ବାଲେଶ୍ଵର ଲୋକସଭା ଆସନରେ ପ୍ରତାପ ଓ ଲେଖାଶ୍ରୀଙ୍କୁ ବଡ଼ ଝଟକା ଦେବେ ଏହି ଟାଣୁଆ ନେତା।

ବାଲେଶ୍ଵରରେ ହେବ ତ୍ରିମୁଖୀ ଲଢେଇ। ମୈଦାନକୁ ଓଲ୍ହାଇବେ ଟାଣୁଆ ନେତା। ପ୍ରତାପ ଓ ଲେଖାଶ୍ରୀଙ୍କୁ ଦେବେ ଜୋରଦାର ଝଟକା। ଆଜ୍ଞା ହଁ ବନ୍ଧୁଗଣ ବାଲେଶ୍ଵର ଲୋକସଭା ଆସନରେ ଜୋରଦାର ହେବାକୁ ଯାଉଛି ଲଢେଇ। ଏହି ଆସନରେ ବିଜେପି ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡି ଗତ ଗୁରୁବାର ନିଜ ପ୍ରାର୍ଥୀକୁ ମୈଦାନକୁ ଓଲ୍ହାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ବାଲେଶ୍ଵର ଆସନରୁ ରିପିଟ କରିଥିବା ବେଳେ ବିଜେପି ଛାଡି ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି ବିଜେଡି। କୁହାଯାଉଛି କି ଗତ ଥର ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଚେକ ଦେବା ପାଇଁ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ମାଷ୍ଟର ଷ୍ଟ୍ରକ ଖେଳିଛନ୍ତି ନବୀନ। କାରଣ ୨୦୧୯ରେ ପ୍ରତାପ ବାଲେଶ୍ଵରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଲେଖାଶ୍ରୀ ମଧ୍ୟ ତାଙ୍କ ସହ ମିଶି ପ୍ରଚାର କରିଥିଲେ। ଆଉ ଏବେ ଲେଖାଶ୍ରୀ ନିଜେ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବାରୁ ବହୁ ସଂଖ୍ୟାରେ ବିଜେପି ଭୋଟକୁ ନିଜ ସପକ୍ଷରେ ଆଣିବେ ବୋଲି ଚର୍ଚ୍ଚା ହେଉଛି। କାରଣ ଗତ ଥର ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ପରାସ୍ତ ହୋଇଥିଲେ ମଧ୍ୟ ବ୍ୟବଧାନ ମାତ୍ର ୧୨୯୫୬ ଥିଲା। ଆଉ ଏଥର ରବୀନ୍ଦ୍ର ଜେନା ଲେଖାଶ୍ରୀଙ୍କୁ ସମର୍ଥନ କରିଥିବାରୁ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଫାଇଟ ହେବ ବୋଲି କୁହାଯାଉଛି।

ତେବେ ଏସବୁ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହା ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପାଇଁ ବଡ଼ ଝଟକା ହେବ ବୋଲି କୁହାଯାଉଛି।ହଁ ଆଜ୍ଞା ବାଲେଶ୍ଵର ଲୋକସଭା ଆସନ ପାଇଁ କଂଗ୍ରେସ ଏକ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି। ତେବେ ଏହି ଆସନ ପାଇଁ କଂଗ୍ରେସ ୨ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନଜରରେ ରଖିଥିବା କୁହାଯାଉଛି। ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନବଜ୍ୟୋତି ପଟନାୟକ ଯିଏକି ଗତ ନିର୍ବାଚନରେ ମଧ୍ୟ ଏଠାରେ ପ୍ରାର୍ଥୀ ହୋଇଥିଲେ।

ତେବେ ୨୦୧୯ରେ ବାଲେଶ୍ଵରର ସାଂସଦ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟନାୟକଙ୍କୁ ମିଳିଥିଲା ୧,୭୯,୪୦୩ ଖଣ୍ଡ ଭୋଟ। ଆଉ ସେ ତୃତୀୟ ସ୍ଥାନରେ ରହିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ପୁଅ ନଵଜ୍ୟୋତିଙ୍କୁ ପୁଣି ଏଥର କଂଗ୍ରେସ ବାଲେଶ୍ଵରରୁ ସାଂସଦ ପ୍ରାର୍ଥୀ କରେ ତାହେଲେ ସେ ଅଧିକ ଭୋଟ ହାତେଇବେ ବୋଲି କୁହାଯାଉଛି। କାରଣ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ନେଇ ଯେଉଁ ଦ୍ଵନ୍ଦ ସୃଷ୍ଟି ହୋଇଥିଲା ସେଥିରୁ ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ଫାଇଦା ମିଳିବ ବୋଲି ଆକଳନ କରାଯାଉଛି।

ତେବେ ବାଲେଶ୍ଵର ଲୋକସଭା ଆସନ ପାଇଁ କଂଗ୍ରେସର ଆଉ ଜଣେ ସମ୍ଭାବ୍ୟ ପ୍ରାର୍ଥୀ ହେଲେ ଶ୍ରୀକାନ୍ତ ଜେନା। ଗତ କିଛି ବର୍ଷ ଧରି ଦଳରୁ ବାହାରେ ରହିବା ପରେ କଂଗ୍ରେସକୁ ଫେରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏଥର ବାଲେଶ୍ଵରରୁ ସାଂସଦ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚା ହେଉଛି। ତେବେ ଶ୍ରୀକାନ୍ତ ଜେନା ଯଦି ଏଠାରୁ ପ୍ରାର୍ଥୀ ହୁଅନ୍ତି ତେବେ ସେ ଉଭୟ ପ୍ରତାପ ଏବଂ ଲେଖାଶ୍ରୀଙ୍କ ଉପରେ ଭାରି ପଡିବେ ବୋଲି କୁହାଯାଉଛି। କାରଣ ଶ୍ରୀକାନ୍ତ ଜେନା ହେଉଛନ୍ତି କଂଗ୍ରେସର ଜଣେ ଟାଣୁଆ ନେତା। ଖାଲି ସେତିକି ନୁହେଁ ସେ ପୂର୍ବରୁ ମଧ୍ୟ ଏଠାରୁ ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି।

୨୦୦୯ ସାଧାରଣ ନିର୍ବାଚନରେ ବାଲେଶ୍ଵର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ଶ୍ରୀକାନ୍ତ ଜେନା। ତାଙ୍କୁ ମିଳୁଥିଲା ୩,୧୩,୮୮୮ ଭୋଟ। ଅର୍ଥାତ ଶ୍ରୀକାନ୍ତ ଜେନାଙ୍କର ଏଠାରେ ଭୋଟ ବ୍ୟାଙ୍କ ରହିଛି। ତେଣୁ କଂଗ୍ରେସ ଯଦି ବାଲେଶ୍ଵର ଆସନରୁ ତାଙ୍କୁ ସାଂସଦ ପ୍ରାର୍ଥୀ କରୁଛି ତେବେ ଏଠାରେ ତ୍ରିମୁଖୀ ଲଢେଇ ହେବା ସୁନିଶ୍ଚିତ। କାରଣ ଗତ ଥର ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ଵର ପାଇଁ ଅଧିକ ସମୟ ଦେଇ ନଥିବା କୁହାଯାଉଛି। ଯେଉଁଥିପାଇଁ ତାଙ୍କ ବିରୋଧରେ ବାଲେଶ୍ଵର ବାସୀଙ୍କ ମନରେ କିଛି ଟା ଅସନ୍ତୋଷ ଥିବା କୁହାଯାଉଛି।

ଏହା ସହ ପୂର୍ବତନ ସାଂସଦ ତଥା ବିଜେପି ନେତା ଐରଖାରବେଳ ସ୍ୱାଇଁ ମଧ୍ୟ ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ପ୍ରତାପ ସଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିବାରୁ ଖାରବେଳ ସ୍ୱାଧୀନ ଭାବେ ଲଢ଼ିବେ ବୋଲି କହିଥିଲେ। ପରେ ମଧ୍ୟ ତାଙ୍କ ସ୍ୱର ନରମି ଥିଲେ ମଧ୍ୟ ଦଳ ତାଙ୍କୁ ବାଲେଶ୍ଵରରୁ ପ୍ରାର୍ଥୀ କରି ପ୍ରତାପଙ୍କୁ କନ୍ଧମାଳ ପଠାଉ ବୋଲି କହିଥିଲେ ଖାରବେଳ। ହେଲେ ତାଙ୍କ କଥାକୁ ବିଜେପି ନେତୃତ୍ୱ ଅଣଦେଖା କରିଥିଲେ।ତେବେ ୧୯୯୮ ରୁ ଆରମ୍ଭ କରି ୨୦୦୪ ପର୍ଯ୍ୟନ୍ତ ଲଗାତାର ୩ ଥର ବାଲେଶ୍ଵରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଖାରବେଳଙ୍କ ଅସନ୍ତୋଷ ମଧ୍ୟ ବିଜେପି ପାଇଁ ଏଥର କଣ୍ଟା ସାଜିବ ବୋଲି କୁହାଯାଉଛି। ସେପଟେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ଯଦିଓ ବାଲେଶ୍ଵର ଜିଲ୍ଲା ନୀଳଗିରିର ବୋହୂ ତଥାପି ତାଙ୍କ ରାଜନୈତିକ ପୃଷ୍ଠ ଭୁମି ହେଉଛି ରାଜଧାନୀ ଭୁବନେଶ୍ବର। ତେଣୁ ବାଲେଶ୍ଵରରେ ଲେଖାଶ୍ରୀଙ୍କ ସାଂଗଠନିକ ଭିର୍ତି ଭୂମି ନଥିବା ଚର୍ଚ୍ଚା ହେଉଛି। ଏସବୁ ଦୃଷ୍ଟିରୁ ଦେଖିଲେ ଶ୍ରୀକାନ୍ତ ଜେନା ଯଦି କଂଗ୍ରେସ ଟିକେଟରେ ବାଲେଶ୍ଵର ଲୋକସଭା ମୈଦାନକୁ ଓଲ୍ହାଉଛନ୍ତି ତାହେଲେ ପ୍ରତାପ ଷଡ଼ଙ୍ଗୀ ଏବଂ ଲେଖାଶ୍ରୀଙ୍କ ଲଢେଇ ଭିତରେ ସେ ବାଜି ମାରିନେବେ ବୋଲି ରାଜନୈତିକ ମହଲ ଆକଳନ କରୁଛି।

Leave a Reply

Your email address will not be published. Required fields are marked *