଙ୍କ କହିବା କଥା ସେ ଉଚ୍ଚ ଶିକ୍ଷିତ ହେଲେ ବୋଲି ସେ ତାଙ୍କ ସ୍ବାମୀଙ୍କ ସହିତ ରହି ପାରିଲେ ନାହିଁ ଏହା ସଂପୂର୍ଣ୍ଣ ମିଥ୍ୟା ଅଟେ । ତାଙ୍କ ସ୍ବାମୀଙ୍କ ନିର୍ଯାତନା ସାହି ନ ପାରି ସେ ଶାଶୁ ଘର ଛାଡ଼ି ଚାଲି ଆସିଥିଲେ ।

ତାଙ୍କ କହିବା କଥା ଥିଲା କି ସେ ଯେତେବେଳେ କନେଷ୍ଟବଳ ଚାକିରି କଲେ ସେତେବେଳେ ତାଙ୍କ ସ୍ଵାମୀଙ୍କର ତାଙ୍କ ଉପରେ ସନ୍ଦେହ ହେଲା ଆଉ ସବୁ ଦିନ ସ୍ବାମୀ ସ୍ତ୍ରୀଙ୍କ ସାଥିରେ ଝଗଡ଼ା କରୁଥିଲେ । ତେବେ ଧୀରେ ଧିରେ ଝଗଡା ପରେ ସ୍ବାମୀ ସ୍ତ୍ରୀଙ୍କୁ ସବୁବେଳେ ମାଡ ପିଟ କରୁଥିଲେ ଆଉ ଏହା ପରେ ସ୍ବାମୀଙ୍କ ନିର୍ଯାତନା ସହି ନପାରି ସ୍ତ୍ରୀ ଶେଷରେ ଘର ଛାଡ଼ି ଚାଲିଯିବାକୁ ବାଧ୍ୟ ହେଲେ ବୋଲି ନିଜେ କନେଷ୍ଟବଳ ସ୍ତ୍ରୀ କହିଛନ୍ତି । ଓ ସେ ଆଉ ତାଙ୍କ ସ୍ଵାମୀଙ୍କ ପାଖକୁ ଫେରିବାକୁ ଚାହୁଁ ନାହାନ୍ତି କାରଣ ସେ ଆଉ ନିର୍ଯାତନାର ଶିକାର ହେବାକୁ ଚାହାଁନ୍ତି ନାହିଁ ।

Leave a Reply

Your email address will not be published. Required fields are marked *