ଚିତାବାଘ ଖେଳାଇ ଦେଇଛି ଆତଙ୍କ, ସହରର ଗଳିରେ ଦୌଡ଼ିବାକୁ ଲାଗିଲା ବାଘ, ପଛରେ ଦୌଡ଼ିବାକୁ ଲାଗିଲେ ଲୋକ : ଦେଖନ୍ତୁ ଭିଡିଓ

ଚିତାବାଘ ଗୋଟିଏ ଅଞ୍ଚଳର ଗଳିରେ ଦୌଡ଼ୁଥିବାର ଦେଖା ଯାଉଛି। ଆଖପାଖରେ ବହୁତ ଲୋକ ଅଛନ୍ତି, ଚିତାବାଘ ବହୁତ ଦ୍ରୁତ ଗତିରେ ଗଳିରେ ଦୌଡ଼ିବାକୁ ଲାଗିଛି ଏବଂ ଲୋକମାନେ ମଧ୍ୟ ତା ପଛରେ ଦୌଡ଼ିବାକୁ ଲାଗିଛନ୍ତି।

ସୋସିଆଲ ମିଡିଆରେ ପ୍ରାୟତଃ ଚିତାବାଘର ଏମିତି ଭିଡିଓ ସାମ୍ନାକୁ ଆସିଥାଏ, ଯେଉଁଥିରେ ସେ କୈାଣସି ଆବାସିକ ଅଞ୍ଚଳରେ ଦେଖା ଯାଇଥାଏ, ଲୋକମାନଙ୍କୁ ତାର ଆଖପାଖରେ ଚିତ୍କାର କରୁଥିବାର ଦେଖା ଯାଇଥାଏ।ଜାହିର କରିବା ଭଳି କଥା ହେଉଛି କି ଯେତେବେଳେ କୈାଣସି ହିଂସ୍ର ପଶୁ ଆବାସିକ ଅଞ୍ଚଳକୁ ପଶି ଆସିବ ତା’ହେଲେ ଲୋକମାନେ ଚିନ୍ତିତ ହୋଇଯିବେ। ଶିକାର ପାଇଁ ସେମାନେ ଗଳି ପର୍ଯ୍ୟନ୍ତ ମଧ୍ୟ ଆସି ଯାଇଥାନ୍ତି। ବର୍ତମାନ ଗୋଟିଏ ଚିତାବାଘର ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଚିତାବାଘ ଗୋଟିଏ ଅଞ୍ଚଳର ଗଳିରେ ଦୌଡ଼ୁଥିବାର ଦେଖା ଯାଉଛି।ଆଖପାଖରେ ବହୁତ ଲୋକ ଅଛନ୍ତି, ଚିତାବାଘ ବହୁତ ଦ୍ରୁତ ଗତିରେ ଗଳିରେ ଦୌଡ଼ିବାକୁ ଲାଗିଛି ଏବଂ ଲୋକମାନେ ମଧ୍ୟ ତା ପଛରେ ଦୌଡ଼ିବାକୁ ଲାଗିଛନ୍ତି।

ଭିଡ଼ିଓରେ ଆପଣ ଚିତାବାଘକୁ ଗୋଟିଏ ଗଳିରେ ବଡ଼ ଦ୍ରୁତ ଗତିରେ ଦୌଡ଼ୁଥିବା ଅବସ୍ଥାରେ ଦେଖି ପାରିବେ। ଏମିତି କି ସେ ଜଣେ ବ୍ୟକ୍ତିଙ୍କ ପାଖରେ ମଧ୍ୟ ଦ୍ରୁତ ଗତିରେ ଅତିକ୍ରମ କରିଥାଏ। କିନ୍ତୁ ତାଙ୍କ ଉପରେ ଆକ୍ରମଣ କରି ନଥାଏ। ଏତିକି ନୁହେଁ, ଭିଡିଓରେ ତା ପଛରେ ବହୁତ ଲୋକ ଏବଂ ପୋଲିସବାଲା ମଧ୍ୟ ଯାଉଥିବାର ଦେଖାଯାଇଛି। ଏହି ଭିଡିଓ ମେରଠର ବୋଲି ଜଣା ଯାଉଛି। ପରିଶେଷରେ, ଏପର୍ଯ୍ୟନ୍ତ ଏହି କଥାର ସୂଚନା ମିଳିନାହିଁ କି ଚିତାବାଘକୁ ଉଦ୍ଧାର କରାଯାଇଛି କି ନାହିଁ।

ଏହି ଭିଡିଓକୁ ଟୁଇଟରରେ @IGNITETECH2021 ସେୟାର କରିଛନ୍ତି। ଭିଡିଓ ଉପରେ ଲୋକମାନେ ବହୁତ ମଜାଦାର କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି- ଆରେ ଚିତାବାଘ କିଛି କରିବ ନାହିଁ, ତାକୁ କେବଳ ଭଲପାଇବା ଦରକାର। ଦ୍ଵିତୀୟ ୟୁଜର ଜଣଙ୍କୁ ତାର ଭୋକର ଚିନ୍ତା ହେବାକୁ ଲାଗିଛି।ସେ ଲେଖିଛନ୍ତି,କି ତାକୁ ଜଳଖିଆ ଖାଇବା ପାଇଁ ଦିଅ ଭୋକିଲା ଥିବ ବିଚରା।

Leave a Reply

Your email address will not be published. Required fields are marked *