୧୦ ବର୍ଷର ପିଲାକୁ ଟ୍ରେନ ଦୁର୍ଘଟଣାରୁ ରକ୍ଷା କଲା ଇଚ୍ଛାଧାରୀ ନାଗୁଣୀ , ତାପରେ ଯାହା ହେଲା ତାହା ଦେଖି ଲୋକଙ୍କର ଲୋମ ଟାଙ୍କୁରୀ ଉଠିଲା :-

ଆପଣଙ୍କୁ କହି ରଖୁଛୁ ଯେ ଆମ ପୁରାଣରେ ଇଚ୍ଛାଧାରୀ ନାଗ ନାଗୁଣୀ ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି । ସେଥିରୁ ଜାଣିବାକୁ ମିଳେ ଯେ ଇଚ୍ଛାଧାରୀ ନାଗ ନାଗୁଣୀ ମାନଙ୍କ ଠାରେ ଅନେକ ଅଲୌକିକ ଶକ୍ତି ରହିଥାଏ । ଯାହାକୁ ପ୍ରୟୋଗ କରି ସେମାନେ କେତେବେଳେ ବି କୌଣସି ରୂପ ଧାରଣ କରି ପାରନ୍ତି । ତେବେ କେବଳ ସେତିକି ନୁହେଁ ଇଚ୍ଛାଧାରୀ ନାଗ ନାଗୁଣୀ ନିଜ ଶକ୍ତି ଦ୍ୱାରା ମଣିଷ ରୂପ ଧାରଣ କରି ମନୁଷ୍ୟ ମାନଙ୍କ ସହିତ ସାମାନ୍ୟ ମନୁଷ୍ୟ ଭାବରେ ମଧ୍ୟ ରହିପାରେ । ଏହିପରି ହିଁ ପାକିସ୍ତାନର କରାଚୀ ସହରରେ ଦେଖିବାକୁ ମିଳିଛି । ଯେଉଁଠି ଏକ ୧୦ ବର୍ଷୀୟ ଝିଅଟି ଜୀବନକୁ ବଞ୍ଚାଇଛି ଏକ ଇଚ୍ଛାଧାରୀ ନାଗୁଣୀ । ତେଣୁ ଏହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଅନେକ ବର୍ଷ ପୂର୍ବରୁ ପାକିସ୍ତାନର କରାଚୀ ଷ୍ଟେସନରେ ଘଟିଥିଲା । ବାସ୍ତବରେ ଗୀତା ଜଣେ ହିନ୍ଦୁ ଝିଅ ଏବଂ କହିବାକୁ ଗଲେ ଭଗବାନ ଶିବଙ୍କର ପରମ ଭକ୍ତ ଥିଲା । ତେବେ ସେ ନିଜ ବାପା ମାଙ୍କ ସହିତ କରାଚୀ ବୁଲିବାକୁ ଯାଇଥିଲା । ଏମିତିରେତ ଗୀତାର ବାପା ପାୟ କାମରେ ପାକିସ୍ତାନ ଯାଉଥିଲେ କିନ୍ତୁ ଥରେ ସେ ନିଜ ପରିବାର ସହିତ ଯାଇଥିଲେ । ତେବେ ସେମାନେ କରାଚୀ ଷ୍ଟେସନରୁ କୌଣସି ଗାଁ କୁ ଯାଉଥିଲେ ଏବଂ ସେଦିନ ପାଗ ମଧ୍ୟ ବେଶ ଖରାପ ଥିଲା । ଯେଉଁ କାରଣରୁ ଷ୍ଟେସନ ଖୁବ ଖସଡ଼ା ହୋଇ ଯାଇଥିଲା ।

ଗୀତା ନିଜ ବାପା ମାଙ୍କ ସହିତ ଟ୍ରେନ ଟ୍ରାକ ଥିବା ପାର୍ଶ୍ୱରେ ଚାଲୁଥିଲା । କିନ୍ତୁ ହଠାତ ଗୀତାର ପାଦ ଖସିଯିବାରୁ ସେ ଟ୍ରାକରେ ପଡ଼ିଗଲା । ଏତିକି ସମୟରେ ରେଳ ବିଭାଗ ଦ୍ଵାରା ଏକ ସୁପରଫାଷ୍ଟ ଟ୍ରେନ ଆସିବାର ଘୋଷଣା ହେଲା । କିଛି ଦୂରରେ ଟ୍ରେନ ଆସୁଥିବାର ମଧ୍ୟ ଦେଖାଗଲା । ତେଣୁ ଗୀତାଟ ପିତା ଭୟଭୀତ ହୋଇଯାଇ ସଙ୍ଗେ ସଙ୍ଗେ ଗୀତାକୁ ବଞ୍ଚାଇବାକୁ ଟ୍ରାକକୁ ଡେଇଁ ପଡ଼ିଲେ । ସେହି ସମୟରେ ଏକ ଇଚ୍ଛାଧାରୀ ନାଗୁଣୀ ସେଠାକୁ ଆସିଲା ଏବଂ ଚାହୁଁ ଚାହୁଁ ନିମିଷକେ ଜଣେ ମହିଳା ରୂପ ଧାରଣ କଲା ।

 

ମହିଳା ଜଣକ ସଙ୍ଗେ ସଙ୍ଗେ ଗୀତାକୁ ଉଦ୍ଧାର କରି ଷ୍ଟେସନ ପ୍ଲାଟଫର୍ମକୁ ନେଇ ଆସିଲା । ତେବେ ସେହି ସମୟରେ ଇଚ୍ଛାଧାରୀ ନାଗୁଣୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଲା । ଗୀତାର ମାତା ପିତା ମଧ୍ୟ ତାଙ୍କ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲେ । ଏତିକିରେ ନାଗୁଣୀ ନିଜକୁ ଧନ୍ୟବାଦ ଦେବାକୁ ମନା କରି , ସବୁକିଛି ଗୀତାର କର୍ମଫଳ ବୋଲି କହିଥିଲା । ଗୀତା ବାସ୍ତବରେ ହିଁ ନାଗର ଖୁବ ସେବା କରୁଥିଲା । ତେଣୁ ଗୀତାକୁ ବଞ୍ଚାଇବା ନାଗୁଣୀର କର୍ତ୍ତବ୍ୟ ବୋଲି କହିଥିଲା । ତେଣୁ ଲୋକଙ୍କ ଭିଡ଼ ଯେହେତୁ ଅଧିକ ବଢ଼ୁଥିଲା ତେଣୁ ନାଗୁଣୀ ସଙ୍ଗେ ସଙ୍ଗେ ନିଜର ନାଗୁଣୀ ରୂପ ଧାରଣ କରି ସେଠାରୁ ଚାଲିଗଲା । ସାପ ଧରାଳି ସେଠାରେ ପହଞ୍ଚିବା ପୂର୍ବରୁ ହିଁ ନାଗୁଣୀ ଗାଏବ ହୋଇ ଯାଇଥିଲା ଏବଂ କାହାକୁ ବି ନାଗୁଣୀ ବିଷୟରେ ଜଣା ନଥିଲା ।

Leave a Reply

Your email address will not be published. Required fields are marked *