ପୁଣି ଚର୍ଚ୍ଚାରେ ବାଲେଶ୍ୱର’ର ବେଣୁ ମଉସା…ନିର୍ବାଚନରେ ପ୍ରାର୍ଥୀ ହେବେ, ସାଇକେଲରେ ପ୍ରଚାର କରିବେ।

ପୁଣି ଚର୍ଚ୍ଚାରେ ବାଲେଶ୍ୱର’ର ବେଣୁ ମଉସା ବାଲେଶ୍ଵରରୁ ହେବେ ବିଧାୟକ ପ୍ରାର୍ଥୀ। ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ। ସାକେକେଲରେ ବୁଲି ବୁଲି ଭୋଟ ମାଗିବେ।ହଁ ଆଜ୍ଞା ବନ୍ଧୁଗଣ ବୟସ ପ୍ରାୟ ୮୪ ଛୁଇଁଲାଣି। ଅଣ୍ଟାବି ନଇଁ ପଡ଼ିଲାଣି ହେଲେ ବୟସର ଅପରାହ୍ନରେ ବି ଥକି ପଡିନାହାନ୍ତି ବେଣୁ ମଉସା। ବରଂ ଲୋକଙ୍କ ପାଇଁ କାମ କରିବା ଜାରି ରଖିଛନ୍ତି। ହଁ ଆଜ୍ଞା ଏ ହେଉଛନ୍ତି ସେହି ବେଣୁ ମଉସା ଯାହାଙ୍କର ପୁରା ନାମ ହେଉଛି ବେଣୁଧର ବାରିକ। ଯିଏକି ୨୦୨୦ ନଭେମ୍ବରରେ ବାଲେଶ୍ଵର ସଦର ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ହୋଇ ସାରା ରାଜ୍ୟରେ ଚର୍ଚା ସୃଷ୍ଟି କରିଥିଲେ। ଆଉ ଏଥର ମଧ୍ୟ ସେ ପୁଣି ଥରେ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡି ଛନ୍ତି। କାରଣ ଏବେ ଯେଉଁଭଳି ଭାବେ ନିର୍ବାଚନ ହେଉଛି ତାକୁ ନେଇ ତାଙ୍କ ମନରେ ରହିଛି ଅନେକକ୍ଷବ

ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ବେଣୁଧର ମଉସା ନିଜେ କେମିତି ଅବସ୍ଥାରେ ରହୁଛନ୍ତି ତାହା ଆପଣ ମାନେ ଏହି ଫୋଟରେ ଦେଖି ପାରୁଥିବେ। ପଲିଥିନ ଘୋଡା ହୋଇଥିବା ଏକ ଖଣ୍ଡିଆ ଝୁମ୍ପୁଡି ଘର ଭିତରେ ମୁଣ୍ଡ ଗୁଞ୍ଜିଛନ୍ତି ଯେଉଁଠି ଦିନରେ ଖରା ଆଉ ରାତିରେ ତାରା ଦିଶନ୍ତି। ହେଲେ ନିଜର ଏହି ଦୁର୍ବସ୍ଥା ପାଇଁ କାହା ପାଖରେ କେବେବି ହାତ ପାତି ନାହାଁନ୍ତି କି ମୁଣ୍ଡ ନୁଆଁଇ ନାହାଁନ୍ତି ସେ। ବରଂ ଆଜି ପର୍ଯ୍ୟନ୍ତ ନିଜ କୂଳ ବେଉସା ବାରିକ ବୃତି କରି ଚଳି ଆସିଛନ୍ତି। ଆଉ ଗରିବ ଖଟିଖିଆ ଲୋକଙ୍କ ହକ ପାଇଁ ସ୍ୱର ଉତ୍ତଳନ କରିଛନ୍ତି। ଯେଉଁଥିପାଇଁ ଲୋକେ ତାଙ୍କୁ ପୁଣି ଥରେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବାଧ୍ୟ କରୁଛନ୍ତି। ଆଉ ଲୋକଙ୍କ କଥା ଭାଙ୍ଗି ନପାରି ସେ ବି ରାଜି ହୋଇଛନ୍ତି।

ତେବେ ଗତ ଉପନିର୍ବାଚନରେ ବାଲେଶ୍ଵର ସଦର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇଥିଲେ ବେଣୁଧର ବାରିକ। ଯିଏକି ସେତେବେଳେ ଗଣମାଧ୍ୟମର ଶିରନାମା ମଣ୍ଡପ କରିବା ସହ ସାରା ରାଜ୍ୟରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ଆଉ ଭୋଟ ଗଣତି ପରେ ଜଣାପଡିଥିଲା ଯେ ତାଙ୍କୁ ମିଳିଛି ମାତ୍ର ୧୨,୫୫ଭୋଟ ହେଲେ ଜିତିବା କିମ୍ବା ହାରିବାକୁ ତାଙ୍କର ଖାତିର ନାହିଁ। କାରଣ ଯେଉଁଠି କୋଟିପତି ପ୍ରାର୍ଥୀ ମାନେ ନିର୍ବାଚନ ଲଢ଼ୁଛନ୍ତି ସେଠି ବେଣୁ ମଉସାଙ୍କ ପାଖରେ ନିଜ ପାଇଁ ପ୍ରଚାର କରିବା ପାଇଁ ସାଇକେଲ ଖଣ୍ଡିକ ଛଡା ଆଉ କିଛି ସମ୍ବଳ ବି ନାହିଁ।

ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଗୁଡି ପଦା ଗାଁରେ ରହୁଥିବା ବେଣୁଧର ବାରିକ ଜୀବନରେ କେବେବି ସ୍କୁଲ ମାଟି ମାଡି ନାହାଁନ୍ତି। ଦାରିଦ୍ର୍ୟ କ’ଣ ସେ ପିଲା ବେଳଠୁ ଦେଖିଛନ୍ତି। ଆଉ ଆଜି ପର୍ଯ୍ୟନ୍ତ ବି ଦୁର୍ଭାଗ୍ୟ ତାଙ୍କ ପିଛା ଛାଡୁନାହିଁ। ଅଣ୍ଟା ନଇଁ ଯାଇଥିଲେ ବି ତାଙ୍କ କଥା ବୁଝିବାକୁ ପାଖରେ କେହି ନାହାଁନ୍ତି। ଗୋଟିଏ ବୋଲି ପୁଅ କେବେ ଠାରୁ ଆରପାରିକୁ ଚାଲିଯାଇଛି। ହେଲେ ଏ ବୟସରେ ବି ସେ ନିଜ କଥା ଭାବି କେବେବି ଭାଙ୍ଗି ପଡିନାହାନ୍ତି। ବରଂ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ତହସିଲ ଅଫିସ ଠାରୁ ଆରମ୍ଭ କରି କୋର୍ଟ କଚେରୀକୁ ଏବେବି ଦୌଡୁଛନ୍ତି।

ନିଜ ଅଞ୍ଚଳରେ ଥିବା ଅନେକ ସମସ୍ୟାର ସମାଧାନ ପାଇଁ ସବୁବେଳେ ଉଦ୍ୟମ କରି ଆସିଥିବା ବେଣୁ ମଉସା ଆଜି ଘରେ ଘରେ ପରିଚିତ। ଅନ୍ୟ ନେତା ମାନଙ୍କ ଭଳି ଦଳୀୟ ନିର୍ବାଚନୀ ଇସ୍ତହାର ପତ୍ର ସିନା ତାଙ୍କ ପାଖରେ ନାହିଁ କିନ୍ତୁ ବେଣୁ ମଉସାଙ୍କ ଦୃଢ଼ ସ୍ୱର ହିଁ ବନିଛି ତାଙ୍କର ଇସ୍ତହାର। ବିଭିନ୍ନ ପ୍ରତିଶୃତି ଦେଇ ଭୋଟ ନେଇଯାଉଥିବା ନେତା ମାନଙ୍କ ପାଇଁ ତାଙ୍କ ପାଖରେ ରହିଛି ଅଭିଯୋଗ ଫର୍ଦ୍ଦ। ଯେଉଁଥିପାଇଁ ବେଣୁ ମଉସା ପାଲଟି ଯାଇଛନ୍ତି ଗରିବଙ୍କ ସ୍ୱର।

Leave a Reply

Your email address will not be published. Required fields are marked *