ଶାଢୀ ଟେକି ଡେଉଁରିଆ ପିନ୍ଧେଇବାକୁ କହି….

ବୁଢ଼ା କାଳେ ରାସ ଲୀଳା କରିବାକୁ ମନ ଉଚ୍ଛନ୍ନ ହେଉଛି । ଏକ ତ ନିଜକୁ ଜଣେ ବୟସ୍କ ବ୍ରାହ୍ମଣ କହି ମନ୍ଦିରରେ ପୁଜା କରୁଛନ୍ତି । ଭଗବାନଙ୍କ ପାଖରେ ପୁଣ୍ୟର ସ୍ଥାନରେ କରୁଛନ୍ତି ପାପର କାର୍ଯ୍ୟ । ହଁ ଆଜ୍ଞା ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ କହିବେ ବିଶ୍ୱାସ କରିବି ତ କରିବି କାହାକୁ କରିବି । କାରଣ ମନ୍ଦିରକୁ ଭକ୍ତ ଯାଆନ୍ତି ପୂଜା ଅର୍ଚ୍ଚନା କରିବା ପାଇଁ । ହେଲେ କିନ୍ତୁ ଦୁଃଖର କଥା ସେଠାରେ ପୂଜା କରୁଥିବା ପୂଜକଙ୍କ ଯେ ଏତେ ଆଳୁ ଦୋଷ ଅଛି ସେ କଥା ଭକ୍ତ ଜାଣି ନଥିଲେ । ଯାହା ଫଳରେ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଘଟଣା । ଆଉ ହଁ ପୁରା ଘଟଣା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ଦେବେ ।

ମନ୍ଦିରର ପୂଜକ ପ୍ରଥମେ ମହିଳାଙ୍କ ମନ ପଢୁଛନ୍ତି । ମନ୍ଦିରରେ ଭକ୍ତ ଟିଏ ଭଗବାନଙ୍କୁ ଦୁଃଖ ଜଣାଇବା ସମୟରେ ପୂଜକ ବ୍ରାହ୍ମଣ ଜଣଙ୍କ ମହିଳା ମାନଙ୍କ ମନ ପରଖି ପ୍ରଶ୍ନ କରୁଛନ୍ତି ମାରେ କଣ ତୋର ମନ ଦୁଃଖ ଅଛି କି । ଆଉ ଯେତେବେଳେ ମହିଳା ଟିଏ ସରଳ ମନରେ ପୂଜକଙ୍କୁ ନିଜ କଥା ଜଣେଇ ଦେଉଛନ୍ତି ବାସ ତା ପରେ ମହିଳାଙ୍କ ସରଳତାର ସୁଯୋଗ ନେଇ ପୂଜକ ଜଣଙ୍କ ଭିଆଇ ଚାଲୁଚନ୍ତି ଏଭଳି ସାଙ୍ଘାତିକ କାଣ୍ଡ । ଦୁଃଖ ଦୂର କରିବାର କଥା କହୁଛନ୍ତି ଆଉ ତା ପରେ ପ୍ରତିକାର ପାଇଁ ଡେଉଁରିଆଁ ବାନ୍ଧିବାକୁ ବି ଦେଉଛନ୍ତି ।

ଏଭଳି ଏକ ସାଙ୍ଘାତିକ ଅଘଟଣ ଜଣେ ମହିଳାଙ୍କ ସହ ଘଟିଛି । ନିଜ ପରିବାରକୁ ନେଇ ଦୁଃଖରେ ଥିବା ମହିଳା ଜଣଙ୍କ ମନ୍ଦିରକୁ ଯାଇଥିଲେ । ଭଗବାନଙ୍କୁ ଦୁଃଖ ଜଣାଇବା ବେଳେ ପୂଜକ ଜଣଙ୍କ ଆସି ତାଙ୍କ ସାଥିରେ କଥା ହୋଇଥିଲେ । ଆଉ ଏହା ପରେ ଡେଉଁରିଆ ବାନ୍ଧିଲେ ଦୁଃଖ ଦୂର ହୋଇଯିବ ବୋଲି କହିଥିଲେ । ଆଉ ଏହା ଶୁଣିବା ପରେ ମହିଳା ଜଣଙ୍କ ପୂଜକଙ୍କୁ ବିଶ୍ୱାସ କରିଥିଲେ । ହେଲେ ପୂଜକ ଜଣଙ୍କ ଡେଉଁରିଆ ବାନ୍ଧିବାକୁ ଆସି ମହିଳାଙ୍କ ଶାଢ଼ୀ ଟାଣି ବ୍ଲାଉଜକୁ ଖସାଇ ଦେଇଥିଲେ । ଏହା ମହିଳାଙ୍କୁ ଠିକ୍ ନ ଲାଗିବାରୁ ।

ମହିଳା ଜଣଙ୍କ ସ୍ଥାନୀୟ ଲୋକ ମାନଙ୍କୁ କହିଥିଲେ । ହେଲେ ସ୍ଥାନୀୟ ଲୋକେ କହିଥିଲେ କି ଏହି ମନ୍ଦିରର ପୂଜକ ଜଣଙ୍କ ମହା ରସିକିଆ। ଏହା ପରେ ଏହି ଘଟଣା ପବନ ବେଗରେ ପ୍ରଚାରିତ ହୋଇଥିଲା । ମହିଳା ଜଣଙ୍କ ଶେଷରେ କହିଥିଲେ ଯଦି ଗୋଟେ ନାରୀ ମନ୍ଦିରରେ ସୁରକ୍ଷିତ ନୁହେଁ ତାହାଲେ ସେ କାହାକୁ ବିଶ୍ୱାସ କରିବ । ସେ କାହାକୁ ନିଜର ଦୁଃଖ ଜଣାଇବ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ପୂଜକଙ୍କ ଏହି କାର୍ଯ୍ୟ ପାଇଁ ଲୋକେ ମନ୍ଦିର ଆସିବାକୁ ଭୟ କରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *