ରଥଯାତ୍ରା ପରେ ପୁରୁଣା ରଥକୁ କଣ କରାଯାଏ ଏବଂ କେଉଁଠି ରଖାଯାଏ ।

ଅନେକ ବର୍ଷ କାଳରୁ ହିଁ ଓଡ଼ିଶାର ସବୁଠାରୁ ପର୍ବ ଏବଂ ବିଶ୍ୱର ସବୁଠାରୁ ବଡ଼ କାର ଫେଷ୍ଟିବଲ କୁହାଯାଉଥିବା ରଥଯାତ୍ରା ପାଳିତ ହୋଇ ଆସୁଛି । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ରଥଯାତ୍ରା ପରେ ସେହି ରଥକୁ କଣ କରାଯାଏ ? କହିରଖିବୁ ଯେ ପ୍ରତି ବର୍ଷ ନୂଆ କରି ରଥ ତିଆରି ହୋଇଥାଏ , ତେଣୁ ରଥଯାତ୍ରା ପରେ ସେହି ପୁରୁଣା ରଥକୁ କଣ କରାଯାଏ ତାହା ହୁଏତ ଆପଣ ଜାଣି ନଥିବେ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ଯାହାକି ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପ୍ରତିବର୍ଷ ପୁରୀରେ ପାଳିତ ହୋଇଥାଏ । ରତ୍ନବେଦୀରୁ ଜନ୍ମବେଦୀକୁ ନବ ଦ୍ଵିରାତ୍ମକ ଭାଇ ଭଉଣୀଙ୍କୁ ନେଇ ଶ୍ରୀଜଗନ୍ନାଥ ବାହାରି ଯାଆନ୍ତି । ଆଉ ସେଥିରେ ସାମିଲ ହେବାକୁ ଦେଶ ବିଦେଶରୁ ଭକ୍ତ ଗଣ ପୁରୀ ଆସନ୍ତି ।

ରଥଯାତ୍ରାରେ ତିନି ଠାକୁର ବିଧି ପୂର୍ବକ ରଥରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ମାତ୍ର ୯ ଦିନ ପରେ ରଥରେ ପୁଣି ବିରାଜିତ ହୋଇ ଶ୍ରୀକ୍ଷେତ୍ରକୁ ଫେରି ଆସନ୍ତି ତିନି ଠାକୁର । ତେବେ ଫେରିବା ପରେ ତିନୋଟି ରଥକୁ କଣ କରାଯାଏ ଏବଂ କେଉଁଠି ରଖାଯାଏ ତାହା ଆଜି ଆମେ ଆପଣଙ୍କୁ କହିବୁ । ବୈଶାଖ ଶୁକ୍ଳ ତୃତୀୟା ଏବଂ ଅକ୍ଷୟ ତୃତୀୟାରୁ ରଥାନୁକୂଳ ହୋଇ ଶ୍ରୀଜଗନ୍ନାଥଙ୍କ ପାଇଁ ନନ୍ଦିଘୋଷ , ବଳଭଦ୍ରଙ୍କ ପାଇଁ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ପାଇଁ ଦେବା ଦୋଳନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ପ୍ରାୟ ଦୁଇମାସର ଅ-କ୍ଲାନ୍ତ ପରିଶ୍ରମ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଶ୍ରୀଗୁଣ୍ଡିଚା ହେଉଛନ୍ତି ଶ୍ରୀମନ୍ଦିର ନିର୍ମାଣ କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପତ୍ନୀ ।

ଶ୍ରୀଜଗନ୍ନାଥ ରାଣୀ ଶ୍ରୀଗୁଣ୍ଡିଚାଙ୍କୁ ବର ସ୍ୱରୂପ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ନାମକ ବର ଦେଇଥିଲେ ଯେତେବେଳେ ଶ୍ରୀଜଗନ୍ନାଥ ନିଜର ଅନ୍ୟ ଦୁଇ ଭାଇ ଭଉଣୀଙ୍କ ସହିତ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ନଅ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବା ପରେ ଦଶମ ଦିନ ଶ୍ରୀମନ୍ଦିରକୁ ଫେରି ଆସନ୍ତି ଏବଂ ତାପରେ ନୀଳାଦ୍ରି ବିଜେ କରାଯାଏ । ତାପରେ ତିନି ଠାକୁର ରତ୍ନ ସିଂହାସନକୁ ଯାଇ ଥାଆନ୍ତି । ଏହାପରେ ଶ୍ରାବଣ ମାସ ଆରମ୍ଭରେ ତିନୋଟି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥାଏ । ପ୍ରଥମେ ସୁଭଦ୍ରା , ତାପରେ ବଳଭଦ୍ର ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କର ରଥ ଭଙ୍ଗା ଯାଇଥାଏ । ରଥ ଭଙ୍ଗା କାର୍ଯ୍ୟ ପାଖାପାଖି ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ । କେବଳ ଭୂଇଁ ସେବକ ମାନେ ହିଁ ଏହି କାର୍ଯ୍ୟ ସମ୍ପାଦନ କରିଥାନ୍ତି ।

ତିଆରି ଅନୁଯାୟୀ ତଳ ଚକ ଠାରୁ ଦଧିନଉତି ପର୍ଯ୍ୟନ୍ତ ନିର୍ମାଣ ହେବା ଭଳି ଭଙ୍ଗା କାର୍ଯ୍ୟ ଦଧିନଉତି ଠାରୁ ଚକ ପର୍ଯ୍ୟନ୍ତ କରାଯାଇ ଥାଏ । କ୍ରମନ୍ଵୟରେ ରଥର ୩୪ ଟି ଜିନିଷକୁ ଭଙ୍ଗା ଯାଇଥାଏ । ସେସବୁକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଭକ୍ତଙ୍କ ମଧ୍ୟରେ ନିଲାମ କରାଯାଇଥାଏ ଯାହାଦ୍ୱାରା ଭକ୍ତ ମାନେ ମଧ୍ୟ ତାହାକୁ ନେବାର ସୁଯୋଗ ପାଇବେ । ଏହା ଶ୍ରୀମନ୍ଦିର ପ୍ରଶାସନର ତତ୍ୱବଧାନରେ ହୋଇଥାଏ । ଅନ୍ୟ କାଠକୁ ନେଇ ଶ୍ରୀମନ୍ଦିର ରୋଷେଇ ଶାଳରେ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ରଥର ଅନ୍ୟ ଅଂଶ ଗୁଡ଼ିକୁ ଜଗନ୍ନାଥ ବଲ୍ଲଭ ମଠରେ ରଖା ଯାଇଥାଏ । ରଥର ଶୁଆ ଏବଂ ସାରଥୀଙ୍କୁ ନବକଳେବର ସମୟରେ ତିନି ଠାକୁରଙ୍କ ସହିତ ସମାଧି ଦିଆଯାଏ । ଏହି କାମ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରେନର ବ୍ୟବସ୍ଥା ମଧ୍ୟ କରାଯାଏ । ଏହିଭଳି ଭାବରେ ରଥ ଭଙ୍ଗା କାର୍ଯ୍ୟ ସମ୍ପାଦନ କରାଯାଏ ।

Leave a Reply

Your email address will not be published. Required fields are marked *