ହାଇକୋର୍ଟ ଦେଲା ବଡ ବୟାନ, ମା ବାପା ବଞ୍ଚି ଥାଉ ଥାଉ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ପୁଅ…

ସମ୍ପତ୍ତି ଏଭଳି ଏକ ଜିନିଷ ଅଟେ, ଯାହାକୁ ନେଇ ସବୁବେଳେ ପିଲାମାନଙ୍କ ମଧ୍ୟରେ ଝଗଡା ଲାଗିଥାଏ । ଏହାକୁ ନେଇ ଅନେକ ସମୟରେ ପାରିବାରିକ କଳହ ଲାଗି ରହିଥାଏ । ଆଉ କଳହ ପରେ ମୃତ୍ୟୁ ମଧ୍ୟ ଦେଖା ଯାଇଥାଏ । ପୃଥିବୀରେ ୯୦ ପ୍ରତିଶତ ଲୋକଙ୍କ ମଧ୍ୟରେ କେବଳ ଏଥିପାଇଁ ହିଁ କଳହ ଲାଗି ରହିଛି । ଭାଇ ଭାଇ ମାନଙ୍କ ମଧ୍ୟରେ କେବଳ ଏହି ସମ୍ପତ୍ତି ପାଇଁ ହିଁ ମନମାଳିନ୍ୟ ଲାଗିରହିଛି । ଏହା ପରେ ମଧ୍ୟ ପୁଅମାନେ ନିଜ ପିତାମାତାଙ୍କୁ ପର କରି ଦେଉଛନ୍ତି ଏବଂ ଏକୁଟିଆ ରହୁଛନ୍ତି । ବୁଢା ବୟସରେ ପିତାମାତା ଅନେକ କଷ୍ଟ ମଧ୍ୟ ପାଉଛନ୍ତି ଏବଂ ଆଖିରୁ ଲୁହ ଝରାଉଛନ୍ତି ।

ତେବେ ଏସବୁ ମଧ୍ୟରେ ବମ୍ବେ ହାଇକୋର୍ଟ ଏକ ନୂତନ ନିୟମ ପ୍ରଣୟନ କରିଛନ୍ତି । ଯାହା ପିତାମାତାଙ୍କ ମଙ୍ଗଳ ପାଇଁ କରାଯାଇଛି । ହାଇକୋର୍ଟର ନିର୍ଦ୍ଦେଶନାମା ଅନୁଯାୟୀ , ପିତାମାତା ଜୀବିତ ଥାଉ ଥାଉ ପୁଅମାନେ ତାଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ଯାହା ବି ଅଧିକାର ସାବ୍ୟସ୍ତ କରିବେ ତାହା ସବୁ ପିତାମାତାଙ୍କ ମୃତ୍ୟୁ ପରେ । ମିଳିଥିବା ସୂଚନା ଅନୁଯାୟୀ , ଜଣେ ପୁଅ ନିଜ ମାଆଙ୍କୁ ୨ଟି ଫ୍ଲାତ ବିକ୍ରୟ କରିବାରୁ ନିବୃତ୍ତ କରିବାପାଇଁ  ହାଇକୋର୍ଟରେ ଆବେଦନ କରିଥିଲେ ।

ଅନ୍ୟପକ୍ଷରେ ସେହି ବ୍ୟକ୍ତି ଜଣଙ୍କର ପିତା କିଛି ବର୍ଷ ଧରି ହସ୍ପିଟାଲରେ ଭର୍ତ୍ତି ହୋଇ ରହିଥିଲେ । ସେ ପକ୍ଷାଘାତ ରୋଗରେ ପୀଡିତ ଥିଲେ ବୋଲି ଗତ କିଛି ବର୍ଷ ହେବ , ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେଣୁ ଏଭଳି ପରିସ୍ଥିତିରେ ହାଇକୋର୍ଟ ଗତବର୍ଷ ତାଙ୍କ ମାଆଙ୍କୁ ପରିବାର ଚଳାଇବାକୁ ଆଇନଗତ ଅଧିକାର ଦେଇଥିଲେ । ତେଣୁ ଏହି ଅଧିକାର ଅନୁଯାୟୀ , ନିଜ ସ୍ୱାମୀଙ୍କର ଚିକିତ୍ସା ପାଇଁ ପତ୍ନୀ ଜଣକ ତାଙ୍କର ସମ୍ପତ୍ତି ବିକ୍ରୟ କରିପାରିବେ । ଏଥିରେ କୌଣସି ଅସୁବିଧା ହେବ ନାହିଁ ।

କିନ୍ତୁ ଏହା ବିଷୟରେ ଜାଣିବା ପରେ ତାଙ୍କ ପୁଅ କ୍ରୋଧିତ ହୋଇ ଯାଇଥିଲେ । ଆଉ ତାପରେ ସମ୍ପତ୍ତି ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ କିଛି ଲାଭ ମିଳି ପାରିଲା ନାହିଁ । ସୂଚନା ଅନୁଯାୟୀ , ଜଷ୍ଟିସ ଗୌତମ ପଟେଲ ଏବଂ ଜଷ୍ଟିସ ମାଧବ ଜାମଦାର ସେହି ବ୍ୟକ୍ତିଙ୍କୁ ନିଜ ପିତା ଜୀବିତ ରହିଥିବା କଥା କହିଥିଲେ ।

ଆଉ ଏହା ବ୍ୟତୀତ ସେମାନେ କହିଥିଲେ କି , ପିତା ଜୀବିତ ଥିବା ସହ ମାଆ ମଧ୍ୟ ଜୀବିତ ଅଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ପିତାଙ୍କ ସମ୍ପତି ଉପରେ ତାଙ୍କର କୌଣସି ଲୋଭ ରହିବା ଉଚିତ ନୁହେଁ । ସେମାନେ ସମ୍ପତ୍ତି ବିକ୍ରୟ କରିପାରିବେ । ତେଣୁ ଏଥିପାଇଁ ପୁଅର ଅନୁମତି ଆଦୌ ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *