ପାଠ ପଢ଼ିବାକୁ ଝିଅକୁ ଭୁବନେଶ୍ୱର ଛାଡିବା ସବୁଠାରୁ ବଡ ଭୁଲ ହୋଇଗଲା…

ବାପା ମାଆ କେତେ ଆଶା ନେଇ ଝିଅକୁ ଗାଆଁରୁ ବଡ ସହରକୁ ପାଠ ପଢ଼ିବା ପାଇଁ ପଠାଇ ଥିଲେ । ମନରେ କେତେ ଇଚ୍ଛା ଆଉ ଆଶା ରହିଥିଲା କି , ଝିଅ ପାଠ ପଢିବ ଆଉ ବଡ ମଣିଷଟିଏ ହେବ । ଆମର ଯେତିକି ଦୁଃଖ ଆଉ ଅସୁବିଧା ଅଛି ତାହାକୁ ସବୁ ଦୂର କରିବ । କିନ୍ତୁ ବାପା ମାଆଙ୍କର ସେହି ଆଶା ଆଶାରେ ହିଁ ରହିଗଲା । ଝିଅ ବଡ ମଣିଷ ହେବା ଆଗରୁ ଚାଲିଗଲା ତାର ଜୀବନ । ଆଉ ଶେଷରେ ଶବ ହୋଇ ଘରକୁ ଫେରିଲା ଝିଅ । ବାପା ମାଆଙ୍କ ଆଖିରୁ ଏବେ ଶୁଖୁ ନାହିଁ ଲୁହ । କିଏ ତାଙ୍କ ଝିଅକୁ ଫେରାଇ ଦେବ ।

ଆଉ କିଏ ତାଙ୍କୁ ମାଆ ବାପା ବୋଲି ଡାକିବ ଆଉ ତାଙ୍କ ଆଗରେ ଅଳି ଅଝଟ କରିବ । ତେବେ ହଁ ଆଜ୍ଞା ଆମେ କହୁଛୁ , କେଇଟା ଦିନ ଆଗରୁ ଭୁବନେଶ୍ୱରରେ ଘଟି ଯାଇଥିବା ଏକ ହତ୍ୟାକାଣ୍ଡ ବିଷୟରେ । ତେବେ ସ୍ପଷ୍ଟ ଭାବରେ ଏହାକୁ ହତ୍ୟା କି ଆତ୍ମହତ୍ୟା ବୋଲି କୁହା ନ ଯାଇପାରେ । କିନ୍ତୁ ତଥାପି ଯେତେ ଦୂର ସନ୍ଦେହ କରାଯାଉଛି ହୋଟେଲ ରୁମ୍ ମଧ୍ୟରେ ଝିଅଟିକୁ ହତ୍ୟା କରାଯାଇଛି । ତେବେ ହୋଟେଲ ରୁମ୍ ମଧ୍ୟରେ ଝିଅର ମୃତ ଦେହ ଉଦ୍ଧାର କରି ବାପା ମାଆଙ୍କୁ ଜଣାଇ ଦିଆ ଯାଇଥିଲା ।

ସୂଚନା ଅନୁଯାୟୀ , ଶୁଭଲକ୍ଷ୍ମି ସାହୁ ନାମକ ଜଣେ ଯୁବତୀ ରମାଦେବୀ କଲେଜରେ ପାଠ ପଢୁଥିଲେ । ବାପାଙ୍କୁ କହି ଆସିଥିଲେ କି , ସବୁ ସପ୍ତାହର ଶେଷ ଦିନରେ ସେ ଘରକୁ ଯିବେ । ଆଉ ଏଥର ମଧ୍ୟ ଘରୁ ଆସିବା ବେଳେ ସେ ବାପାଙ୍କୁ କହିଥିଲେ କି , ଏଥର ମଧ୍ୟ ଆସିବେ । କିନ୍ତୁ ଦୁଇ ଦିନ ପରେ କଟକ ଲକ୍ଷ୍ମିସାଗର ଅଞ୍ଚଳରେ ରହିଥିବା ଦିପାଲି ହୋଟେଲ ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ହୋଟେଲ କର୍ତୃପକ୍ଷ ପ୍ରଥମେ ପୋଲିସକୁ ଜଣାଇଥିଲେ ଆଉ ତାପରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ।

ଆଉ ମୃତଦେହ ଉଦ୍ଧାର କରି ବ୍ୟବଛେଦ କରିବା ପାଇଁ ପଠାଇ ଦେବା ସହିତ ଝିଅର ବାପା ମାଆଙ୍କୁ ଫୋନ୍ କରି ଡାକିଥିଲା । ତେବେ ବର୍ତ୍ତମାନ ପରିବାର ଲୋକ ଏତେ ବଡ ଝିଅକୁ ହରାଇ ପୁରାପୁରି ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଏହା ମଧ୍ୟରେ କଥା ଉଠୁଛି କି , ଶୁଭଲକ୍ଷ୍ମି ସେହି ହୋଟେଲ ମଧ୍ୟକୁ କିପରି ଆଉ କାହା ସହିତ ଯାଇଥିଲେ । ଆଉ ଏହା ବିଷୟରେ ନିଶ୍ଚିତ ଭାବରେ ତଦନ୍ତ କରାଯିବ । ଆଉ ଦୋଷୀଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *