ବାବା କହୁଛି ତୁ ଗୋଟେ ମୋବାଇଲ ଆଣେ ମୁଁ ରାତି ୧୨ଟା ପରେ ତତେ କଲ କରିବି….

ମନ୍ଦିରର ବ୍ରାହ୍ମଣ ବି ବର୍ତ୍ତମାନ ସମୟରେ ଯେଉଁ ଭଳି ଅଶ୍ଳୀଳ କାର୍ଯ୍ୟ କରୁଛନ୍ତି ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ଭଳି ଏକ ଘଟଣା ବିଷୟରେ କହିବୁ , ତାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ କୌଣସି ମନ୍ଦିରର ପୂଜାରୀଙ୍କୁ ଭଲ ଦୃଷ୍ଟିରେ ଦେଖିବେ ନାହିଁ ।

ଜଣେ ମହିଳା ବର୍ତ୍ତମାନ ସମୟରେ ଥାନାରେ ଅଭିଯୋଗ ଆଣିଛନ୍ତି ଯେ ସେ ରହୁଥିବା ଅଞ୍ଚଳରେ ଜଣେ ପୂଜାରୀ ଅର୍ଥାତ ଜଣେ ବାବା ତାଙ୍କୁ କୁଆଡ଼େ ବାରମ୍ବାର ହଇରାଣ କରୁଛନ୍ତି ଏବଂ ଯାହାକୁ ସେ ଦୀର୍ଘ ଦିନ ସହ୍ୟ କରିବା ପରେ ବର୍ତ୍ତମାନ ପୋଲିସର ଆଶ୍ରୟ ନେଇଛନ୍ତି । ମହିଳାଙ୍କ କହିବା ଅନୁଯାୟୀ ଗତ ୬ ମାସ ହେବ ସେ ଏହି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ।

ତାଙ୍କ ଅଞ୍ଚଳର ଏକ ମନ୍ଦିରର ପୂଜାରୀ ତାଙ୍କୁ ଆଖିରେ ଖରାପ ଇସାରା କରିବା ସହିତ ତାଙ୍କୁ ତାଙ୍କ ମୋବାଇଲ ନମ୍ବର ବାରମ୍ବାର ମାଗୁଥିବା କହିଛନ୍ତି ମହିଳା । ମହିଳା ଜଣକ ବିବାହିତା ଏବଂ ତାଙ୍କ ସ୍ୱାମୀ ତାଙ୍କ ପାଖରେ ନାହାଁନ୍ତି । ତେଣୁ ଏଭଳି ଏକ ପରିସ୍ଥିତି ଉପୁଜିବା ପରେ ସେ ଭାବିଥିଲେ ଯେ ଏହି ମାମଲାକୁ କାହାକୁ ଜଣାଇବେ ନାହିଁ ବୋଲି । ମାତ୍ର ସେହି ପୂଜାରୀର ଏଭଳି କୁତ୍ସିତ କାରନାମା କମି ନଥିଲା ବରଂ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ।

ମହିଳା ସେହି ବାଟ ଦେଇ ଗଲେ ମହିଳାଙ୍କ ପିଛା କରିବା ସହିତ କହୁଥିଲା ରାତି ୧୨ ପରେ ତା ପାଖକୁ ଆସିବାକୁ । ପୁଣି ମୋବାଇଲ ନମ୍ବର ମାଗି କହୁଥିଲା ଯେ ରାତିରେ ସମସ୍ତେ ଶୋଇଯିବା ପରେ କୁଆଡ଼େ ସେ ମହିଳାଙ୍କୁ କଲ କରିବ । କିନ୍ତୁ ମହିଳା ସେସବୁକୁ ଦୃଷ୍ଟି ଦେଉ ନଥିଲେ ।

କିନ୍ତୁ ଏଇ କିଛିଦିନ ହେବ ମହିଳା ଜଣକ ମୋବାଇଲ ଧରିଥିବା ଦେଖି ଠକ ବାବା ଜଣକ ତାଙ୍କ ପାଖକୁ ଆସି ମୋବାଇଲ ନମ୍ବର ମାଗିଥିଲେ ଏବଂ ତାଙ୍କ ଉପରେ ଖରାପ ନଜର ପକାଇ ଥିଲେ । ଯାହାକୁ ମହିଳା ଆଦୋୖ ସହ୍ୟ କରି ପାରି ନଥିଲେ । ପୁଅ ପାଇଁ ଖାଇବା ଆଣିବା ପାଇଁ ମନ୍ଦିର ବାଟ ତାଙ୍କର ନିତିଦିନିଆ ବାଟ । ତେଣୁ ସେ ବାଧ୍ୟ ହୋଇ ଥାନାରେ ସେହି ପୂଜାରୀ ନାମରେ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ମହିଳା ଏହି ପୂଜାରୀର କୁଦୃଷ୍ଟିର ଶିକାର ଯେ କେବଳ ମହିଳା ହୋଇଛନ୍ତି ତାହା ନୁହେଁ ସେହି ଅଞ୍ଚଳର ଏକାଧିକ ମହିଳା ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ସାରିଛନ୍ତି । ମାତ୍ର ଲୋକ ଲଜ୍ଜ୍ୟା ଭୟରେ କେହିବି ତା ନାମରେ ଅଭିଯୋଗ ଆଣି ନାହାଁନ୍ତି ।

ତେବେ ମହିଳାଙ୍କୁ ସେହି ପୂଜାରୀ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ମଧ୍ୟ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଏଭଳି ବର୍ବର ମଣିଷ ବିରୋଧରେ ଆଇନ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *