ପୋଖରୀରେ ବାସନ ମାଜିବା ସମୟରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ଏପରି ଘଟଣା କେବେ ଘଟିବ ବୋଲି କେହି ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିଲେ । କିନ୍ତୁ ଶେଷରେ ସେହା ହିଁ ହେଲା । ଯାହା କେବେ କେହି କଳ୍ପନା କରି ନଥିଲେ , ତାହା ସତ ହୋଇଗଲା । ଗାଆଁରେ ସବୁକିଛି ଠିକ୍ ଠାକ୍ ଥିଲା । ସବୁଦିନ ଭଳି ସମସ୍ତେ ଗାଆଁର କେନାଲକୁ ବାସନ ମାଜିବା ପାଇଁ ଆଉ ଗାଧୋଇବା ପାଇଁ ଯାଇଥାନ୍ତି , କିନ୍ତୁ ଆଜି ସେହି କେନାଲ ରେ ଏପରି ଏକ ଘଟଣା ଘଟିଯିବ ବୋଲି କେହି ଚିନ୍ତା କରି ନଥିଲେ । ତେବେ କୁହାଯାଏ ନା , ଯାହା ଭାବି ନଥାଉ ତାହା ହିଁ ହୋଇଥାଏ ।

ତେବେ ଶେଷରେ ତାହା ହିଁ ହେଲା । ଜଣେ ନିରୀହ ମହିଳାଙ୍କ ଜୀବନ ଅକାରଣରେ ଚାଲିଗଲା । ଏକ ରାକ୍ଷସ ଆସି ନେଇଗଲା ମହିଳାଙ୍କ ଜୀବନ । ଆଉ ସେହି ରାକ୍ଷସଟି ହେଉଛି କୁମ୍ଭୀର । ଆଖି ଆଗରେ ଚାଲିଗଲା ମହିଳାଙ୍କ ଜୀବନ । ମହିଳା ଜଣକ ଗାଆଁରେ ରହିଥିବା ଏକ କେନାଲକୁ ବାସନ ମାଜିବା ପାଇଁ ଯାଇଥିବା ସମୟରେ ଏପରି ଅଘଟଣ ଘଟି ଯାଇଥିଲା , ଆଉ ତାଙ୍କୁ କେହି ବଞ୍ଚାଇ ପାରି ନଥିଲେ । କାହିଁକି ନା ଘଟଣା ସ୍ଥଳରେ କେହି ବି ଉପସ୍ଥିତ ନଥିଲେ ।

ଆଉ ଯେତେବେଳେ ବିଳମ୍ବ ହେବା କାରଣରୁ ମହିଳା ଜଣକ ଘରକୁ ଫେରି ନଥିଲେ , ସେତେବେଳେ ସନ୍ଦେହ କରି ମହିଳାଙ୍କୁ ତାଙ୍କ ଘର ଲୋକ ଖୋଜିବା ପାଇଁ ଯାଇଥିଲେ । ଆଉ କେନାଲ ଘାଟରେ ଯେତେବେଳେ ବାସନ ପଡ଼ିଥିବା ଦେଖିଥିଲେ ଆଉ ମହିଳା ଜଣକ ସେଠାରେ ନଥିବା ଦେଖିଥିଲେ , ତାଙ୍କର ସନ୍ଦେହ ହୋଇଥିଲା । ତେବେ ଏପରି ଏକ ଘଟଣା ଘଟି ଯାଇଛି ରାଜନଗର ଥାନା ଚାନ୍ଦୀଆମୂଳ ଅଞ୍ଚଳର ହାତିବାଉଁଶଡିହା ଗାଆଁରେ । ଆଜି ଗାଆଁର କାହା ପେଟକୁ ଦାନା ମୁଠାଏ ଯାଉ ନାହିଁ । କାହିଁକି ନା ଏପରି ଅଘଟଣ ବିଷୟରେ ସେମାନେ କେବେ ଭାବି ନଥିଲେ ।

ତେବେ ବର୍ତ୍ତମାନ ସମୟରେ ଏନଡିଆରଏଫ ଦଳ ଆସି ପାଣି ଭିତରେ ମହିଳାଙ୍କୁ ଖୋଜା ଖୋଜି କାମ ଜାରି ରଖିଛନ୍ତି । କୁଆଡେ ଗଲେ ମହିଳା ଜଣକ , ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତେବେ ଅନ୍ୟ ପକ୍ଷରେ ପୁରା ଗାଆଁରେ ଦୁଃଖର ଲହରୀ ଖେଳି ଯାଇଛି । ହଠାତ୍ ଦୁଃଖର କଳା ବାଦଲ ତାଙ୍କ ଗାଁ ଉପରକୁ ମାଡି ଆସିବ ବୋଲି ସେମାନେ କେବେ ଜାଣି ନଥିଲେ । ଆଉ ବର୍ତ୍ତମାନ ସେଥିପାଇଁ ସେମାନେ ପୁରାପୁରି ଭାଙ୍ଗି ପଡିଛନ୍ତି । ତେବେ ଦେଖାଯାଉ ମହିଳା ଜଣଙ୍କୁ ଏନଡିଆରଏଫ ଦଳ ପାଉଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *