ପାକିସ୍ତାନରେ ଆଖି ପିଛୁଳାକେ ହେଲା ଭୟଙ୍କର ବି-ସ୍ଫୋ-ରଣ, ଅସ୍ତ୍ର ଡିପୋ ହୋଇଗଲା ଛାରଖାର : ଦେଖନ୍ତୁ ଭିଡିଓ

ପାକିସ୍ତାନରେ ପ୍ରାୟତଃ ବି-ସ୍ଫୋ-ର-ଣ ହେବାର ଦେଖା ଯାଇଥାଏ । କୌଣସି ନା କୌଣସି କାରଣରୁ ପାକିସ୍ତାନ ଉପରେ ନିଶ୍ଚିତ ଭାବରେ ଆକ୍ର-ମଣ ହୋଇଥାଏ । ଏହା ଏଭଳି ଏକ ଦେଶ ଅଟେ, ଯାହା ସହ ଦୀର୍ଘ ବର୍ଷ ଧରି ଭାରତର ଶତ୍ରୁତା ଲାଗିରହିଛି। ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ଶତ୍ରୁତା କମ୍ ହେବାର ନାମ ଧରେନାହିଁ । ତେବେ ଏହି ଶତ୍ରୁତା ଦ୍ୱାରା ଉଭୟ ଦେଶର ଅନେକ କ୍ଷତି ମଧ୍ୟ ହୋଇଥାଏ । ଦେଶ ନିଜର ଲଢୁଆ ଯବାନ ମାନଙ୍କୁ ହରାଇବା ସହିତ ଅନେକ ନିରୀହ ଜନସାଧାରଣ ମାନଙ୍କୁ ହରାଇ ବସିଥାଏ ।

ତେବେ ପୁଣିଥରେ ଆଉ ଏକ ଖବର ଆସି ପହଞ୍ଚିଛି । ଖବର ମୁତାବିକ ପାକିସ୍ତାନରେ ଏକ ଭୟଙ୍କର ବିସ୍ଫୋ-ରଣ ଘଟିଅଛି, ଯାହା ସମ୍ପୂର୍ଣ୍ଣ ପାକିସ୍ତାନକୁ ଥରହର କରିଦେଇଛି । କିନ୍ତୁ ଏଥର କୌଣସି ଦେଶ ପାକିସ୍ତାନ ଉପରକୁ ବୋ-ମା ମା-ଡ଼ କରିନାହିଁ । ବରଂ ସିଆଲକୋଟର କ୍ୟାଣ୍ଟମ୍ୟାଣ୍ଟ ଅଞ୍ଚଳରେ ଭୟଙ୍କର ବିସ୍ଫୋ-ରଣ ଘଟିଥିବାର ଘଟଣା ଶୁଣିବାକୁ ମିଳିଅଛି । ଏଠାରେ ସିରିଜ ବିସ୍ଫୋ-ରଣ ହୋଇଅଛି । ପାକିସ୍ତାନର ସିଆଲକୋଟର ମିଲିଟାରୀ ବେସରେ ଥିବା ଅସ୍ତ୍ର ଡିପୋରେ ବିସ୍ଫୋ-ରଣ ହୋଇଥିବା ଘଟଣା ସାମ୍ନାକୁ ଆସିଅଛି ।

ଅନ୍ୟପକ୍ଷରେ ସୂଚନା ମିଳିଅଛି କି, ଏହି ବିସ୍ଫୋ-ରଣ ଏତେ ଭୟଙ୍କର ଥିଲା ଯେ ପଞ୍ଜାବର ଛାୱନୀ ଅଞ୍ଚଳ ଯାଏଁ ଏହା ଶୁଣା ଯାଇଥିଲା । ତେବେ ପ୍ରାଥମିକ ସୂଚନା ଅନୁଯାୟୀ, ସିଆଲକୋଟ ସ୍ଥିତ ମିଲିଟାରୀ ବେସ ରେ ଏଭଳି ବିସ୍ଫୋ-ରଣ ହୋଇଛି । ସେଠାରେ ରହିଥିବା ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣ ପଛର କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ତେବେ ଏହି ବିସ୍ଫୋରଣରେ କାହାରି ମୃତ୍ୟୁ ଘଟିନଥିବା ସୂଚନା ମିଳିଅଛି ।

ପାକିସ୍ତାନ ପକ୍ଷରୁ ମଧ୍ୟ ବିସ୍ଫୋରଣ ବାବଦରେ ମଧ୍ୟ କୌଣସି ସୂଚନା ମିଳିନାହିଁ । ସୋସିଆଲ ମିଡିଆରେ ଏହି ବିସ୍ଫୋରଣର ଅନେକ ଭିଡ଼ିଓ ଭାଇରାଲ ହେଉଅଛି । ଏହି ଭିଡ଼ିଓ ଗୁଡିକରେ ଦେଖିବାକୁ ମିଳୁଅଛି କି , ସାମରିକ ବେସ ରୁ ଉପରକୁ ନିଆଁ ଉଠୁଅଛି । ତେବେ ପାକିସ୍ତାନରେ ଏଭଳି ବିସ୍ଫୋରଣ କୌଣସି ନୂଆ କଥା ନୁହେଁ ।

ଏହାବ୍ୟତୀତ ସୂଚନା ମିଳିଅଛି କି, ଯେଉଁଠି ବିସ୍ଫୋରଣ ହୋଇଛି ତାହା ମୁଖ୍ୟ ସହର ସହ ଲାଗିଥିବା ସିଆଲକ୍ୟାଣ୍ଟ ଅଞ୍ଚଳରେ ଆସିଥାଏ । ଏହି ଅଞ୍ଚଳ ପାକିସ୍ତାନର ସର୍ବପୁରାତନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାଣ୍ଟନମ୍ୟାଣ୍ଟ ଅଞ୍ଚଳ ଭାବରେ ପରିଚିତ । ୧୮୫୨ ମସିହାରେ ବ୍ରିଟିଶ ଭାରତୀୟ ସେନା ଦ୍ୱାରା ଏହାକୁ ସ୍ଥାପନ କରାଯାଇଥିଲା ବୋଲି ସୂଚନା ରହିଅଛି ।

Leave a Reply

Your email address will not be published. Required fields are marked *