ସ୍ୱାମୀଙ୍କୁ ହ-ତ୍ୟା କରିବା ପାଇଁ ସୁପାରୀ ଦେଇଥିବା ସ୍ତ୍ରୀ : ମୋ ପୁଅ ବୟସର ପିଲା ସହ ମୁଁ ଖରାପ ସମ୍ପର୍କ ରଖିବି… ଦେଖନ୍ତୁ କଣ କହୁଛନ୍ତି ମହିଳା…

ହ-ତ୍ୟା ଏବଂ ଆ-ତ୍ମହ-ତ୍ୟାର ଖବରରେ ଭରପୁର ବର୍ତ୍ତମାନର ଦୁନିଆଁ । ପ୍ରତିଦିନ ଏହି ସମ୍ପର୍କୀୟ ନୂଆ ନୂଆ ଖବର ସାମ୍ନାକୁ ଆସୁଅଛି । କିଏ କାହାକୁ ନିଜର କ୍ରୋଧ ମେଣ୍ଟେଇବା ପାଇଁ ହ-ତ୍ୟା କରୁଛି ତ ଆଉ କିଏ ନିଜ ମନର ମଣିଷକୁ ନ ପାଇ କିମ୍ବା ଆଉ କୌଣସି କାରଣ ପାଇଁ ଆତ୍ମ-ହତ୍ୟା କରୁଛି । ତେବେ ସ୍ମାର୍ଟସିଟି ଭୁବନେଶ୍ବରରରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଅଛି । ଯାହାକୁ ବିଶ୍ୱାସ କରିବା ଏତେ ସହଜ ନୁହେଁ । ତେବେ ଆପଣ ଜାଣି ପାରୁଥିବେ କି , ସ୍ୱାମୀଙ୍କ ହ-ତ୍ୟା ନିମନ୍ତେ ସ୍ତ୍ରୀ ଅନ୍ୟ ଲୋକଙ୍କୁ ସୁପାରୀ ଦେଇଛନ୍ତି । କଥାଟି ଶୁଣିବାକୁ କାନକୁ ଠିକଠାକ ଲାଗୁନଥିବ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ସତ ।

ପତ୍ନୀ ଯାହାକୁ ପତି ପରମେଶ୍ବର ଭାବରେ ସମ୍ବୋଧନ କରିଥାଏ । ଯାହାର ଦୀର୍ଘ ଆୟୁଷ ପାଇଁ ସାବିତ୍ରୀ ବ୍ରତ କରିଥାଏ । ତା ପାଇଁ ଏଭଳି କରିପାରିବ ବୋଲି କାହାକୁ ସହଜରେ ବିଶ୍ୱାସ ହେବନାହିଁ । ତେବେ କାହାକୁ ମଧ୍ୟ ସଠିକ ଭାବରେ ଜଣାନାହିଁ କି , ଘଟଣାଟି ସତ କି ମିଛ । କିନ୍ତୁ ସୂଚନା ଅନୁଯାୟୀ , ସ୍ୱାମୀଙ୍କର ହ-ତ୍ୟା ପାଇଁ ସ୍ତ୍ରୀ ସୁପାରିକିଲର ଠିକ୍ କରିଥିଲେ । ତେବେ ଏହାର କାରଣ ବିବାହ ପରେ ମଧ୍ୟ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଅଟେ । ଭୁବନେଶ୍ବରର ଜଣେ ମହିଳାଙ୍କ ନାମରେ ଏଭଳି ଅଭିଯୋଗ ଆସିଛି , ଯାହାଙ୍କ ନାମ ସିଲସିଲା ବେହରା ଅଟେ । ସେ ତାଙ୍କ ସ୍ୱାମୀଙ୍କୁ ହ-ତ୍ୟା କରିବା ପାଇଁ ସୁପାରୀ ଦେଇଥିବାର ଅଭିଯୋଗ ହୋଇଛି । କାହିଁକିନା ତାଙ୍କର ଜଣେ ଡ୍ରାଇଭର ଅଶୋକ ସାହୁଙ୍କ ସହ ସମ୍ପର୍କ ରହିଥିଲା ।

ତେବେ ଏଭଳି ଅଭିଯୋଗ ପରେ ସିଲସିଲାଙ୍କୁ ପୋଲିସ ଖୋଜିଥିଲା । ଆଉ ଗଣମାଧ୍ୟମରେ ମଧ୍ୟ ଏ ବିଷୟରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ନିଜ ନାମରେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲେ ସିଲସିଲା । ତାଙ୍କ କହିବା ଅନୁଯାୟୀ , ତାଙ୍କର ୪୪ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅର ବୟସ ୧୭ ବର୍ଷ ଅଟେ । ଆଉ ସେ ଜଣେ ଇଂଜିନିୟରିଂ ଛାତ୍ରୀ ହୋଇଥିବା ସହ କିପରି ଭାବରେ ଏକ ଡ୍ରାଇଭର ସହ ଅନୈ-ତିକ ସମ୍ପର୍କ ରଖିବେ । ପୁଣି ସେ ଡ୍ରାଇଭରର ବୟସ ତାଙ୍କ ପୁଅର ବୟସ ପାଖାପାଖି ଅଟେ । ତେବେ ତାଙ୍କୁ ପଚାରିବାରୁ ସେ କହିଥିଲେ କି ଡ୍ରାଇଭର ଏବଂ ତାଙ୍କ ମଧ୍ୟରେ ଭାଇଭଉଣୀର ସମ୍ପର୍କ ରହିଛି ଆଉ କିଛି ନୁହେଁ ।

ତେବେ ସିଲସିଲା ସୁପାରୀ ଦେବା କଥାକୁ ଆଦୌ ସ୍ୱୀକାର କରିନାହାଁନ୍ତି । ଓଲଟା ସେ ତାଙ୍କ ସ୍ୱାମୀଙ୍କ ନାମରେ ଅଭିଯୋଗ ଆଣିଥିଲେ କି , କିଛି ବର୍ଷ ପୂର୍ବରୁ ସେ ପୁରୀରେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଖରାପ ପରିସ୍ଥିତିରେ ଦେଖିଥିଲେ । ଅନ୍ୟପକ୍ଷରେ ସମ୍ପତ୍ତି ଲୋଭରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ନ ଦେବା କଥା କହିବାରୁ ସେ ଏହାକୁ ବିରୋଧ କରି କହିଥିଲେ କି , ଚାକିରୀ ବ୍ୟତୀତ ତାଙ୍କର ଆଉ କିଛି ସମ୍ପତ୍ତି ନାହିଁ । ପୂର୍ବରୁ ସିଲସିଲା ନିଜ ସ୍ୱାମୀଙ୍କୁ ନିଜେ ଧରି ପୋଲିସ ପାଖକୁ ମଧ୍ୟ ନେଇଯିବାର ଅଭିଯୋଗ କରିଛନ୍ତି । ସିଲସିଲା ବର୍ତ୍ତମାନ ସମୟରେ କହିଛନ୍ତି କି , ତାଙ୍କ ସ୍ୱାମୀ ଅର୍ଥାତ ବିନାୟକ ବେହେରାଙ୍କ ଉପରୁ ସମ୍ପୂର୍ଣ୍ଣ ଭାବରେ ତାଙ୍କର ବିଶ୍ୱାସ ଉଠିଯାଇଛି ।

Leave a Reply

Your email address will not be published. Required fields are marked *