ସ୍ୱାମୀ ଏବଂ ୫ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେ-ରାର ହେଲେ ମହିଳା , ଫେସବୁକ ରୁ ହୋଇଥିଲା ପ୍ରେମ :-

ଆଜିକାଲିକା ଯୁବ ସମାଜ ସମ୍ପର୍କ ଠାରୁ ଅଧିକ ନିଜର ଯୌନ ଲାଳସା ମେଣ୍ଟାଇବାକୁ ଗୁରୁତ୍ୱ ଦେଇଥାନ୍ତି ଯାହା ସାମ୍ନାରେ ସମ୍ପର୍କର କିଛି ମୂଲ୍ୟ ନଥାଏ । ଯାହାଦ୍ୱାରା ଅନେକ ଜୀବନ ମଧ୍ୟ ବ-ର୍ବାଦ ହୋଇଯାଏ । ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଯୁଗରେ ଏହିପରି ଅନେକ ଘଟଣା ଭାଇରଲ ହେଉଛି ଯାହା ଶୁଣିଲେ ଖୁବ ଆଶ୍ଚର୍ଯ୍ୟ ଲାଗିଥାଏ । ମା ଏବଂ ସନ୍ତାନର ସମ୍ପର୍କ କିପରି ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ ଯେତେବେଳେ ସେହି ମା ନିଜ ପୁଅକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇ ଯାଏ ତେବେ କଣ ଏହାକୁ କେହି ବିଶ୍ୱାସ କରିବେ କି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ମହିଳା ଫେସବୁକ ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ନିଜ ସ୍ୱାମୀ ଏବଂ ପୁଅକୁ ଛାଡ଼ି ଫେରାର ହୋଇ ଯାଇଛନ୍ତି ।

ସୂଚନା ଅନୁଯାୟୀ ଘଟ-ଣା ଟି ବଲାଙ୍ଗୀର ଜିଲ୍ଲା ରାମେଶ୍ୱର ନଗରର ଅଟେ । ବିଶ୍ୱଜିତ ନାୟକ ନାମକ ଜଣେ ଯୁବକ ଏବଂ ରାଜସ୍ମିତା ନାୟକ କିଛି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ପରିବାର କହିଲେ ବିଶ୍ୱଜିତ ଙ୍କ ମା ଏବଂ ସ୍ତ୍ରୀ ଓ ପାଞ୍ଚ ବର୍ଷର ପୁଅ । ବିଶ୍ୱଜିତ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି ଏବଂ ସେଥିରେ ହିଁ ପରିବାର ଚଳିଯାଏ । କିନ୍ତୁ ରାଜସ୍ମିତା ୫ ଗତ କିଛି ଦିନ ତଳେ ଜଣେ ଯୁବକଙ୍କ ସହିତ ଫେସବୁକ ରେ ଚାଟିଂ କରିଥିଲେ । କଥାବାର୍ତ୍ତା ହେଉ ହେଉ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇ ପ୍ରେମ ସମ୍ପର୍କରେ ପରିବର୍ତ୍ତିତ ହୋଇ ଯାଇଥିଲା । ଯେଉଁ କାରଣରୁ ରାଜସ୍ମିତା ଆଉ ପରିବାରକୁ ଦେଖି ନଥିଲେ ।

ବିଶ୍ୱଜିତ ଙ୍କ କହିବା ଅନୁଯାୟୀ ରାଜସ୍ମିତା ଙ୍କ ଏପରି ବ୍ୟବହାର ଦ୍ୱାରା ସେ ସବୁ କିଛି ଘଟଣା ଜାଣି ଯାଇଥିଲେ । ଏମିତିକି ସେ ତାଙ୍କ ବାରଣ ମଧ୍ୟ କରିଥିଲେ । କିନ୍ତୁ ରାଜସ୍ମିତା ମାନି ନଥିଲେ ଏବଂ ଦିନେ ଘର ଛାଡ଼ି ଦେବାକୁ ମନସ୍ଥ ମଧ୍ୟ କରିଥିଲେ । ରାଜସ୍ମିତା ଙ୍କ ଶାଶୁ କହିଛନ୍ତି ଯେ ମାର୍ଚ୍ଚ ରେ ରାଜସ୍ମିତା ତାଙ୍କୁ ମାର୍କେଟ ଯିବେ କହି ଘରୁ ଯାଇ ଆଉ ଫେରି ନଥିଲେ । ପରେ ବିଶ୍ୱଜିତ ସନ୍ଦେହ କରି ସବୁ କଥା ବିଷୟରେ ଜାଣି ପାରିଥିଲେ ।

ବିଶ୍ୱଜିତ କହିଛନ୍ତି ଯେ ରାଜସ୍ମିତା ସବୁବେଳେ ହାଇ ପ୍ରୋଫାଇଲ ଲାଇଫ ଷ୍ଟାଇଲରେ ବଞ୍ଚିବାକୁ ଚାହୁଁଥିଲେ । ତେଣୁ ସେ ଏପରି କାମ କରିଥିବା ସେ କହିଛନ୍ତି । ଶାଶୁ ଙ୍କ କହିବା ଅନୁଯାୟୀ ଜଣେ ମା ନିଜ ସନ୍ତାନ କୁ ଦଶ ମାସ ଦଶ ଦିନ ଗର୍ଭରେ ରଖି କିପରି ଏପରି ଛାଡ଼ି ଯାଇପାରେ । ପରିବାର ଭଳି ୫ ବର୍ଷର ପୁଅ ମଧ୍ୟ ପ୍ରତିଦିନ ନିଜ ମା କୁ ଝୁରୁଛି ଏବଂ କହୁଛି ‘ ମା କେବେ ଆସିବ ‘ । ଏତେ ସବୁ ପରେ ବି ସ୍ୱାମୀ ଏବଂ ପରିବାର ଲୋକେ କହିଛନ୍ତି ଯେ ରାଜସ୍ମିତା ଯେଉଁଠି ବି ଥାଆନ୍ତୁ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *