ଯୁଦ୍ଧ ଭୂମିରେ ସାହସ ଦେଖାଇଲେ କଳାହାଣ୍ଡିର ପୁଅ , ଘନ ଘନ ବୋମା ମାଡ଼ ଭିତରେ ବଞ୍ଚାଇଲେ ଲୋକଙ୍କ ଜୀବନ :-

ଦୀର୍ଘ ୯ ଦିନରୁ ଅଧିକ ହେବ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଛି । ଏପରି ସମୟରେ ୟୁକ୍ରେନ ରେ ଡାକ୍ତରୀ ପଢ଼ିବାକୁ ଯାଇଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । କିଏ ବଙ୍କର ତଳେ ତ କିଏ ମେଟ୍ରୋ ରେ । ପୁଣି ଯୁଦ୍ଧ ଆରମ୍ଭ ହେବା ପରେ କିଛି ଛାତ୍ରଛାତ୍ରୀ ଭାରତ ମଧ୍ୟ ଫେରି ଆସିଛନ୍ତି । କିନ୍ତୁ ଆହୁରି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ସୋସିଆଲ ମିଡ଼ିଆ ଜରିଆରେ ଭାରତ ସରକାରଙ୍କୁ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ।

ଏପରି ସମୟରେ କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ଜଣେ ଭାରତୀୟ ଯୁବକ ନିଜ ଜୀବନକୁ ଖାତିର ନକରି ହଜାର ହଜାର ଛାତ୍ରଛାତ୍ରୀ ଙ୍କୁ ୟୁକ୍ରେନ ସୀମା ପାରି କରାଇବା କାମରେ ଲାଗି ପଡ଼ିଛନ୍ତି । ଏପରି ସମୟରେ ସମସ୍ତେ ନିଜର ଜୀବନ ବଞ୍ଚାଇବାକୁ ବର୍ତ୍ତମାନ ୟୁକ୍ରେନ ସୀମା ପାର କରିବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏପରି ସମୟରେ ଭାରତୀୟ ଛାତ୍ରଛାତ୍ରୀ ଙ୍କୁ ସୁରକ୍ଷିତ ଭାବରେ ସୀମା ପାର କରାଇବାକୁ ଓଡ଼ିଆ ପୁଅ ନିଜ ଜୀବନକୁ ବି ବାଜି ଲଗାଇଛନ୍ତି ।

ସୂଚନା ଅନୁଯାୟୀ ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଏଁଲାପାଲି ର ବିକାଶ ଚନ୍ଦ୍ର ସାହୁ । ତେବେ ସେ ୨୦୧୭ ରେ ୟୁକ୍ରେନ ଡାକ୍ତରୀ ପଢ଼ିବାକୁ ଯାଇଥିବା କୁହାଯାଇଛି । କିନ୍ତୁ ଯୁଦ୍ଧ କାରଣରୁ ୟୁକ୍ରେନ ର ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ଜୀବନ ବିକଳରେ କିଏ ମେଟ୍ରୋ ଏବଂ ବଙ୍କର ରେ ଲୁଚି ରହିଛି ତ ଆଉ କିଏ ଶହ ଶହ କିଲୋମିଟରର ବରଫ ରାସ୍ତା ଦେଇ ଫେରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ୟୁକ୍ରେନ ସୀମା ପାର କରିବାକୁ ବ୍ୟାକୁଳ ହେଉଥିବା ଛାତ୍ରଛାତ୍ରୀ ଙ୍କୁ ଉଦ୍ଧାର କରି ବିକାଶ ସୀମା ପାର କରାଇବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ।

କିଛି ଛାତ୍ରଛାତ୍ରୀ ଯିବା ପରେ ସେ ତଥାପି ଶୀତ କାକର ରେ ରାତି ଅନିଦ୍ରା ରହି ଅନ୍ୟ ଛାତ୍ରଛାତ୍ରୀ ଙ୍କୁ ନେଇ ରୁମାନିଆ ରୁ ଫଙ୍ଗେରୀ ପହଞ୍ଚିଛନ୍ତି । କେବଳ ଏତିକି ନୁହେଁ ବିକାଶ ୟୁକ୍ରେନ ସୀମାରେ ତିନୋଟି ବସ ରେ ବସିଥିବା ଛାତ୍ରଛାତ୍ରୀ ଙ୍କ ଭିଡ଼ିଓ କରି ମଧ୍ୟ ପଠାଇଥିଲେ । ବର୍ତ୍ତମାନ ସେ ସବୁ ଛାତ୍ରଛାତ୍ରୀ ଙ୍କ ସହିତ ଦିଲ୍ଲୀ ପହଞ୍ଚିଥିବା ମଧ୍ୟ ସୂଚନା ରହିଛି । ତେଣୁ ବିକାଶ ଯେଉଁ ନିଜ ଜୀବନକୁ ଖାତିର ନକରି ଅନ୍ୟ ପିଲାଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି ସେଥିପାଇଁ ତାଙ୍କ ପରିବାର ଲୋକଙ୍କ ସମେତ ଅନ୍ୟ ଲୋକେ ମଧ୍ୟ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *