ଭୁବନେଶ୍ୱରରୁ ଦିଲ୍ଲୀ OLA ବୁକ କଲେ ସୁନ୍ଦରୀ ଦୁଇ ଯୁବତୀ ଅଧାରୁ ଓଲ୍ହେଇ ପଡିଲେ, ଟଙ୍କା ମାଗିବାରୁ ଦେଖାଇଲେ ନାଲି ଆଖି ।

ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅଧିକ ଆତଙ୍କ ସୃଷ୍ଟି ହେବାରେ ଲାଗିଛି । ଯାହା ହେଉଛି ସୁନ୍ଦରୀ ଝିଅଙ୍କ ଆତଙ୍କ । ପ୍ରଥମତଃ OLA ବୁକ କରୁଛନ୍ତି । ଆଉ ତାପରେ ଟଙ୍କା ମାଗିଲେ ନାଲି ଆଖି ଦେଖାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଜଣେ OLA ଡ୍ରାଇଭର ସେହିଭଳି ୨ ଜଣ ଯୁବତୀଙ୍କ ବିଷୟରେ କହିଛନ୍ତି । ଯେଉଁମାନେକି OLA ବୁକ କରିଥିଲେ ସତ କିନ୍ତୁ ଆଉ ଟଙ୍କା ଦେଇ ନଥିଲେ । ବରଂ ଟଙ୍କା ନଦେଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପଶି ଯାଇଥିଲେ । OLA ଡ୍ରାଇଭର ଯେତେ ଡାକିଲେବି ଆଉ ଶୁଣି ନଥିଲେ ।

ତେବେ ସୂଚନା ଅନୁଯାୟୀ OLA ଡ୍ରାଇଭରଙ୍କ କହିବା କଥା ଯେ ଗତକାଲି ରାତିରେ ଦୁଇ ଜଣ ଯୁବତୀ ବେଶ ଭଲ ବେଶଭୁଷାରେ ଥିଲେ । ଯେଉଁମାନେ କି କଳିଙ୍ଗ ଷ୍ଟାଡିୟମ ଯିବାକୁ OLA ବୁକ କରିଥିଲେ । ସେମାନେ ନିଜର କରେଣ୍ଟ ଲୋକେସନ ମଧ୍ୟ ସେୟାର କରିଥିଲେ । ତେବେ OLA ଡ୍ରାଇଭର ଜଣକ ଆସି ଯେତେବେଳେ ତାଙ୍କୁ OTP ମାଗିଲେ ସେତେବେଳେ ସେମାନେ OTP ମଧ୍ୟ ଦେଇଥିଲେ । ମାତ୍ର OTP ଦେବା ପରେ ଆସିଥିଲା ଯେ ଉଭୟେ ଭୁବନେଶ୍ୱର ରୁ ନୂଆଦିଲ୍ଲୀ ପାଇଁ ବୁକ କରିଛନ୍ତି । ଯାହାକୁ ନେଇ ଡ୍ରାଇଭର ଜଣକ ତାଙ୍କୁ ଏଭଳି କରିବା ପଛରେ କାରଣ ପଚାରି ଥିଲେ ।

ଯୁବତୀ ଦୁଇଜଣ କହିଥିଲେ ଯେ ସେମାନେ କୁଆଡ଼େ ଶୀଘ୍ର ପହଞ୍ଚିବା ପାଇଁ ଏଭଳି କାମ କରିଛନ୍ତି ଏବଂ ସେମାନଙ୍କୁ କେବଳ ଅଳ୍ପ ଦୂର ହିଁ ଯିବାର ଅଛି । ଏହାପରେ ଡ୍ରାଇଭର ଜଣକ ତାଙ୍କୁ କହିଥିଲେ ଯେ ତାଙ୍କ ଇଚ୍ଛା ଅନୁଯାୟୀ ସେ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବେ କିନ୍ତୁ ସେମାନେ ତାଙ୍କ ବୁକିଂ ଅନୁଯାୟୀ ହିଁ ଟଙ୍କା ଦେବାକୁ ପଡ଼ିବ । ଯାହା ଶୁଣିବା ପରେ ଉଭୟ ଯୁବତୀ ନାଲି ଆଖି ଦେଖାଇବା ଆରମ୍ଭ କରିବା ସହିତ ପାଟି କରିଥିଲେ ଏବଂ ଡ୍ରାଇଭରଙ୍କୁ ଖରାପ ବ୍ୟବହାର ମଧ୍ୟ କରିଥିଲେ । ଡ୍ରାଇଭର କିନ୍ତୁ ବିରୋଧ କରିବାରୁ ଉଭୟେ ଗାଡ଼ିରୁ ଓଲ୍ହାଇ ଚାଲି ଚାଲି ଯାଇଥିଲେ ।

ଡ୍ରାଇଭର ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ଅଟକି ନଥିଲେ । ଦୁଇ ଜଣ ଯୁବତୀ ଆସି ସିଧା କଳିଙ୍ଗ ଷ୍ଟାଡିୟମ ଭିତରକୁ ପଶିଥିଲେ । ସେହି ସମୟରୁ ହିଁ ଡ୍ରାଇଭର ଜଣକ ବାହାରେ ଅପେକ୍ଷା କରିଛନ୍ତି ତାଙ୍କ ପ୍ରାପ୍ୟ ପାଇଁ । କିନ୍ତୁ ଏବେ ସୁଦ୍ଧା ଦୁଇ ଯୁବତୀ ବାହାରକୁ ବାହାରି ନାହାଁନ୍ତି । ସିକ୍ୟୁରିଟିଙ୍କ କହିବା ଅନୁଯାୟୀ ଆଉ ଅଳ୍ପ ସମୟ ପରେ ତାଙ୍କ ପ୍ରୋଗ୍ରାମ ଶେଷ ହେବ । ତେବେ ବର୍ତ୍ତମାନ ଡ୍ରାଇଭରଙ୍କର ଏହି ଅଭିଯୋଗ ଯେ ସେହି ଉଭୟ ଯୁବତୀ ତାଙ୍କ ଟଙ୍କା ଦିଅନ୍ତୁ ନଚେତ ସେ ପୋଲିସରେ ଉଭୟଙ୍କ ନାମରେ ଅଭିଯୋଗ କରିବେ ।

Leave a Reply

Your email address will not be published. Required fields are marked *