ପବିତ୍ର ରଥ ଯାତରେ ମାଙ୍କ ଆଖି ତାଡି ନେଲେ ଅଳ୍ପ ଦିନରେ ମାରିବେ….

ଗତକାଲି ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ସବୁଠି ପବିତ୍ର ରଥଯାତ୍ରା ପାଳିତ ହେଉଥିଲା । ଲୋକେ ନିଜ ନିଜ କାମରେ ବ୍ୟସ୍ତ ଏବଂ ଏପଟେ ମହାପ୍ରଭୁ ଜଗନ୍ନାଥ ନିଜ ମାଉସୀ ଘରକୁ ଯିବାକୁ ପ୍ରସ୍ତୁତ ହେଉଥାନ୍ତି । ଏଭଳି ସମୟରେ କିଛି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭାବିବାକୁ ଲାଗିବେ ଯେ ମଣିଷ ଟଙ୍କା ପାଇଁ କେତେ ତଳକୁ ଖସି ଯାଇପାରେ । ପୁଣି ଏଭଳି ଏକ ଘଟଣା ପରେ କିଛି ଲୋକ କହୁଛନ୍ତି ଯେ ବର୍ତ୍ତମାନ ସମୟରେ ମନୁଷ୍ୟର ଅକାଳ ମୃତ୍ୟୁର କାରଣ ହେଉଛି ଏହିସବୁ କାଣ୍ଡ ।

କେଉଁଠି କିଏ ଅମାନୁଷିକ ଭାବରେ କାହାର ହତ୍ୟା କଲାଣି ତ କିଏ କେଉଁଠି ଚୋରି କଲାଣି । ଆଉ ବର୍ତ୍ତମାନ ସମୟରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ବାସ୍ତବରେ ନିନ୍ଦନୀୟ ଅଟେ । କହୁରଖିବୁ ଯେ ଗତକାଲି ରାଜଧାନୀର ସୁନାଦେଇ ମନ୍ଦିରରେ ଲୁଟ ହୋଇଛି । ପ୍ରାୟ ଭୋର ସମୟରେ ଏଭଳି ଚୋରି ହୋଇଥିବା ଅନୁମାନ କରାଯାଉଛି । ଆଖପାଖ ଲୋକେ କହିଛନ୍ତି ଯେ ସେମାନଙ୍କୁ ଏହି ଘଟଣା ବିଷୟରେ ସକାଳ ୫ ରେ ଜଣା ପଡ଼ିଥିଲା । ଯାହାପରେ ସେମାନେ ଶହୀଦ ନଗରରେ ଏକ ରିପୋର୍ଟ ଲେଖାଇ ଥିଲେ ।

ସେଠାକାର ବିଧାୟକଙ୍କ ସହାୟତାରେ ରିପୋର୍ଟ ଲେଖାଇବା ପରେ ଥାନା ଅଧିକାରୀ ଆସି ତଦନ୍ତ ଜାରି ରଖିଥିବା କହିଛନ୍ତି ଲୋକେ । ତେବେ ସେଠାକାର ସ୍ଥାନୀୟ ଲୋକେ କହିଛନ୍ତି ଯେ ମାତାଙ୍କର ସବୁ ଜିନିଷ ଚୋରି ହୋଇ ଯାଇଛି । ତାହା ମଧ୍ୟରୁ ସୁନାର କିଛି ଅଳଙ୍କାର , ରୂପା ମୁକୁଟ ଏବଂ ପୂଜାରେ ବ୍ୟବହୃତ ହେଉଥିବା ସବୁ ଜିନିଷ ଚୋରି ହୋଇ ଯାଇଛି ।

ଆଉ ଏବେ ଭକ୍ତ ମାନେ ମନ୍ଦିରରେ ମା’ଙ୍କୁ ଏଭଳି ପରିସ୍ଥିତିରେ ଦେଖି ଖୁବ ଦୁଃଖିତ ହେଉଛନ୍ତି । ବାସ୍ତବରେ ଏଭଳି କାମ କରଥିବା ବ୍ୟକ୍ତି କ୍ଷମାର ମଧ୍ୟ ଯୋଗ୍ୟ ନୁହେଁ । ବର୍ତ୍ତମାନ କିଛି ଆଖପାଖ ଲୋକେ କହୁଛନ୍ତି ଯେ ଏଭଳି କାମ ଯେ ବି କରିଥିବ ତାକୁ ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ହେବ ବୋଲି ସେମାନଙ୍କ ବିଶ୍ୱାସ ।

Leave a Reply

Your email address will not be published. Required fields are marked *