ପ୍ରଥମେ ଘରେ ପଶି ମଦ ପିଇଲା ତା’ପରେ ଟଙ୍କା ସୁନା ଲୁଟି ନେଇ ଚାଲିଗଲା।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ନିଜ ଆଖିକୁ ଵିଶ୍ଵାସ କରି ପାରିବେ ନାହିଁ। ସିସିଟିଭି ବର୍ତ୍ତମାନ ସମସ୍ତ ଚୋରଙ୍କ ପାଇଁ କାଳ ସାଜିଛି। ସିସିଟିଭି ପାଇଁ ଅନେକ ଚୋର ଧରା ପଡିବା ସହିତ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛନ୍ତି।

କରୋନା ମହାମାରୀ କାଳରେ ଅନେକ ଲୋକ ନିଜ ଚାକିରୀ ଏବଂ ବ୍ୟବସାୟ ହରେଇଲେ। ଯାହାଫଳରେ ଚୋରି ଏକ ଭଲ ଉପାୟ ବୋଲି ବେରୋଜଗାରୀ ମାନେ ଆପଣେଇ ଦେଇଛନ୍ତି। କେବଳ ଚୋରି କରୁ ନାହାନ୍ତି ବରଂ ଅନେକ ବେଆଇନ କାରବାରରେ ଲିପ୍ତ ରହୁଛନ୍ତି। ଚୋରି କରିବା ପରେ ଯଦି ଧରା ପଡୁଛନ୍ତି ତେବେ ଲୋକମାନଙ୍କ ଠାରୁ ଅନେକ ମା-ଡ଼ ମଧ୍ୟ ଖାଉଛନ୍ତି। ବର୍ତ୍ତମାନ ମଧ୍ୟ ଏକ ଖବର ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣା ପଡ଼ିଛି ଯେ ଚୋର ଚୋରି କରିବା ପାଇଁ ପ୍ରଥମେ ଘରେ ପଶିଲା ତେବେ ସେ ଆଗ ମଦ ପିଇଲା ପରେ ଟଙ୍କା ସୁନା ଲୁଟି ନେଇ ଚାଲି ଗଲା।

ତେବେ ଏହି ଘଟଣା ପଶ୍ଚିମବଙ୍ଗର ସିଲିଗୁଡ଼ି ରେ ଘଟିଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସିଲିଗୁଡ଼ିର ଜ୍ୟୋତି ନଗରରେ ରହୁଥିବା ସୁନୀଲ ଲାମା ନାମକ ବ୍ୟକ୍ତିଙ୍କ ଘରେ ଚୋର ଚୋରି କରି ଲକ୍ଷାଧିକ ଟଙ୍କା ନେଇ ଯାଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଚୋର ପ୍ରଥମେ ଘରେ ପଶି ମଦ ପିଇଥିଲା ଏବଂ ପରେ ଟଙ୍କା ସୁନା ଏବଂ ଅନେକ ଦରକାରୀ କାଗଜ ପତ୍ର ଲୁଟି ନେଇ ଯାଇଥିଲା।

ପୀଡିତ ସୁନୀଲ କହିଛନ୍ତି ଯେ ଚୋ-ର ରାତି ଅଧରେ ଗେଟ ଭାଙ୍ଗି ଘର ଭିତରେ ପଶିଥିଲା। ପ୍ରଥମେ ଚୋ-ର ଘରେ ରଖା ଯାଇଥିବା ମ-ଦ ପିଇଥିଲା ଏବଂ ପରେ କିଛିଦିନ ତଳେ ସେ ଆଣିଥିବା ବ୍ୟାଙ୍କରୁ ଲୋନର ସମସ୍ତ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଓ ଗହଣା ନେଇ ପଳେଇଛି। କେବଳ ସେତିକି ନୁହେଁ ମଦ ପିଇବା ପରେ ବୋତଲ ମଧ୍ୟ ଛାଡି ନଥିଲା। ବୋତଲକୁ ସାଙ୍ଗରେ ନେଇ ଯାଇଥିବା ଜଣା ପଡ଼ିଛି। ଚୋ-ର ଅନେକ ଦରକାରୀ କାଗଜ ପତ୍ର ନେଇ ଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

ତେବେ ଏହାକୁ ନେଇ ପୀଡିତଙ୍କ ଘର ଲୋକ ଥାନାରେ ଅଭି-ଯୋଗ କରିଥିଲେ। ବର୍ତ୍ତମାନ ପୋଲିସ ଚୋରକୁ ଖୋଜିବାରେ ଲାଗି ପଡିଛି। ବର୍ତ୍ତମାନ ଏହି ଖବର ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।

Leave a Reply

Your email address will not be published. Required fields are marked *