ପପୁ ପମ ପମଙ୍କୁ ପଥର ମାରିଥିଲା ଏବେ ପଥରେ ମୁଣ୍ଡ ଛେଚି ପକେଇଲେ…

କାଲି ପଥର ମାରି ଆତଙ୍କ ଖେଳାଇ ଥିଲା ଆଜି ତଣ୍ଟି କାଟି ଚର୍ଚ୍ଚାରେ । ଓଡ଼ିଆ ସିନେମା ଜଗତର କମେଡି କିଙ୍ଗ ପପୁ ପମ ପମଙ୍କୁ ନିକଟରେ ଏକ ମଞ୍ଚ ଉପରେ ପଥର ମାଡ଼ ହୋଇଥିବା ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ସେହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚର୍ଚ୍ଚା ଏଇଥି ପାଇଁ ହେଉଛି କି କାଲି ପଥର ମାରିଥିଲା ଆଉ ଆଜି ତଣ୍ଟି କାଟିଦେଲା ।

ସତ କହିବା ପଡିଲା ମହଙ୍ଗା । ସତ କହିଲେ ବୋଲି ପପୁଙ୍କ ଉପରକୁ ପଥର ମାଡ଼ କରିଥିବା ବ୍ୟକ୍ତି ତଣ୍ଟି ମଧ୍ୟ କାଟି ପକାଇଛି । କାଲି ମଞ୍ଚ ଉପରେ ଜଣା ଶୁଣା ଅଭିନେତା ପପୁ ପମ ପମଙ୍କ ଲୁଚି ଲୁଚି ଯେଉଁ ବ୍ୟକ୍ତି ପଥର ମାରୁଥିଲା ସେ ଆଜି ତଣ୍ଟି କାଟି ଦେଇଛି । ଆଉ ଏହି ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାରେ ଅଛି । ଆଉ ଏହି ଘଟଣାକୁ ନେଇ ସମସ୍ତେ ଚକିତ ହେଉଛନ୍ତି । କାରଣ ସତ କହିବାରୁ ସେ ବ୍ୟକ୍ତି ଜଣଙ୍କ ଭିଆଇଛି ଏଭଳି ସାଙ୍ଘାତିକ କାଣ୍ଡ ।

ବର୍ତ୍ତମାନ ଲୋକେ କହୁଛନ୍ତି ମାନିବାକୁ ପଡିବ ସେହି ବ୍ୟକ୍ତିର ସାହାସକୁ ଯିଏ ହଜାର ହଜାର ଲୋକଙ୍କ ଭିଡରେ । ଯିଏ ହଜାର ହଜାର ଲୋକଙ୍କ ଉପସ୍ଥିତରେ । ପପୁ ପମ ପମଙ୍କ ଉପରକୁ ପଥର ମାରି ପାରିଲା । ବନ୍ଧୁଗଣ ଆପଣ ମାନେ ନିହାତି ଜାଣିଥିବେ ଗଞ୍ଜାମ ଜିଲ୍ଲାକୁ ଅତିଥି ହୋଇ ଯାଇଥିଲେ ଓଡ଼ିଆ ହାସ୍ୟ ଅଭିନେତା କମେଡି କିଙ୍ଗ ପପୁ ।

ପପୁ ଯେତେବେଳେ ଷ୍ଟେଜ ଉପରେ ଚଢିଥିଲେ । ସେତେବେଳେ କର ତାଳିରେ କମ୍ପି ଉଠିଥିଲା ଯାତ୍ରା ମଞ୍ଚ । ଦର୍ଶକ ମଧ୍ୟ ପପୁଙ୍କୁ ଦେଖିବାକୁ ମନୋରଞ୍ଜନ ହେବାକୁ ଚାଟକ ଭଳି ଚାହିଁ ରହିଥିଲେ । ହେଲେ ଏହି ସମୟରେ ପପୁ ଯେତେବେଳେ ସେହି ଗ୍ରାମ ବିଷୟରେ ପରିଚୟ ପ୍ରଦାନ କରୁଥିଲେ ।

ସେତେବେଳେ କୁଆଡୁ ଗୋଟିଏ ଟେକା ପବନ ବେଗରେ ଉଡି ଆସିଥିଲା ଆଉ ସେ ଟେକା ଯାଇଁ ସିଧା ପପୁଙ୍କ ଠୁ ଟିକେ ଦୂରରେ ଦିସ ପ୍ଲେ ରେ ବାଜିଥିଲା । ଆଉ ସେହି ପଥରର ବେଗ ଏତେ ଜୋରେ ଥିଲା ଯେ ଯାହା ବାଜିବା ମାତ୍ରେ ଡିସ ପ୍ଲେ ଭାଙ୍ଗି ଯାଇଥିଲା । ଆଉ ଏହା ପରେ କିଛି ସମୟ ଯାଇଛି କି ନାହିଁ ପୁଣି ଥରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାତ୍ର ଯେତେବେଳେ ପପୁ ମଞ୍ଚ ଉପରେ ଭାଷଣ ଦେଇଥିଲେ ।

ସେତେବେଳେ ମଧ୍ୟ ଆଉ ଗୋଟିଏ ଟେକା ଆସି ପପୁଙ୍କ କାନ ନିକଟରୁ ଖସି ଯାଇଥିଲା । ସମସ୍ତଙ୍କ ମନରେ ଛନକା ପସିଯାଇଥିଲା ସମସ୍ତେ ଚାରି ଆଡକୁ ଅନାଉ ଥିଲେ ହେଲେ ଏହି ସମୟରେ ଟେକା କିଏ ମାଡ଼ କରିଛି ତାହା ଦେଖିଥିଲା ସେହି ଗ୍ରାମର ଜଣେ ବ୍ୟକ୍ତି । ଆଉ ଯେତେବେଳେ ଯାତ୍ରା ମଝିରୁ ପପୁ ଖସି ଚାଲି ଆସିଲେ ସେତେବେଳେ ଗ୍ରାମବାସୀ ମାନେ ଗ୍ରାମରେ ସଭା ବସାଇ ଥିଲେ କିଏ ଗାଁର ଇଜତ ଅତିଥୀଙ୍କ ଆଗରେ ପକାଇଲେ ବୋଲି ସଭାରେ ପ୍ରଶ୍ନ କରିଥିଲେ ଆଉ ସେହି ସମୟରେ ପପୁଙ୍କ ଉପରକୁ ପଥର ମାଡ଼ କରିଥିବା ବ୍ୟକ୍ତିଙ୍କୁ ଦେଖିଥିବା ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ନାଁ କହିଦେବ ବୋଲି କହିଥିଲେ ।

ଏଥିରେ ପଥର ମାଡ଼ କରିଥିବା ବ୍ୟକ୍ତି ଭୟଭୀତ ହୋଇ ଯାଇଥିଲେ । ଯଦି ଗ୍ରାମବାସୀ ମାନେ ଜାଣନ୍ତି ସେ ଟେକା ଫୋପାଡି଼ଛି ବୋଲି ତେବେ ସେ ଆଦୌ ଛାଡିବେ ନାହିଁ । ତା ଠାରୁ ଜୋରିମାନା ନେବେ ଆଉ ଏହି ସବୁ କଥା ଭାବି ପଥର ଫୋପାଡିଥିବା ବ୍ୟକ୍ତି ଭୟଭୀତ ହୋଇ ଯାଇଥିଲା ।

ଆଉ ରାତି ଅଧରେ ସେହି ବ୍ୟକ୍ତିଙ୍କ ପାଖକୁ ଗଲା ଯେଉଁ ବ୍ୟକ୍ତି ତାକୁ ଦେଖି ଦେଇଥିଲେ ସେ ବ୍ୟକ୍ତିଙ୍କୁ ଯାଇ କହିଥିଲା ତୁ ମୋ ନାଁ ଗ୍ରାମ ସଭାରେ କହିବୁ ନାହିଁ ନହେଲେ ସେମାନେ ମୋ ଉପରେ ଜୋରି ମାନା ଲଗାଇବେ ହେଲେ ଯେତେବେଳେ ସେହି କଥା ଅନ୍ୟ ଜଣେ ବ୍ୟକ୍ତି ଗ୍ରହଣ କଲେ ନାହିଁ ସେତେବେଳେ ସେ ପଥର ମାଡ଼ କରିଥିବା ବ୍ୟକ୍ତି ରାଗିକି ନିଆଁ ହୋଇ ଗଲେ ।

ଆଉ ଯିଏ ଗ୍ରାମ ସଭାରେ କହିଦେବ ବୋଲି କହିଥିଲେ ତାଙ୍କ ବେକକୁ ପଥରରେ ଛେଚି ଦେଇଥିବା ମଧ୍ୟ କୁହାଯାଉଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଉଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *