ରାଣୀ ପଣ୍ଡାଙ୍କ ଦୁଃଖ କାହାଣୀ, ପ୍ରେମିକ ବିକ୍ରମ ଧୋକା ଦେଇ ଗଲାପରେ ଏମିତି କିଛି କହିଲେ ରାଣୀପଣ୍ଡା।

ମୁଁ ହେଉଛି ଗୋଟେ ହତାସିଆ ପ୍ରେମିକା। ଏମିତି କହି ହାତ ଯୋଡି କାନ୍ଦିଲେ ରାଣୀପଣ୍ଡା। ମୋତେ ବହୁତ କଷ୍ଟ ହୋଇଛି ମୋତେ ସାହାର୍ଯ୍ୟ କର ବୋଲି କହିଲେ। ପ୍ରେମରେ ଧୋକା ଖାଇଲା ପରେ ମୁଁ ହେଉଛି ଗୋଟେ ହତାସିଆ ପ୍ରେମିକା। ସେଥିପାଇଁ ଆଜି ମୁଁ ଚିତ୍କାର କରୁଛି। ଖାଲି ଆଖିରୁ ଲୁହ ଝରିଲେ ତାକୁ କାନ୍ଦ କୁହାଯାଏନି ମନ ମଧ୍ୟ କାନ୍ଦେ ହେଲେ ଉପରକୁ ଦେଖାଯାଏନାହିଁ। ଯେମିତି ଆଜି ରାଣୀପଣ୍ଡା କାନ୍ଦୁଛନ୍ତି। ମୁହଁରେ ହସ ହେଲେ ମନରେ ଅନେକ କୋହ। ସେ କାନ୍ଦକୁ କେବଳ ଜଣେ ହିଁ ରାଣୀପଣ୍ଡା ଅନୁଭବ କରିପାରିବେ।

ହଁ ଆଜ୍ଞା ଆଜି ପ୍ରେମରେ ଧୋକା ଖାଇ ପୁରା ଓଡିଶା ଆଗରେ ହାତ ଯୋଡୁଛନ୍ତି ରାଣୀପଣ୍ଡା। କାନ୍ଦି କାନ୍ଦି କହୁଛନ୍ତି ମୋତେ ମୋ ପ୍ରେମିକ ଧୋକା ଦେଇଛି। ମୋ ମନକୁ ଭାଙ୍ଗି ଦେଇଛି ମୋ ପ୍ରେମିକ। ମୋତେ ଏବେ ତୁମେ ମାନେ ସାହାର୍ଯ୍ୟ କର। ମୋ ପାଖରେ ତୁମେ ମାନେ ଛିଡା ହୁଅ। ମୋ ସାହସ ହେଉଛ ତୁମେ। ଯଦି ଲାଗୁଛି ମୋ ପ୍ରତି ଅନ୍ୟାୟ ହୋଇଛି ତେବେ ତୁମେମାନେ ମୋତେ ସାହାର୍ଯ୍ୟ କର।

ରାଣୀପଣ୍ଡାଙ୍କ କହୁଛନ୍ତି ସେ ଆଜି ବହୁତ ଦୁଃଖରେ ଅଛନ୍ତି। ପ୍ରେମରେ ଧୋକା ଖାଇବା ପରେ ତାଙ୍କ ଛାତି ଆଜି ଦୁଃଖରେ ଫାଟି ଯାଉଛି। ତାଙ୍କୁ ବହୁତ କଷ୍ଟ ହେଉଛି କାରଣ ସେ ମନରୁ ଭଲ ପାଇଥିଲେ। ଖବର ଅନୁଯାୟୀ ରାଣୀପଣ୍ଡା ଏବଂ ବିକ୍ରମଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ରାଣୀଙ୍କର ଷ୍ଟ୍ରଗଲ ପ୍ରିୟଡ଼ରେ ସାଥ ଦେଇଥିଲେ ବିକ୍ରମ। ଯେଉଁଥିପାଇଁ ରାଣୀ ମଧ୍ୟ ବିକ୍ରମଙ୍କୁ ତାଙ୍କ ମନ ଦେଇ ଦେଇଥିଲେ। ଯାହା ପରେ ରାଣୀଙ୍କୁ ବିବାହର ପ୍ରତିଶୃତି ଦେଇଥିଲା ବିକ୍ରମ। ହେଲେ ଯେଉଁ ବିକ୍ରମ ରାଣୀଙ୍କର ଦୁଃଖ ସମୟରେ ସାଥ ଦେଇଥିଲା ସେଇ ବିକ୍ରମ ଆଜି ରାଣୀଙ୍କୁ ଧୋକା ଦେଇଛି। ରାଣୀଙ୍କୁ ଭୁଲି ଅନ୍ୟତ୍ର ବିବାହ କରିବାକୁ ଯାଉଛି। କହିଛି କି ତୋ ଭଳି ଝିଅକୁ ମୋର ବାହା ହେବା ଦରକାର ନାହିଁ। ଯାହା ଆଜି ରାଣୀଙ୍କୁ ବହୁତ ବାଧିଛି।

ପ୍ରେମ କ’ଣ ୟାକୁ କୁହାଯାଏ? ମୋତେ ବଦଳିବା ପାଇଁ କହିଲ ଆଉ ମୁଁ ସମୟ ମାଗିଲି ମୁଁ ତୁମ ସହ ଅଛି ରାଣୀ। ମୁଁ ମୋ ବାପା ମା’ଙ୍କୁ ବୁଝେଇବି ହେଲେ ଆଜି କ’ଣ ପାଇଁ ମୋତେ ଧୋକା ଦେଲ? ମୁଁ କ’ଣ ତୁମକୁ ଭଲ ପାଇ ମୋ ମନ ଦେଇ ଭୁଲ କରିଦେଲି। ଏବେ ଏମିତି ସବୁ ପ୍ରଶ୍ନ ବିକ୍ରମକୁ ପଚାରିବା ସହ ଓଡିଶାବାସୀଙ୍କୁ ସାହାର୍ଯ୍ୟ ମାଗିଛନ୍ତି।

Leave a Reply

Your email address will not be published. Required fields are marked *