ବାହା ହୁଅନ୍ତୁ ୩୦ ଦିନ ଛୁଟି ସହ ପାଆନ୍ତୁ ପୁରା ଦରମା।

ନବ ବିବାହିତା ଦମ୍ପତ୍ତି ମାନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା । ଆପଣ ଯଦି ବିବାହ କରିବେ ତେବେ ୩୦ ଦିନ ଆପଣ ଛୁଟି ପାଇବେ । ଏ ଘଟଣା ଅବିଶ୍ଵସନୀୟ ହେଲେ ମଧ୍ୟ ଏହା ବିଲକୁଲ ସତ । ଯଦି ଆପଣ ନୂଆ ନୂଆ ବିବାହ କରିବେ ତେବେ ଏହି ଛୁଟି ଆପଣଙ୍କୁ ମଧ୍ୟ ମିଳିବ । ସରକାର ଲୋକଙ୍କ ପାଇଁ ଅନେକ ସୁବିଧା କରୁଥିବା ବେଳେ ଏହି ସୁବିଧାକୁ ନେଇ ସରକାରଙ୍କୁ ଢ଼େର ପ୍ରସଂଶା କରିଛନ୍ତି ନବ ବିବାହିତା ଦମ୍ପତି ମାନେ ।

ଯେପରି ଆପଣ ମାନେ ସମସ୍ତେ ଜାଣି ଥିବେ ନବ ବିବାହିତା ଦମ୍ପତ୍ତି ନୂଆ ନୂଆ ବିବାହ କରିବା ପରେ ସେମାନେ ସେମାନଙ୍କ ଜୀବନ ସାଥୀଙ୍କ ସହିତ ଅଧିକ ସମୟ କାଟିବାକୁ ବେଶ ପସନ୍ଦ କରିଥାନ୍ତି । ହେଲେ ନିଜର କର୍ମମୟ ଜୀବନରୁ ଯେହେତୁ ସେମାନଙ୍କୁ ଛୁଟି ମିଳେ ନାହିଁ ତେଣୁ ସେମାନେ ବାଧ୍ୟ ହୋଇ ଇଚ୍ଛା ନଥିଲେ ମଧ୍ୟ ଯାଇ ଥାନ୍ତି ମାତ୍ର ବର୍ତ୍ତମାନ କିନ୍ତୁ ସରକାର ସେହି ନବ ବିବାହିତା ଦମ୍ପତି ମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ।

ଆଉ ଏହି ଖୁସି ଖବର ପଛରେ ମଧ୍ୟ ଏକ ବଡ଼ ରହସ୍ୟ ଲୁଚି ରହିଥିବା କୁହାଯାଉଛି । ତେବେ ସେହି ରହସ୍ୟ କଣ ଆସନ୍ତୁ ନଜର ପକାଇବା । ତେବେ ଆପଣ ମାନେ ଯେଉଁଭଳି ଜାଣିଥିବେ । ଯେତେବେଳେ ଜଣେ ବିବାହ କରନ୍ତି ସେ ଚାହାଁନ୍ତି ତାଙ୍କୁ ତାଙ୍କ କାର୍ଯ୍ୟକ୍ଷେତ୍ରରୁ ଅଧିକ ସମୟ ଛୁଟି ମିଳୁ କାରଣ ଅଧିକ ଦିନ ଛୁଟି ମିଳିଲେ ସେ ତାଙ୍କ ନୂଆ ନୂଆ ବୈବାହିକ ଜୀବନକୁ ବେଶ୍ ଖୁସିର ସହିତ ଉପଭୋଗ କରି ପାରିବେ ।

ତେବେ ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ନବ ଦମ୍ପତ୍ତି ମାନଙ୍କୁ ଏକ ଖୁସି ଖବର ଶୁଣାଇ ଦେଇଛନ୍ତି ସରକାର । ସେହି ଖୁସି ଖବର ହେଉଛି ବାହା ହେଲେ ମିଳିବ ୩୦ ଦିନ ଛୁଟି । ତେବେ ଦମ୍ପତ୍ତି ମାନଙ୍କୁ ଏହିଭଳି ଖୁସି ଖବର ଦେଇ ଖୁସି କରାଇ ଦେଇଛନ୍ତି ଚିନ୍ ସରକାର।

ବର୍ତ୍ତମାନ ଚୀନରେ ଜନ ସଂଖ୍ୟା ହ୍ରାସ ପାଇଥିବା ବେଳେ ଜନସଂଖ୍ୟା ବୃଦ୍ଧି କରିବାକୁ ଚିନ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିବା କୁହାଯାଉଛି । କାରଣ ଚୀନରେ ଜନ୍ମହାର ହ୍ରାସ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଏନେଇ ରାଷ୍ଟ୍ରପତି ଚିନ୍ତାରେ ଥିବା ବେଳେ ଯାହା କୁହାଯାଉଛି କି ଜନ୍ମହାର୍ ବୃଦ୍ଧି କରାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ କେବଳ ଏତିକି ନୁହେଁ ଏଣିକି ଛୁଟିରେ କର୍ମଚାରୀ ମାନଙ୍କୁ ଦରମା ମଧ୍ୟ ଦିଆଯିବ ବୋଲି କୁହାଯାଉଛି । ତେବେ ସରକାରଙ୍କ ଏଭଳି କରିବା ପଛର ଉଦ୍ୟସ ହେଉଛି ଯୁବ ଯୋଡ଼ିଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ଏବଂ ଏହା ପରେ ସନ୍ତାନ ପ୍ରାପ୍ତି କରାଇବା । ଏପରି ହେଲେ ଜନ ସଂଖ୍ୟା ବୃଦ୍ଧି ପାଇବା ସହିତ ଚୀନର ଚିନ୍ତା ମଧ୍ୟ ଦୂର ହେବ ।

ତେବେ ଏହା ପଛରେ ସରକାରଙ୍କ ଆଉ ଏକ ଉଦ୍ୟଶ ଥାଇ ପାରେ ବୋଲି କୁହାଯାଉଛି କି । ଯଦି ନବ ବିବାହିତା ଦମ୍ପତ୍ତି ମାନଙ୍କୁ ଛୁଟି ପାଇଁ ଅନୁମତି ମିଳେ ତେବେ ସେମାନେ ତାଙ୍କ ଜୀବନ ସାଥିଙ୍କ ସହିତ ଅଧିକ ସମୟ କଟେଇବାକୁ ସମୟ ପାଇବେ ଆଉ ଏହି ସମୟ ମଧ୍ୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିବ । ଆଉ ଯାହା ଫଳରେ ସ୍ବାମୀ ସ୍ତ୍ରୀ ଖୁବ୍ କମ୍ ସମୟ ମଧ୍ୟରେ ଛୁଆ ଜନ୍ମ କରି ବାପା ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିପାରିବେ । ତେଣୁ ଏହି ଉଦ୍ୟସକୁ ଆଖି ଆଗରେ ରଖି ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *