ପୁଅର ସାଙ୍ଗକୁ ବାହା ହୁଅନ୍ତୁ ପଛେ ଆଉ ନଟର ପଟରରେ ନପଶନ୍ତୁ, ରାତିରେ ଶୋଇଲେ ଗଲା…

ସୁର ରାଉତରାୟଙ୍କୁ ବା ଓଡ଼ିଶାର କିଏ ନଜାଣେ ? ସୁର ରାଉତରାୟ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏକି ଲୋକଙ୍କ ସାମ୍ନାରେ ଗଣମାଧ୍ୟମ ସାମ୍ନାରେ ନିଜର ସ୍ପଷ୍ଟ ଉକ୍ତି ଦେବାରେ ଜଣା ଯାଆନ୍ତି । ସମୟ ସମୟରେ ତାଙ୍କର ଏଭଳି କିଛି ବୟାନ ସାମ୍ନାକୁ ଆସିଥାଏ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ କିମ୍ବା ସୋସିଆଲ ମିଡିଆରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇ ପ୍ରତିକ୍ରିୟା ପ୍ରକାଶ କରନ୍ତି । କେବେ କେବେ ତାଙ୍କ ବୟାନକୁ ନେଇ ତୀବ୍ର ଆଲୋଚନା ଚାଲିଥାଏ । ବର୍ତ୍ତମାନ ସମୟରେ ମଧ୍ୟ ସୁର ରାଉତରାୟଙ୍କର ଏକ ଉକ୍ତିକୁ ନେଇ ବେଶ ଜୋରସୋରରେ କଥା ଚାଲିଛି ।

ତେବେ ସେ କହିଛନ୍ତି ଯେ ତାଙ୍କର ଜଣେ ସାନ ଭାଇର ପୁଅ ପୁତୁରାଟିଏ , ଯାହାଙ୍କ ନାମରେ ଅନେକ ଅଭିଯୋଗ ଆସିଥାଏ । ତାହା ପୁଣି ଦିବ୍ୟସିଂହ ଭଳି । ତାଙ୍କ ବିବାହ ପରେ କୁଆଡ଼େ ଆଉ ଅଭିଯୋଗ ଆସିବା ବନ୍ଦ ହୋଇଯିବ । ଏମିତିରେ ତାଙ୍କ ନାମରେ ସବୁବେଳେ ଅଭିଯୋଗ ଆସୁଛି । ତେବେ ଘଟଣା ଏହା ଯେ ତାଙ୍କର ଜଣେ ସାନ ଭାଇଙ୍କ ପୁଅ କୁଆଡ଼େ ନିଜ ପୁଅର ସାଙ୍ଗକୁ ବିବାହ କରିବାକୁ ଯାଉଛନ୍ତି । ତେବେ ତାଙ୍କ କହିବା କଥା ଯେ ତାଙ୍କ ସାନ ଭାଇର ପୁଅକୁ ପ୍ରାୟ ୪୫ କି ୫୦ ବର୍ଷ ହୋଇଯିବ । ଆଉ ତାଙ୍କ ପୁଅକୁ ୨୧ ବର୍ଷ ହୋଇଥିବ ।

ତେଣୁ ପୁଅର ସାଙ୍ଗ ଅର୍ଥାତ ସେହି ଝିଅକୁ ୧୯ ବର୍ଷ ବୟସ । ସୁର ରାଉତରାୟଙ୍କ କହିବା କଥା ଯେ ସେ ନିଜ ପୁଅର ସାଙ୍ଗକୁ ବିବାହ କରି ପାରନ୍ତି । କିନ୍ତୁ ଆଉ ନଟର ପଟରରେ ନପଶନ୍ତୁ । ସୁର ରାଉତରାୟଙ୍କ ଅନୁଯାୟୀ ବିବାହ କଲେ ହେଲା । ତେବେ ସେମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି କେବଳ ବିବାହ କରି ପାଖରେ ଶୋଇଲେ ହେଲା । ତେବେ ବିଧାୟକଙ୍କ ଏପରି ଉକ୍ତିକୁ କେହିବି ପସନ୍ଦ କରି ନାହାଁନ୍ତି । କାରଣ ତାଙ୍କ ନଜରରେ ବିବାହକୁ ଯେଉଁ ଭଳି ଭାବରେ ଦେଖୁଛନ୍ତି ତାହା ଠିକ ନୁହେଁ ।

ଏପଟେ ସୁର ରାଉତରାୟ କହିଛନ୍ତି ଯେ ସେ କୁଆଡ଼େ ତାଙ୍କୁ ଦେଖା ହେଲେ କହିବେ ଯେ ବିଧାୟକଙ୍କ ସମ୍ପର୍କୀୟ ହୋଇଥିବାରୁ ଟିକିଏ ନିଜର ମାନ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ । କହିବାକୁ ଗଲେ ସୁର ରାଉତରାୟଙ୍କର ଏମିତି ଅନେକ ବୟାନ ସମୟ ସମୟରେ ଭାଇରଲ ହେଉଛି । ଯାହାକୁ କେହିବି ପସନ୍ଦ କରୁ ନାହାଁନ୍ତି । ବର୍ତ୍ତମାନ ଏଭଳି ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଆହୁରି ତର୍ଜମା ଚାଲିଛି ।

Leave a Reply

Your email address will not be published. Required fields are marked *