ଦେଖନ୍ତୁ ଭିଡ଼ିଓ:- ଡ଼ିଉଟି କରୁଥିବା ପୋଲିସ ବାବୁଙ୍କୁ ରାସ୍ତା ମଝିରେ ଟେକି କି କଚାଡି ଦେଲା ଷଣ୍ଢ, ଆଉ ତା’ପରେ…

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲା ପରେ ହସକୁ ରୋକି ହୁଏ ନାହିଁ ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ବିଶ୍ୱାସ ହୋଇ ନଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଭିଡ଼ିଓ ଭାଇରାଲ ହେଉଛି। ରାସ୍ତା ଉପରେ ଡିୟୁଟି କରୁଥିବା ପୋଲିସ ବାବୁଙ୍କୁ ପଛରୁ ଷଣ୍ଢ ଆସି ଟେକି କଚାଡି ଦେଲା।

ତେବେ ଆପଣମାନେ ଅନେକ ସମୟରେ ଷଣ୍ଢ ମାନଙ୍କ ଉପଦ୍ରବ ଦେଖିଥିବେ। ଷଣ୍ଢ ଏତେ ଶକ୍ତିଶାଳୀ ହୋଇଥାନ୍ତି ଯେ ସେ ନିଜ ସିଂଘରେ ପ୍ରାୟ ଏକ ଟନ୍ ଓଜନର ଜିନିଷ ଉଠେଇ ଦେଇ ପାରିବେ। ଷଣ୍ଢ ଲଢେଇରେ ଅନେକ ଲୋକ ନିଜ ଜୀବନ ହରେଇଛନ୍ତି। ସହରରେ ଯେତେବେଳେ ଷଣ୍ଢଙ୍କ ଉପଦ୍ରବ ଦେଖିବାକୁ ମିଳେ ସେତେବେଳେ ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଯାଏ ଏବଂ ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ। ସେଥିପାଇଁ ବିଏମସି କର୍ମଚାରୀ ଷଣ୍ଢ ଓ କୁକୁର ମାନଙ୍କୁ ଧରି ଜନବସତି ଠାରୁ ଦୂରରେ ନେଇ ଛାଡି ଆସନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଷଣ୍ଢର ଉପଦ୍ରବ ଦେଖିବାକୁ ପାଇବେ। ଦିଲ୍ଲୀ ସେରେପୁର ଚୌକ୍ ରେ ଥିବା ଦୟାପୁର ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସ କର୍ମଚାରୀ ଜଣକ ଟ୍ରାଫିକ ନିୟନ୍ତ୍ରଣ କରିବା ସମୟରେ ପଛରୁ ଏକ ଷଣ୍ଢ ଆସି ପୋଲିସ କର୍ମଚାରୀ ଜଣଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ତେବେ ଷଣ୍ଢର ଆକ୍ରମଣରେ ଜ୍ଞାନ ସିଂ ଗୁରୁତର ହୋଇ ପଡ଼ିଥିଲେ।

ତେବେ ଏହାଦେଖି ସେଠାରେ ଥିବା ଆଉ ଜଣେ ପୋଲିସ କର୍ମଚାରୀ ଦୌଡ଼ି ଆସି ଜ୍ଞାନ ସିଂ ଙ୍କୁ ଷଣ୍ଢ କବଳରୁ ରକ୍ଷା କରିଥିଲେ ଏବଂ ଏହାପରେ ପୋଲିସ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାକି ବର୍ତ୍ତମାନ ସେ ଗୁରୁତର ଥିବା ଜଣା ପଡ଼ିଛି। ତେବେ ଏଭଳି ଘଟଣା ଭାରତରେ ଅନେକ ସମୟରେ ଦେଖିବାକୁ ମିଳିଛି। ଗୁଜୁରାଟରେ ଷଣ୍ଢ ଆତର୍କିତ ଭାବରେ ଜଣେ ଯୁବକଙ୍କୁ ଆକ୍ର-ମଣ କରିଥିଲେ।

 

ତେବେ ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କେବଳ ସେତିକି ନୁହେଁ ନିଜ ନିଜର ମତ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *