ମିଳନ ସମୟରେ ସାପ ସହ ଲାଗିବାରୁ ଘଟିଲା ଏଭଳି ଅଭାବନୀୟ ଘଟଣା , ଦେଖନ୍ତୁ ଭିଡ଼ିଓ

ସାରା ବିଶ୍ୱରେ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳିଥାନ୍ତି । କିନ୍ତୁ ସବୁ ସାପ ପରସ୍ପର ଠାରୁ ଅଲଗା ହୋଇଥାନ୍ତି । ତେବେ ଏମାନଙ୍କ ମଧ୍ୟରୁ କେତେକ ବିଷାକ୍ତ ହୋଇଥାନ୍ତି ତ ଆଉ କେତେକଙ୍କର ବିଷ ମଧ୍ୟ ନଥାଏ । ତେବେ ଏହି ବିଷଧର ସାପ ଗୁଡିକ କାମୁଡ଼ିଲେ , ଶହେ ପ୍ରତିଶତରୁ ୯୦ ପ୍ରତିଶତ ଲୋକଙ୍କର ମରିଯିବାର ଅନେକ ସମ୍ଭାବନା ରହିଥାଏ ଆଉ ସୌଭାଗ୍ୟବଶତଃ ୧୦ ପ୍ରତିଶତ ଲୋକ ବଞ୍ଚି ଯାଇଥାନ୍ତି । ତେବେ ଏଥିରୁ ଆପଣ ଜାଣି ପାରୁଥିବେ ଯେ , ସାପ ଗୁଡିକ କେତେ ବିଷାକ୍ତ ହୋଇଥାନ୍ତି । ତେଣୁ ଜାଣି ଶୁଣି ଏମାନଙ୍କ ସହ ଆଦୌ ପଙ୍ଗା ନିଅନ୍ତୁ ନାହିଁ ।

ସୋସିଆଲ ମିଡିଆରେ ପ୍ରତିଦିନ ଏହି ସାପ କାମୁଡା ସମ୍ବନ୍ଧୀୟ ଅନେକ ଖବର ଆସୁଅଛି । କେଉଁଠି କିଏ ସାପ ଧରିବାକୁ ଚେଷ୍ଟା କରି ଅଘଟଣର ଶିକାର ହେଉଛି ତ ଆଉ କିଏ ସାପକୁ ଧରି ଖେଳ ପ୍ରଦର୍ଶନ କରୁଥିବା ବେଳେ ଅଘଟଣର ଶିକାର ହେଉଛି । ତେବେ କେତେ ଦିନ ପର୍ଯ୍ୟନ୍ତ ଏଭଳି ଚାଲୁଥିବ , କେବେ ଯାଇ ଏ ଦେଶର ଲୋକମାନେ ଶିକ୍ଷିତ ହେବେ , ସେ କଥା କହି ହେବନାହିଁ । ଘର ନିକଟରେ କିମ୍ବା ଘର ଭିତରେ ସାପ ଦେଖିଲେ ତା ସହ ଆଦୌ ନ ଲାଗି ତୁରନ୍ତ ସାପ ହେଲ୍ପଲାଇନ ନମ୍ବରକୁ ଫୋନ କରନ୍ତୁ ଆଉ ତାଙ୍କୁ ଡାକି ଦିଅନ୍ତୁ । ସେମାନେ ଆସି ସୁରକ୍ଷିତର ସହ ସାପକୁ ଧରି ନେଇଯିବେ ।

ତେବେ ପୁଣିଥରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ନିର୍ମଳପୁର ଅଞ୍ଚଳରୁ ଏଭଳି ଏକ ଖବର ଆସିଅଛି । ଯେଉଁଠି ଜଣେ ମହିଳା ନାଗସାପ ମାନଙ୍କୁ ଦେଖି ଭୟଭୀତ ହୋଇ ତଳେ ପଡି ଯାଇଥିଲେ ଆଉ ତାଙ୍କର ବାମ ହାତ ଭାଙ୍ଗି ଯାଇଥିଲା । ତେବେ ମହିଳା ଜଣକ ନିଜ ଘର ବାଡ଼ିରେ ଦୁଇଟି ସାପକୁ ଦେଖିଥିଲେ କିନ୍ତୁ ମହିଳା ଭୁଲ୍ ସମୟରେ ସାପ ଗୁଡିକୁ ଦେଖିଥିଲେ ଅର୍ଥାତ ସେମାନେ ମିଳନ ଅବସ୍ଥାରେ ରହିଥିଲେ । ତେବେ ଗୋଟିଏ କଥା ମନେରଖନ୍ତୁ ମିଳନ ସମୟରେ ସାପ ମାନେ ଅତ୍ୟନ୍ତ କ୍ରୋଧିତ ସ୍ୱଭାବର ହୋଇଥାନ୍ତି ଆଉ ସହଜରେ ଅନ୍ୟକୁ ଆକ୍ରମଣ କରି ଦେଇଥାନ୍ତି । ତେଣୁ ସେମାନଙ୍କ ସହ ଆଦୌ ଲାଗନ୍ତୁ ନାହିଁ । ତେବେ ମହିଳା ଜଣକ ସାପକୁ ଦେଖିବା ପରେ ସାପ ଫଣା ଟେକି ଦେଇଥିଲା ଆଉ ମହିଳା ଜଣକ ଭୟରେ ତଳେ ପଡିଯିବା ଦ୍ୱାରା ତାଙ୍କର ହାତ ଭାଙ୍ଗି ଯାଇଥିଲା ।

ତେବେ ଏହାପରେ ଗ୍ରାମବାସୀ ମାନେ ସାପ ହେଲ୍ପଲାଇନ ନମ୍ବରକୁ ଫୋନ କରି ଡାକିଥିଲେ । ଆଉ ସେ ଆସି ଅତ୍ୟନ୍ତ ସତର୍କତାର ସହ ସାପକୁ ଖୋଜିଥିଲେ । କାହିଁକିନା ସାପ ଗୁଡିକୁ ଗଛ ବୁଦା ଭିତରେ ଲୁଚି ଯାଇଥିଲେ । ଆଉ ବହୁତ ସମୟ ପରେ ସେମାନଙ୍କୁ ଖୋଜି ବାହାର କରିଥିଲେ ଆଉ ଧରି ନେଇ ଯାଇଥିଲେ । ଆଉ କହିଥିଲେ କି ଏଗୁଡିକ କଳା ନାଗ ଅଟନ୍ତି ଏବଂ ଅତ୍ୟନ୍ତ ବିଷଧର ଅଟନ୍ତି । ତେବେ ସେ ସମସ୍ତଙ୍କୁ ଶେଷରେ କହିଥିଲେ କି ସାପ ସହ ଆଦୌ ଲାଗନ୍ତୁ ନାହିଁ ଏବଂ ତୁରନ୍ତ ସାପ ହେଲ୍ପଲାଇନ ନମ୍ବରକୁ ଫୋନ କରି ଡାକନ୍ତୁ ।

Leave a Reply

Your email address will not be published. Required fields are marked *